ଓଏଚ୍‌ପିସିର ଦାୟିତ୍ୱ ହସ୍ତାନ୍ତରକୁ ନାପସନ୍ଦ

କଣିହାଁ ,୩୦ା୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଡ୍ୟାମ୍‌ କଲୋନୀ ଅଞ୍ଚଳ ଓ ବଜାରର ଆଲୋକୀକରଣ ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଥିବା ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ବା ଓଏଚ୍‌ପିସି ଏହି ଦାୟିତ୍ୱକୁ ଏକ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀକୁ ହସ୍ତାନ୍ତର କରିସାରିଛି। କିନ୍ତୁ ଓଏଚ୍‌ପିସିର ଏପରି କାର୍ଯ୍ୟକୁ ପ୍ରକଳ୍ପ ଅଞ୍ଚଳବାସୀ ନାପସନ୍ଦ କରିବା ସହ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଏଚ୍‌ପିସି ଉକ୍ତ ବ୍ୟବସ୍ଥା ପରିଚାଳନା ନ କଲେ ଡ୍ୟାମ୍‌ ଅଞ୍ଚଳ ରାତିରେ ଅନ୍ଧକାର ମଧ୍ୟରେ ରହିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି।
ପ୍ରକାଶ ଯେ, ୧୯୭୩ ମସିହାରେ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନାର ଶୁଭ ଦିଆଯାଇଥିଲା। ୧୯୭୫ରେ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୮୫ରେ ଶେଷ ହୋଇଥିଲା। ପ୍ରଥମେ ପ୍ରକଳ୍ପର ସମସ୍ତ କଲୋନୀ, ବଜାର, ମନ୍ଦିର, ବସ୍ତି ଅଞ୍ଚଳର ଆଲୋକୀକରଣ, ରକ୍ଷଣାବେକ୍ଷଣ ଓ ଜଳ ଯୋଗାଣ ବ୍ୟବସ୍ଥା ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଉଥିଲା। ହେଲେ ୧୯୯୬ ଏପ୍ରିଲ ୨୧ରେ ଡ୍ୟାମ୍‌ ଡିଭିଜନରୁ ଅଲଗା ହୋଇ ଓଏଚ୍‌ପିସି ଗଠନ ପରଠାରୁ ସମଗ୍ର ପ୍ରକଳ୍ପ ଅଞ୍ଚଳର ଆଲୋକୀକରଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଓଏଚ୍‌ପିସି କରିଆସୁଥିଲା। କିନ୍ତୁ
ଏହି ଦାୟିତ୍ୱରୁ ଓହରିଯିବା ନେଇ ନିଷ୍ପତ୍ତି ହେବା ପରେ ଓଏଚ୍‌ପିସି ପକ୍ଷରୁ ରେଙ୍ଗାଳି ସରପଞ୍ଚ ପ୍ରଭାତୀ ସେଠୀଙ୍କୁ ଏକ ପତ୍ର ମାଧ୍ୟମରେ ଷ୍ଟ୍ରିଲ ଲାଇଟ୍‌ର ରକ୍ଷଣାବେକ୍ଷଣ ଓ ବିଲ୍‌ ପ୍ରଦାନ ଦାୟିତ୍ୱ ନେବା ପାଇଁ ଜଣାଇଥିଲା। କିନ୍ତୁ ଅର୍ଥର ଅଭାବ ଥିବାରୁ ସରପଞ୍ଚ ଓଏଚ୍‌ପିସି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଇତିମଧ୍ୟରେ ଓଏଚ୍‌ପିସି ଏକ ବିଦ୍ୟୁତ୍‌ ବିତରଣ କମ୍ପାନୀକୁ ଉକ୍ତ ଦାୟିତ୍ୱ ହସ୍ତାନ୍ତର କରିସାରିଥିବାରୁ ଏବେ ପ୍ରକଳ୍ପ ଅଞ୍ଚଳରେ ଥିବା ଆଲୋକୀକରଣ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହରେ ରହିଛନ୍ତି। ଆଗାମୀ ଦିନରେ ପ୍ରକଳ୍ପର କଲୋନୀ, ବଜାର ଆଦି ଅଞ୍ଚଳରେ ବିଦ୍ୟୁତ୍‌ ସେବା ଗଭୀର ଭାବେ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏପରି ହେଲେ ଡ୍ୟାମ୍‌ ଅଞ୍ଚଳରେ ରାତିରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ କହିଛନ୍ତି।

ଦାବିପତ୍ର ପ୍ରଦାନ କରାଯାଇଛି
ଦୀର୍ଘବର୍ଷ ହେଲା ପ୍ରକଳ୍ପ ଅଞ୍ଚଳକୁ ଓଏଚ୍‌ପିସି ଆଲୋକୀକରଣ କରିଆସିଥିଲା। ହେଲେ ଅନ୍ୟ କମ୍ପାନୀ ଏହି ଦାୟିତ୍ୱ ନେଇଥିବାରୁ ବହୁ ଅସୁବିଧା ସୃଷ୍ଟି ହେବ। ଏ ଦିଗରେ ଦୃଷ୍ଟି ଦେବାକୁ ବଣିକ ସଂଘ ପକ୍ଷରୁ ଏକ ଦାବିପତ୍ର ଓଏଚ୍‌ପିସିକୁ ପ୍ରଦାନ କରାଯାଇଛି।
-ପବିତ୍ର ଘଡ଼ାଇ, ସଭାପତି, ରେଙ୍ଗାଳି ଲକ୍ଷ୍ମୀବଜାର ବଣିକ ସଂଘ
ପ୍ରକଳ୍ପ ଅଞ୍ଚଳ ଅନ୍ଧକାର ହେବନି
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରକଳ୍ପ ଅଞ୍ଚଳର ଦାୟିତ୍ୱ ଏକ ବିଦ୍ୟୁତ୍‌ ବିତରଣ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଏ ନେଇ ସରପଞ୍ଚଙ୍କୁ ଜଣାଇଥିଲୁ। କିନ୍ତୁ ତାଙ୍କ ନିକଟରେ ଅର୍ଥ ନ ଥିବାରୁ ସେ ମନା କରିଦେଲେ। ଓଏଚ୍‌ପିସି ପକ୍ଷରୁ ଷ୍ଟ୍ରିଟ୍‌ ଲାଇଟ୍‌ ବାବଦ ବିଲ୍‌ ପ୍ରଦାନ କରାଯିବାକୁ ଥିବାରୁ ପ୍ରକଳ୍ପ ଅଞ୍ଚଳ ଅନ୍ଧକାର ହେବନାହିଁ।
-ରୁଦ୍ରମୋହନ ନାୟକ, ବରିଷ୍ଠ ପରିଚାଳକ, ଓଏଚ୍‌ପିସି


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri