ଅବଢ଼ା ଯୋଜନା ବ୍ୟୟ ଅଟକଳ ବଢ଼ିଲା

ଭୁବନେଶ୍ୱର,୨୨ା୬(ଅନିଲ ଦାସ) ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ ଓ ଏହାର ସଂରକ୍ଷଣ ପୁନର୍ଜୀବିତ କରିବା ପାଇଁ ସରକାର ଅବଢ଼ା ଯୋଜନା କରିଛନ୍ତି। ପୂର୍ବରୁ ଏହି ଯୋଜନା ପାଇଁ ୩,୨୦୮ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। ଏହି ଯୋଜନା ଅଧୀନରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପର କାର୍ଯ୍ୟକାରିତା ସମୟରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଯୋଜନାର ମୋଟ ଅଟକଳ ୪,୨୨୪.୨୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଅଟକଳକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଏହି ଯୋଜନାର ଅବଧି ୨୦୧୭-୧୮ରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଲଙ୍ଗ୍‌ ଟର୍ମ ଲିଙ୍କେଜ୍‌ (ଏଲ୍‌ଟିଏଲ୍‌) ନୀତି-୨୦୨୨ ପରିବର୍ତ୍ତେ ରାଜ୍ୟଭିତ୍ତିକ ଶିଳ୍ପଗୁଡ଼ିକୁ କଞ୍ଚାମାଲ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ଖଣି ନିଗମ(ଓଏମ୍‌ସି) ମାଧ୍ୟମରେ ଏଲ୍‌ଟିଏଲ୍‌ ନୀତି-୨୦୨୩ ପ୍ରଣୟନ କରିଛନ୍ତି। ଏହାଦ୍ୱାରା ଶିଳ୍ପଗୁଡ଼ିକୁ ଦୀର୍ଘମିଆଦୀ କଞ୍ଚାମାଲ ଓଏମ୍‌ସି ଜରିଆରେ ଯୋଗାଇ ଦିଆଯିବ। ଏଥିସହିତ ସମସ୍ତ ଖଣିଜ ପଦାର୍ଥଗୁଡ଼ିକର ମୂଲ୍ୟ ସ୍ଥିର କରିବା ପାଇଁ ପ୍ରଚଳିତ ମୂଲ୍ୟ ନିର୍ଦ୍ଧାରଣ ପ୍ରଣାଳୀରେ ସମାନତା ନିଶ୍ଚିତ କରାଯାଇଛି। ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ରାୟଗଡ଼ା ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି ସହିତ ବଦଳ କରି ଆଣିଥିବା ଏ୬.୩୦ ଡିସିମିଲ ଜମିକୁ ମା’ ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ପ୍ରିମିୟମ ଛାଡ଼ ଓ ଇନ୍‌ସିଡେଣ୍ଟାଲ ଚାର୍ଜରେ ମନ୍ଦିର ପରିଚାଳନା ଟ୍ରଷ୍ଟକୁ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଟ୍ରଷ୍ଟକୁ ରିହାତି ଦରରେ ଏକର ପିଛା ୧୦୦ ଟଙ୍କା ହିସାବରେ ବାର୍ଷିକ ଭୂ- ରାଜସ୍ବ ଓ ଭୂ- ରାଜସ୍ବର ୭୫% ହିସାବରେ ଦେବାକୁ ପଡ଼ିବ। ରାଜସ୍ବ ବିଭାଗ ପକ୍ଷରୁ ଦିଆଯାଇଥିବା ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର ମିଳିଛି।
ସେହିପରି ରାଜ୍ୟର ସମସ୍ତ ଜିଲାର କିଶୋରୀ ବାଳିକା (୧୫ରୁ ୧୯ ବର୍ଷ), ଗର୍ଭବତୀ ମହିଳା ଓ ପ୍ରସୂତି ଏବଂ ଶିଶୁମାନଙ୍କ ପୁଷ୍ଟି ଓ ସ୍ବାସ୍ଥ୍ୟର ଉନ୍ନତି ପାଇଁ ବୁଧବାର ରାଜ୍ୟ କ୍ୟାବିନେଟ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ୨୦୨୩-୨୪ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବା ସହ ଆସନ୍ତା ୫ ବର୍ଷ ପାଇଁ ୩୩୫୪.୪୦ କୋଟି ଟଙ୍କା ବ୍ୟୟମଞ୍ଜୁର କରାଯାଇଛି।
ଏହି ଯୋଜନାରେ କିଶୋରୀମାନଙ୍କର ପୁଷ୍ଟିଗତ ଉନ୍ନତି ନିମନ୍ତେ ଅଣ୍ଡା, ଲଡୁ, ପୁଷ୍ଟିକର ଖାଦ୍ୟ ଇତ୍ୟାଦି ଯୋଗାଇ ଦିଆଯିବ। ଆଇସିଡିଏସ୍‌ ସ୍ତରରେ କିଶୋରୀମାନଙ୍କର ରକ୍ତହୀନତା ସ୍କ୍ରିନିଂ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରାଯିବ। ସେହିପରି ଗର୍ଭବତୀ ମହିଳା ଓ ପ୍ରସୂତିମାନଙ୍କୁ ଘରେ ଅଣ୍ଡା, ମିଲେଟ ଏବଂ ପୁଷ୍ଟିକର ଖାଦ୍ୟ ପଦାର୍ଥ ଇତ୍ୟାଦି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri