ଓଏଚ୍‌ପିସିର ଦାୟିତ୍ୱ ହସ୍ତାନ୍ତରକୁ ନାପସନ୍ଦ

କଣିହାଁ ,୩୦ା୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଡ୍ୟାମ୍‌ କଲୋନୀ ଅଞ୍ଚଳ ଓ ବଜାରର ଆଲୋକୀକରଣ ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଥିବା ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ବା ଓଏଚ୍‌ପିସି ଏହି ଦାୟିତ୍ୱକୁ ଏକ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀକୁ ହସ୍ତାନ୍ତର କରିସାରିଛି। କିନ୍ତୁ ଓଏଚ୍‌ପିସିର ଏପରି କାର୍ଯ୍ୟକୁ ପ୍ରକଳ୍ପ ଅଞ୍ଚଳବାସୀ ନାପସନ୍ଦ କରିବା ସହ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଏଚ୍‌ପିସି ଉକ୍ତ ବ୍ୟବସ୍ଥା ପରିଚାଳନା ନ କଲେ ଡ୍ୟାମ୍‌ ଅଞ୍ଚଳ ରାତିରେ ଅନ୍ଧକାର ମଧ୍ୟରେ ରହିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି।
ପ୍ରକାଶ ଯେ, ୧୯୭୩ ମସିହାରେ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନାର ଶୁଭ ଦିଆଯାଇଥିଲା। ୧୯୭୫ରେ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୮୫ରେ ଶେଷ ହୋଇଥିଲା। ପ୍ରଥମେ ପ୍ରକଳ୍ପର ସମସ୍ତ କଲୋନୀ, ବଜାର, ମନ୍ଦିର, ବସ୍ତି ଅଞ୍ଚଳର ଆଲୋକୀକରଣ, ରକ୍ଷଣାବେକ୍ଷଣ ଓ ଜଳ ଯୋଗାଣ ବ୍ୟବସ୍ଥା ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଉଥିଲା। ହେଲେ ୧୯୯୬ ଏପ୍ରିଲ ୨୧ରେ ଡ୍ୟାମ୍‌ ଡିଭିଜନରୁ ଅଲଗା ହୋଇ ଓଏଚ୍‌ପିସି ଗଠନ ପରଠାରୁ ସମଗ୍ର ପ୍ରକଳ୍ପ ଅଞ୍ଚଳର ଆଲୋକୀକରଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଓଏଚ୍‌ପିସି କରିଆସୁଥିଲା। କିନ୍ତୁ
ଏହି ଦାୟିତ୍ୱରୁ ଓହରିଯିବା ନେଇ ନିଷ୍ପତ୍ତି ହେବା ପରେ ଓଏଚ୍‌ପିସି ପକ୍ଷରୁ ରେଙ୍ଗାଳି ସରପଞ୍ଚ ପ୍ରଭାତୀ ସେଠୀଙ୍କୁ ଏକ ପତ୍ର ମାଧ୍ୟମରେ ଷ୍ଟ୍ରିଲ ଲାଇଟ୍‌ର ରକ୍ଷଣାବେକ୍ଷଣ ଓ ବିଲ୍‌ ପ୍ରଦାନ ଦାୟିତ୍ୱ ନେବା ପାଇଁ ଜଣାଇଥିଲା। କିନ୍ତୁ ଅର୍ଥର ଅଭାବ ଥିବାରୁ ସରପଞ୍ଚ ଓଏଚ୍‌ପିସି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଇତିମଧ୍ୟରେ ଓଏଚ୍‌ପିସି ଏକ ବିଦ୍ୟୁତ୍‌ ବିତରଣ କମ୍ପାନୀକୁ ଉକ୍ତ ଦାୟିତ୍ୱ ହସ୍ତାନ୍ତର କରିସାରିଥିବାରୁ ଏବେ ପ୍ରକଳ୍ପ ଅଞ୍ଚଳରେ ଥିବା ଆଲୋକୀକରଣ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହରେ ରହିଛନ୍ତି। ଆଗାମୀ ଦିନରେ ପ୍ରକଳ୍ପର କଲୋନୀ, ବଜାର ଆଦି ଅଞ୍ଚଳରେ ବିଦ୍ୟୁତ୍‌ ସେବା ଗଭୀର ଭାବେ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏପରି ହେଲେ ଡ୍ୟାମ୍‌ ଅଞ୍ଚଳରେ ରାତିରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ କହିଛନ୍ତି।

ଦାବିପତ୍ର ପ୍ରଦାନ କରାଯାଇଛି
ଦୀର୍ଘବର୍ଷ ହେଲା ପ୍ରକଳ୍ପ ଅଞ୍ଚଳକୁ ଓଏଚ୍‌ପିସି ଆଲୋକୀକରଣ କରିଆସିଥିଲା। ହେଲେ ଅନ୍ୟ କମ୍ପାନୀ ଏହି ଦାୟିତ୍ୱ ନେଇଥିବାରୁ ବହୁ ଅସୁବିଧା ସୃଷ୍ଟି ହେବ। ଏ ଦିଗରେ ଦୃଷ୍ଟି ଦେବାକୁ ବଣିକ ସଂଘ ପକ୍ଷରୁ ଏକ ଦାବିପତ୍ର ଓଏଚ୍‌ପିସିକୁ ପ୍ରଦାନ କରାଯାଇଛି।
-ପବିତ୍ର ଘଡ଼ାଇ, ସଭାପତି, ରେଙ୍ଗାଳି ଲକ୍ଷ୍ମୀବଜାର ବଣିକ ସଂଘ
ପ୍ରକଳ୍ପ ଅଞ୍ଚଳ ଅନ୍ଧକାର ହେବନି
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରକଳ୍ପ ଅଞ୍ଚଳର ଦାୟିତ୍ୱ ଏକ ବିଦ୍ୟୁତ୍‌ ବିତରଣ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଏ ନେଇ ସରପଞ୍ଚଙ୍କୁ ଜଣାଇଥିଲୁ। କିନ୍ତୁ ତାଙ୍କ ନିକଟରେ ଅର୍ଥ ନ ଥିବାରୁ ସେ ମନା କରିଦେଲେ। ଓଏଚ୍‌ପିସି ପକ୍ଷରୁ ଷ୍ଟ୍ରିଟ୍‌ ଲାଇଟ୍‌ ବାବଦ ବିଲ୍‌ ପ୍ରଦାନ କରାଯିବାକୁ ଥିବାରୁ ପ୍ରକଳ୍ପ ଅଞ୍ଚଳ ଅନ୍ଧକାର ହେବନାହିଁ।
-ରୁଦ୍ରମୋହନ ନାୟକ, ବରିଷ୍ଠ ପରିଚାଳକ, ଓଏଚ୍‌ପିସି


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri