ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଶ୍ରୀ ମୀନାଝୋଲା

ଚନ୍ଦ୍ରପୁର,୨୬।୬ (ବିଜୟ ପ୍ରସାଦ ଉଲାକା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ର ହନୁମନ୍ତପୁର ପଞ୍ଚାୟତରେ ରହିଛି ବହୁ ପୁରାତନ ଶୈବପୀଠ ଶ୍ରୀ ମୀନାଝୋଲା। ୩ଟି ନଦୀର ସଙ୍ଗମସ୍ଥଳ ହୋଇଥିବାରୁ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ ମଧ୍ୟ କୁହାଯାଏ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ୩ ଚିରସ୍ରୋତା ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ସଙ୍ଗମସ୍ଥଳ ଓ ଏଠାରେ ବହୁ ପୁରାତନ ଶୈବପୀଠ ଥିବାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ। ପ୍ରତ୍ୟେକ ବର୍ଷ ଶିବରାତ୍ରିରେ ଜିଲା ତଥା ଜିଲା ବାହାରୁ ତଥା ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ହେଲେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
୩ଟି ଚିରସ୍ରୋତା ନଦୀ ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ସଙ୍ଗମସ୍ଥଳର ଠିକ୍‌ ୨୦୦ ମିଟର ତଳକୁ ଏକ ପଥର ଗୁମ୍ଫା ରହିଛି। ଏହି ଗୁମ୍ଫା ଦେଇ ୩ଟି ନଦୀର ଜଳ ପ୍ରବାହିତ ହେଉଥିବାବେଳେ ଏହି ପଥର କୋରଡ଼ ଗୁମ୍ଫା ମଧ୍ୟରେ କାହିଁ କେଉଁ ଆବହମାନ କାଳରୁ ମୀନ ଆକୃତିର ଲିଙ୍ଗ ପୂଜା ପାଆନ୍ତି। ଏଠାରେ ପୂଜା କଲେ ମାନସିକ ପୂରଣ ହୋଇଥାଏ ବୋଲି ମଧ୍ୟ ସାଧାରଣରେ ବିଶ୍ୱାସ ରହିଛି। ପ୍ରତିବର୍ଷ ଶିବରାତ୍ରିର ପୂର୍ବଦିନରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ। ଶ୍ରଦ୍ଧାଳୁମାନେ ନଦୀର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ଘର କରି ରାତ୍ରିଯାପନ କରିବା ସହ ଶିବରାତ୍ରି ଭୋର ୪ଟାରୁ ପୂଜାର୍ଚ୍ଚନା କରିଥାନ୍ତି । ୨୦୨୨-୨୩ରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନଦୀର ଉପରି ଭାଗରେ ଭକ୍ତଙ୍କ ରହିବା ପାଇଁ ୨ଟି କମ୍ୟୁନିଟି ଗୃହ ନିର୍ମାଣ କରାଯାଇଛି। ଏଥିସହ ସ୍ଥାନୀୟ ଗୁଣପୁର ନିର୍ବାଚନମଣ୍ଡଳୀର ବିଧାୟକ ରଘୁନାଥ ଗମାଙ୍ଗ ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ ଓ ଚନ୍ଦ୍ରପୁର ବ୍ଲକ୍‌ ପ୍ରେସକ୍ଲବ୍‌ର ସହଯୋଗକ୍ରମେ ଏଠାରେ ବିଦ୍ୟୁତୀକରଣର ବ୍ୟବସ୍ଥା ସହ ଭକ୍ତଙ୍କ କଂକ୍ରିଟ୍‌ ପାହାଚ ମଧ୍ୟ ନିର୍ମାଣ କରାଯାଇଛି। ସେହିପରି ଆଜକୁ ୩ ବର୍ଷରୁ ଅଧିକ ସମୟ ହେବ ସେଠାରେ ଏକ ଜନକଲ୍ୟାଣ ଆଶ୍ରମ କରାଯାଇଛି। ଜନକା ନନ୍ଦ ଗିରି ନାମକ ଜଣେ ବାବା ସେଠାରେ ରହି ଆଶ୍ରମର ଦେଖାଶୁଣା କରୁଛନ୍ତି। ବାବା ସେଠାରେ ଭକ୍ତଙ୍କୁ ମାଗଣାରେ ଆୟୁର୍ବେଦ ଉପାୟରେ ଚିକିତ୍ସା କରୁଥିବା ମଧ୍ୟ ଜଣାଯାଇଛି। ଚଳିତ ବର୍ଷ ଚନ୍ଦ୍ରପୁର ପ୍ରେସ୍‌ କ୍ଲବ୍‌ ଏବଂ କଳାକ୍ଷେତ୍ର ଭୁବନେଶ୍ୱର ତଥା ଜନକଲ୍ୟାଣ ଆଶ୍ରମର ସହଯୋଗକ୍ରମେ ପ୍ରଥମ ତ୍ରିବେଣୀ ମହୋତ୍ସବର ଏକ ନିଆରା କାର୍ଯ୍ୟକ୍ରମ ଖୁବ୍‌ ଆଡମ୍ବର ସହକାରେ ପାଳନ ହୋଇଥିଲା। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଗଲେ ଏହା ଲୋକଲୋଚନକୁ ଆସିବା ସହ ପୀଠର ଆହୁରି ଉନ୍ନତି ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri