Posted inଜାତୀୟ

ବିଜୁଳିକୁ ମହଙ୍ଗା କରିଛି ୟୁକ୍ରେନ୍‌ ଯୁଦ୍ଧ, କୋଇଲା ବଜାର ଅସ୍ଥିରତା

ପଣଜୀ,୨୨ା୯ (ପି.ଟି.): ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଏବଂ ଅସ୍ଥିର କୋଇଲା ବଜାର ଭଳି ବୈଶ୍ୱିକ ସଙ୍କଟ ଭାରତରେ ବିଦ୍ୟୁତ୍‌ ମୂଲ୍ୟ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇଛି। ଫଳରେ କେବଳ ସୁରକ୍ଷିତ ଅବାଧ ବିଦ୍ୟୁତ ଯୋଗାଣ ପାଇଁ ଅଧିକ ପ୍ରିମିୟମ୍‌ ପୈଠ କରିବାକୁ ପଡ଼ୁଥିବା ଗୋଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଏବଂ ବ୍ରିଟେନ୍‌ର କିଙ୍ଗଷ୍ଟନ୍‌ ୟୁନିଭର୍ସିଟିର ମିଳିତ ଅଧ୍ୟୟନରୁ ଜଣାପଡ଼ିଛି।
ଭାରତରେ ବିଦ୍ୟୁତ୍‌ ମୂଲ୍ୟ କାହଁିକି ବର୍ତ୍ତମାନ ବଜାର ମୂଲ୍ୟ ତୁଳନାରେ ଅଧିକ ରହୁଛି, ଅଧ୍ୟୟନରେ ନିର୍ଦ୍ଦିଷ୍ଟ ଭାବେ ତାହା ଉପରେ ଅନୁଧ୍ୟାନ କରାଯାଇଥିଲା। କୋଇଲା ମୂଲ୍ୟରେ ଅସ୍ଥିରତା, ଭୂରାଜନୈତିକ ଉତ୍ତେଜନା, ଘରୋଇ ଚାହିଦା ଢାଞ୍ଚା ଏବଂ ନୀତିରେ ଅନିଶ୍ଚିତତା ଏହା ପଛର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଗୋଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ପ୍ରକାଶ ସିଂ କହିଛନ୍ତି, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ରିସ୍କ ପ୍ରିମିୟମ ଏବଂ ବଜାର ଅସ୍ଥିରତାକୁ ଉଲ୍ଲେଖନୀୟ ଭାବେ ବଢ଼ାଇଦେଇଛି। ଅଧିକ ଚାହିଦା ଥିବା ସମୟ (ସନ୍ଧ୍ୟା ୬ରୁ ରାତି ୧୧ଟା)ରେ ବିଦ୍ୟୁତ୍‌ ଯୋଗାଣ ରିସ୍କ ପ୍ରିମିୟମ୍‌ ଅଧିକ ରହୁଥିବାବେଳେ ସପ୍ତାହାନ୍ତରେ ଏହା ୧୩% ପର୍ଯ୍ୟନ୍ତ ବଢ଼ିଯାଉଛି। ବିଦ୍ୟୁତ ଯୋଗାଣରେ ଅତ୍ୟଧିକ ନିଅଣ୍ଟ ଥିବା ଏଥିରୁ ପ୍ରତିଫଳିତ ହେଉଛି। ଉପରୋକ୍ତ ଦୁର୍ବଳତାଗୁଡ଼ିକର ସମାଧାନ ଆବଶ୍ୟକ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?