ମାଷ୍ଟର ସେଫ ଇଣ୍ଡିଆ’ରେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,୫।୧(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇ କିଚେନକୁ ସିଧାସଳଖ ଏଣ୍ଟ୍ରି ପାଇଛନ୍ତି।  ଓଡ଼ିଶାର ପ୍ରସିଦ୍ଧ ଗଇଣ୍ଠା ପିଠାକୁ ସ୍ବତନ୍ତ୍ର ଢ଼ଙ୍ଗରେ ପ୍ରସ୍ତୁତ କରି  ଶୋ’ରେ ପ୍ରଥମ ସଫଳତା ପାଇଛନ୍ତି। ସେ ଏହି ପିଠାଗୁଡ଼ିକ ଗଢ଼ିଥିବାବେଳେ ହାଲୁକା ନୀଳ ରଙ୍ଗ ପାଇଁ ସେ ଅପରାଜିତା ଫୁଲର ରସକୁ ବ୍ୟବହାର କରିଛନ୍ତି। ସେହିପରି ଅନ୍ନପୂର୍ଣ୍ଣା ପତ୍ରର ବ୍ୟବହାର କାରଣରୁ ପିଠାର ବାସ୍ନା ଚୟନ ମଣ୍ଡଳୀକୁ ଆକୃଷ୍ଟ କରିପାରିଛି। ଲ୍ୟାଣ୍ଡସ୍କେପ୍‌ ଗାର୍ଡେନିଂରେ ପିଏଚଡି କରୁଥିବା ଅବିନାଶ କୃଷିଜାତ ପଦାର୍ଥର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ପ୍ରୟାସ କରିଛନ୍ତି। ଏଥିପାଇଁ ସେ ନିଜେ ଅମଳ କରିଥିବା କୃଷିଜାତ ଦ୍ରବ୍ୟକୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟରେ ବ୍ୟବହାର କରିଛନ୍ତି। ଖାଦ୍ୟ ଉପଯୋଗୀ ଫୁଲ ଓ ଅନ୍ୟାନ୍ୟ ଦ୍ରବ୍ୟ ସାହଯ୍ୟରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରିବ ବୋଲି ସେ ବାର୍ତ୍ତା ଦେଇଛନ୍ତି। ଶୋ’ରେ ଅଂଶ ଗ୍ରହଣ ପାଇଁ ଚୟନ ହୋଇଥିବା ୧୬ ପ୍ରତିଯୋଗୀଙ୍କ ମଧ୍ୟରେ ସେ ବର୍ତ୍ତମାନ ପ୍ରଥମ ପ୍ରତିଯୋଗୀ ଭାବେ କିଚେନ୍‌କୁ ଏଣ୍ଟ୍ରି ପାଇଛନ୍ତି। ଏଥର ଚୟନ ପ୍ୟାନେଲରେ ସେଫ ବିକାଶ ଖନ୍ନା, ରଣବୀର ବ୍ରାର ଓ ଗାରିମା ଅରୋରା ସଦସ୍ୟ ରହିଛନ୍ତି। ଅବିନାଶ ଭୁବନେଶ୍ୱରରେ ରହୁଥିବାବେଳେ ଭୁକଡ଼ ଇନସାନ୍‌ ନାମରେ ତାଙ୍କର ଏକ ସୋସିଆଲ ପେଜ ରହିଛି। ସେଥିରେ ସେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ବନାଇବା ସହ ଏହାର ଫଟୋ ଓ ପ୍ରସ୍ତୁତି ପ୍ରଣାଳୀ ଶେୟାର କରନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସିଜନ ୬ରେ ଓଡ଼ିଶାରୁ ଅବିନାଶ ନାୟକ ବିଜେତା ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri