ମାଷ୍ଟର ସେଫ ଇଣ୍ଡିଆ’ରେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,୫।୧(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇ କିଚେନକୁ ସିଧାସଳଖ ଏଣ୍ଟ୍ରି ପାଇଛନ୍ତି।  ଓଡ଼ିଶାର ପ୍ରସିଦ୍ଧ ଗଇଣ୍ଠା ପିଠାକୁ ସ୍ବତନ୍ତ୍ର ଢ଼ଙ୍ଗରେ ପ୍ରସ୍ତୁତ କରି  ଶୋ’ରେ ପ୍ରଥମ ସଫଳତା ପାଇଛନ୍ତି। ସେ ଏହି ପିଠାଗୁଡ଼ିକ ଗଢ଼ିଥିବାବେଳେ ହାଲୁକା ନୀଳ ରଙ୍ଗ ପାଇଁ ସେ ଅପରାଜିତା ଫୁଲର ରସକୁ ବ୍ୟବହାର କରିଛନ୍ତି। ସେହିପରି ଅନ୍ନପୂର୍ଣ୍ଣା ପତ୍ରର ବ୍ୟବହାର କାରଣରୁ ପିଠାର ବାସ୍ନା ଚୟନ ମଣ୍ଡଳୀକୁ ଆକୃଷ୍ଟ କରିପାରିଛି। ଲ୍ୟାଣ୍ଡସ୍କେପ୍‌ ଗାର୍ଡେନିଂରେ ପିଏଚଡି କରୁଥିବା ଅବିନାଶ କୃଷିଜାତ ପଦାର୍ଥର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ପ୍ରୟାସ କରିଛନ୍ତି। ଏଥିପାଇଁ ସେ ନିଜେ ଅମଳ କରିଥିବା କୃଷିଜାତ ଦ୍ରବ୍ୟକୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟରେ ବ୍ୟବହାର କରିଛନ୍ତି। ଖାଦ୍ୟ ଉପଯୋଗୀ ଫୁଲ ଓ ଅନ୍ୟାନ୍ୟ ଦ୍ରବ୍ୟ ସାହଯ୍ୟରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରିବ ବୋଲି ସେ ବାର୍ତ୍ତା ଦେଇଛନ୍ତି। ଶୋ’ରେ ଅଂଶ ଗ୍ରହଣ ପାଇଁ ଚୟନ ହୋଇଥିବା ୧୬ ପ୍ରତିଯୋଗୀଙ୍କ ମଧ୍ୟରେ ସେ ବର୍ତ୍ତମାନ ପ୍ରଥମ ପ୍ରତିଯୋଗୀ ଭାବେ କିଚେନ୍‌କୁ ଏଣ୍ଟ୍ରି ପାଇଛନ୍ତି। ଏଥର ଚୟନ ପ୍ୟାନେଲରେ ସେଫ ବିକାଶ ଖନ୍ନା, ରଣବୀର ବ୍ରାର ଓ ଗାରିମା ଅରୋରା ସଦସ୍ୟ ରହିଛନ୍ତି। ଅବିନାଶ ଭୁବନେଶ୍ୱରରେ ରହୁଥିବାବେଳେ ଭୁକଡ଼ ଇନସାନ୍‌ ନାମରେ ତାଙ୍କର ଏକ ସୋସିଆଲ ପେଜ ରହିଛି। ସେଥିରେ ସେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ବନାଇବା ସହ ଏହାର ଫଟୋ ଓ ପ୍ରସ୍ତୁତି ପ୍ରଣାଳୀ ଶେୟାର କରନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସିଜନ ୬ରେ ଓଡ଼ିଶାରୁ ଅବିନାଶ ନାୟକ ବିଜେତା ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri