Posted inଜାତୀୟ

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ। ଏବେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସ୍ବାୟତ୍ତତା ପାଇଁ ତାଙ୍କ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ ନେଇ ଘୋଷଣା କରିଛନ୍ତି।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି କୁରିଏନ୍‌ ଜୋସେଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରୁଥିବା ସାମ୍ବିଧାନିକ ଏବଂ ଆଇନଗତ ବ୍ୟବସ୍ଥାଗୁଡ଼ିକର ଅଧ୍ୟୟନ କରିବ। କମିଟିରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅଶୋକ ବର୍ଦ୍ଧନ ସେଟ୍ଟୀ ଏବଂ ରାଜ୍ୟ ଯୋଜନା ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ଏମ୍‌. ନାଗନାଥନ୍‌ ସଦସ୍ୟ ରହିଛନ୍ତି। ରାଜ୍ୟ ତାଲିକାରୁ ସମବର୍ତ୍ତୀ ସୂଚୀକୁ ସ୍ଥାନାନ୍ତର ହୋଇଥିବା ବିଷୟଗୁଡ଼ିକୁ ଫେରାଇ ଆଣିବା ନିମନ୍ତେ ଉପାୟ ବତାଇବା ସହ ରାଜ୍ୟଗୁଡ଼ିକ କିପରି ଅଧିକ ସ୍ବାୟତ୍ତତା କ୍ଷମତା ସହିତ କାର୍ଯ୍ୟ କରିପାରିବେ, ସେନେଇ ସୁପାରିସ କରିବେ।
ରାଜ୍ୟଗୁଡ଼ିକର କ୍ଷମତା ବଢ଼ାଇବା ଉପରେ ଷ୍ଟାଲିନ୍‌ ଜୋର୍‌ ଦେଇଛନ୍ତି। କେନ୍ଦ୍ର ସରକାର କ୍ରମାଗତ ଭାବେ ରାଜ୍ୟର ଅଧିକାରକୁ ଛଡ଼ାଇନେବାରେ ଲାଗିଥିବା ସେ ଅଭିଯୋଗ କରିଛନ୍ତି। କରୁଣାନିଧିଙ୍କ ସରକାର ସମୟରେ ଐତିହାସିକ ରାଜ୍ୟ ସ୍ବାୟତ୍ତତା ସଂକଳ୍ପନାମା ବିଧାନସଭାରେ ଅଣାଯାଇଥିଲା। ରାଜ୍ୟ ବିଧାନସଭାର ରୁଲ୍‌-୧୧୦ ଅନୁଯାୟୀ ଷ୍ଟାଲିନ୍‌ ନୂଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ୨୦୨୬ ଜାନୁଆରୀ ସୁଦ୍ଧା କମିଟି ଅନ୍ତରୀଣ ରିପୋର୍ଟ ଦେବାକୁ ଥିବାବେଳେ ୨ ବର୍ଷରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବ। ଏହି ପଦକ୍ଷେପ କେବଳ ତାମିଲନାଡୁ ପାଇଁ ନୁହେଁ ବରଂ ବିବିଧତା ମଧ୍ୟରେ ଏକତା ସିଦ୍ଧାନ୍ତର ସୁରକ୍ଷା ନିମନ୍ତେ ସମସ୍ତ ରାଜ୍ୟ ପାଇଁ ଉଦ୍ଦିଷ୍ଟ ବୋଲି ଷ୍ଟାଲିନ୍‌ କହିଛନ୍ତି। ରାଜ୍ୟଗୁଡ଼ିକର ଅଧିକାର ଅବରୋଧ ହେଉଥିବାବେଳେ ସମ୍ବିଧାନର ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରାଯାଇ ସହଯୋଗମୂଳକ ସଂଘବାଦ, ଆଇନ ଏବଂ ନୀତି ଆଧାରିତ କେନ୍ଦ୍ର-ରାଜ୍ୟ ସମ୍ପର୍କ ସୁଦୃଢ଼ ହେବା ଆବଶ୍ୟକ। ସମ୍ବିଧାନ ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ଗଢ଼ାଯାଇଥିବାରୁ ନିଜସ୍ବ କ୍ଷେତ୍ରରେ କେହି କାହାର ଅଧସ୍ତନ ନୁହନ୍ତି ବୋଲି ବି.