ରାତିରେ ମନା ଏହି ଖାଦ୍ୟ

ଖାଦ୍ୟ ସମସ୍ତଙ୍କ ଜୀବନର ଆଧାର। ହେଲେ ଜାଣନ୍ତି କି, ଯେକୌଣସି ଖାଦ୍ୟ ପ୍ରତ୍ୟେକ ସମୟରେ ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। କାରଣ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ରାତିରେ ଖାଇଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଜାଣିବା ରାତିରେ କ’ଣ ନ ଖାଇବା ଆବଶ୍ୟକ…
ତେଲ ମସଲାଯୁକ୍ତ ଖାଦ୍ୟ: ରାତ୍ର ଭୋଜନରେ ଏଭଳି ଖାଦ୍ୟକୁ ସାମିଲ କରିବା ଦ୍ୱାରା ସହଜରେ ଖାଦ୍ୟ ହଜମ ନ ହୋଇପାରି ଏସିଡିଟି, ଗ୍ୟାସ୍‌ ଏବଂ ଛାତି ଜଳିବା ଭଳି ସମସ୍ୟା ଉପୁଜିଥାଏ। ଏଣୁ ନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଏଭଳି ଖାଦ୍ୟ ରାତିରେ ଆଦୌ ଖାଆନ୍ତୁ ନାହିଁ ଏବଂ ଅନ୍ୟ ସମୟରେ ମଧ୍ୟ କମ୍‌ ଖାଆନ୍ତୁ। ଏହା ବଦଳରେ ଆପଣ ଅଳ୍ପ ତେଲ ମସଲାଯୁକ୍ତ ସୁଷମ ଖାଦ୍ୟ ଖାଇଲେ ସ୍ବାସ୍ଥ୍ୟ ପ୍ରତି ହିତକର।
ଫଳ: କାହାକୁ ବା ପସନ୍ଦ ନୁହେଁ ଫଳ! ତେବେ ଫଳ ମଧ୍ୟରେ ବର୍ଷର ସବୁ ସମୟରେ ସହଜରେ ମିଳୁଥିବା କଦଳି ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏଥିରେ ଅନେକ ପୋଷକତତ୍ତ୍ୱ ମଧ୍ୟ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା’ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା ହେବାର ବି ଆଶଙ୍କା ଥାଏ।
ଚା କିମ୍ବା କଫି: ଅନେକଙ୍କର ସକାଳୁ ଉଠିଲେ ଏବଂ ଶୋଇବା ପୂର୍ବରୁ ଚା କିମ୍ବା କଫି ପିଇବାର ଅଭ୍ୟାସ ରହିଛି। ହେଲେ ଆପଣ ଜାଣନ୍ତି କି ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ରାତିରେ ଏକ କପ୍‌ ଷ୍ଟ୍ରଙ୍ଗ୍‌ କଫି ପିଇବା ଦ୍ୱାରା ଏଥିରେ ଥିବା କ୍ୟାଫିନ୍‌ ଯୋଗୁ ୨ ଘଣ୍ଟାର ନିଦ୍ରା ନଷ୍ଟ ହୋଇଥାଏ। ତେଣୁ ଭଲ ନିଦ୍ରା ପାଇଁ ରାତିରେ ଏସବୁ ପିଇବା ଆଦୌ ହିତକର ନୁହେଁ।
ଚକୋଲେଟ୍‌: ଖାଇ ସାରିବା ପରେ କିଛି ମିଠା କିମ୍ବା ଚକୋଲେଟ୍‌ ଖାଇବାକୁ ଅନେକେ ପସନ୍ଦ କରନ୍ତି। ହେଲେ ରାତିରେ ଚକୋଲେଟ୍‌ ଖାଇଲେ ଏଥିରେ ଥିବା କ୍ୟାଫିନ୍‌ ନିଦ୍ରାହୀନତାର କାରଣ ସାଜିଥାଏ। ଏହା ବ୍ୟତୀତ ଏଥିରେ ଅଧିକ ମାତ୍ରାରେ ଥିବା ଚିନି ବା ସୁଗାର ମଣିଷଠାରେ ମେଦବହୁଳତା ସମସ୍ୟା ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri