ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଯୁକ୍ତ ୩ ପ୍ରଥମ ବର୍ଷ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗ ଛାତ୍ରୀଛାତ୍ରଙ୍କୁ କଲେଜ ନୀତି ନିୟମ ସମ୍ପର୍କରେ ବୁଧବାର ସଚେତନ କରାଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ର କଲେଜରେ କିଭଳି ଶୃଙ୍ଖଳିତ ଜୀବନଯାପନ ବିତାଇବେ ସେନେଇ କହିଥିଲେ। ଏଥିସହ କଲେଜର ନୀତି ନିୟମ ସମ୍ପର୍କରେ ସେ ବୁଝାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଅଧ୍ୟାଯକ ସନାତନ ବେହେରା, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ତୃପ୍ତିମୟୀ ଦାସ, ଶେଫାଳୀ ପଟ୍ଟନାୟକ, ଅନିତା ମହାପାତ୍ର ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏହାପରେ କଲେଜ ଆଇସିସି ବୈଠକ ହୋଇଥିଲା। ରାଜ୍ୟର କେତେକ ସ୍ଥାନରେ ଛାତ୍ରୀଙ୍କ ଉପରେ ହିଂସା ବଢୁଛି। ତେଣୁ ଉକ୍ତ କମିଟି ମାଧ୍ୟମରେ ଛାତ୍ରୀମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ ପଦକ୍ଷେପ ନିଆଯାଉଛି। ତେଣୁ ଆଜି କଲେଜ ଆଇସିସି କମିଟି ବୈଠକ ହୋଇଥିଲା। ଏଥିରେ ଛାତ୍ରୀମାନଙ୍କୁ ନୂଆ ନୀତି ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିରେ ପ୍ରାଧ୍ୟାପିକା ରାଜଲକ୍ଷ୍ମୀ ରଥ, ତୃପ୍ତିମୟୀ ଦାସ, ସଭ୍ୟା ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ, ମିନାକ୍ଷୀ ପ୍ରଧାନ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।


