ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ବାଜିମାତ ଦେଖିବାକୁ ମିଳିଛି। ସଭାପତି, ଉପସଭାପତି ଓ ସମ୍ପାଦକ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟୀ ହାସଲ କରିଛି ଏବିଭିପି।
ଏବିଭିପିର ସଭାନେତ୍ରୀ ପ୍ରାର୍ଥିନି ଆରିୟା ନାୟକ ତାଙ୍କ ନିକଟତମ ପ୍ରତିଦନ୍ଦୀ ବିସିଜେଡିର ଅର୍ପିତା ପ୍ରିୟଦର୍ଶିନୀ ସାହୁଙ୍କୁ ୫୯ଟି ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ଆରିୟା ୯୪୬ ଖଣ୍ଡ ଭୋଟ ମିଳିଥିବାବେଳେ ଅର୍ପିତାକୁ ୮୮୭ ଖଣ୍ଡ ଭୋଟ ମିଳିଥିଲା।
ସେହିପରି ଉପସଭାପତି ଭାବେ ଏବିଭିପିର ଭୋଜରାଜ ସାହୁ ତାଙ୍କ ନିକଟତମ ପ୍ରତିଦନ୍ଦୀ ବିସିଜେଡିର ଉମାକାନ୍ତ ନିଆଲକୁ ୧୧୯ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି। ସମ୍ପାଦକ ଭାବେ ମଧ୍ୟ ଏବିଭିପିର ଓମକାର ଦଣ୍ଡସେନା ତାଙ୍କ ନିକଟତମ ପ୍ରତିଦନ୍ଦୀ ବିସିଜେଡିର ପ୍ରତ୍ୟାଶା ପଟ୍ଟନାୟକଙ୍କୁ ୮୨ ଖଣ୍ଡ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି। ନେଇଁ ବିଶ୍ୱ ବିଦ୍ୟାଳୟ କୁଳପତି ଡ଼. ପବନ ଅଗ୍ରୱାଲ ସୂଚନା ଦେଇଛନ୍ତି।
ବିଜୟୀ ପରେ ଏବିଭିପି ପକ୍ଷରୁ ସହରରେ ବାଣ ଫୁଟାଇ ସେଲିବ୍ରେସନ କରାଯାଇଛି।
ଗୁରୁବାର ଛାତ୍ର ସଂସଦ ନିର୍ବାଚନ ପାଇଁ ସକାଳ ୮ରୁ ୨ ଟା ଯାଏ ବିଶ୍ୱବିଦ୍ୟାଳୟରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ସମୁଦାୟ ୧୦ ଟି ବୁଥ ରେ ୪୧୮୯ ଭୋଟର ମଧ୍ୟରୁ ୨୮୧୬ ଜଣ ଭୋଟର ଭୋଟ ଦେଇଥିଲେ। ଯାହାକି ସମୁଦାୟ ମତଦାନ ହାର ୬୭.୨୨ ରହିଛି।