Categories: ବାଣିଜ୍ୟ

ଭାରତ ମସଲାକୁ ଜାଗରଣ ଆଚିଭର ଆଓ୍ବାର୍ଡ

କଟକ,୨୬।୯: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦନକାରୀ ସଂସ୍ଥା ଭାବେ ବିଶ୍ବରେ ପହଞ୍ଚତ୍ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ କରାଯାଇଛି। ପୂର୍ବ ଭାରତରେ କ୍ରାଓଜେନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ ମସଲାକୁ ଏକ୍ସଲେନ୍ସ ଜାଗରଣ ଆଚିଭର ଆଓ୍ବାର୍ଡ-୨୦୨୨ରେ ସମ୍ମାନିତ କରାଯାଇଛି।

ହିନ୍ଦୀ ଖବରକାଗଜ ଦୈନିକ ଜାଗରଣ ପକ୍ଷରୁ ଦୁବାଇରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଜୟ ଭାରତ ସ୍ପାଇସେସ୍‌ ପ୍ରା. ଲିଃ (ଭାରତ ମସଲା)ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସର ଗୁଡ୍‌ଉଇଲ ଆମ୍ବାସଡର ସଭାନେତ୍ରୀ ଓମେନ ଆଣ୍ଡ ୟୁଥ୍‌ ଏମ୍‌ପାଓ୍ବାରମେଣ୍ଟ ଆସୋସିଏଶନ ତଥା ହେଡ୍‌ ଅଫ ପ୍ରୋଟୋକଲ ଆଣ୍ଡ ଡିପ୍ଲୋମାସି ଏଏସିଆଇଡି ଲୈଲା ରେହାଲ ଏଇ ଆଫାନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଆଓ୍ବାର୍ଡ ପ୍ରଦାନ କରିଛନ୍ତି। ଅଗଣିତ ଗ୍ରାହକ କିଭଳି ସ୍ବାସ୍ଥ୍ୟକର ଓ ଉତ୍ତମ ମାନର ସାମଗ୍ରୀ ପାଇପାରିବେ ସେଥିପ୍ରତି କମ୍ପାନୀ ସବୁବେଳେ ଧ୍ୟାନ ଦେଇଆସିଥିବା ପଣ୍ଡା କହିଛନ୍ତି।

Share