ଆର୍‌. ଆମ୍ବେଡ୍‌କର ସ୍ପଷ୍ଟ ଭାବେ କହିଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର କ୍ରମାଗତ ଭାବେ ରାଜ୍ୟଗୁଡ଼ିକର ଅଧିକାରକୁ ଅକ୍ତିଆର କରିଚାଲିଛନ୍ତି, ଯାହା
ସାମ୍ବିଧାନିକ ସନ୍ତୁଳନରେ ବ୍ୟାଘାତ ସୃଷ୍ଟି କରୁଥିବା ଷ୍ଟାଲିନ୍‌ କହିଥିଲେ। ତେବେ ବିଧାନସଭାରେ ଷ୍ଟାଲିନ୍‌ ଉଚ୍ଚସ୍ତରୀୟ କମିଟି ଗଠନ ସମ୍ପର୍କରେ ଘୋଷଣା କଲାବେଳେ ବିରୋଧୀ ଦଳ ଏଆଇଏଡିଏମ୍‌କେ ଉପସ୍ଥିତ ନ ଥିଲା। ବିରୋଧୀ ଦଳ ଉଠାଇଥିବା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଚସ୍ପତି ଏମ୍‌. ଆପ୍ପାଭୁ ଅନୁମତି ନ ଦେବାରୁ ଏଆଇଏଡିଏମ୍‌କେ କକ୍ଷତ୍ୟାଗ କରିଥିଲା। ରାଜ୍ୟ ପାଇଁ ନିରଙ୍କୁଶ ସ୍ବାୟତ୍ତତା ଦେଶ ପକ୍ଷରେ ଭଲ ହେବ ନାହିଁ, ଏଥିରେ ଭାଜପା ଏକମତ ନୁହେଁ ବୋଲି କହି ଗୃହର ନେତା ନୈନାର ନାଗେନ୍ଥରନଙ୍କ ନେତୃତ୍ୱରେ କକ୍ଷତ୍ୟାଗ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଡିଏମ୍‌କେ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ସମର୍ଥନ ଜଣାଇଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି ସମେତ ବିଭିନ୍ନ ନିଷ୍ପତ୍ତିକୁ ଷ୍ଟାଲିନ୍‌ ବିରୋଧ କରିଆସୁଛନ୍ତି। ତ୍ରିଭାଷୀ ନୀତି ବଳରେ କେନ୍ଦ୍ର ଅଣହିନ୍ଦୀଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀ ଭାଷାକୁ ଲଦିଦେବାକୁ ଉଦ୍ୟମ ଚଳାଇଥିବା କହି ଷ୍ଟାଲିନ୍‌ ଏହାର ତୀବ୍ର ବିରୋଧ କରିଥିବାବେଳେ ଅନ୍ୟ କେତେକ ଦଳ ମଧ୍ୟ ତାଙ୍କ ସହ ସ୍ବର ମିଳାଇଛନ୍ତି। ସେହିପରି ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ରହିଥିବା ଏନ୍‌ଇଇଟି ପରୀକ୍ଷା ବ୍ୟବସ୍ଥାକୁ ଷ୍ଟାଲିନ୍‌ ବିରୋଧ କରିବା ସହ ତାମିଲନାଡୁରେ ଏଭଳି ପରୀକ୍ଷା ନ କରାଇ ସିଧାସଳଖ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଧାରରେ ପିଲାଙ୍କୁ ନାମଲେଖା ସୁଯୋଗ ଦେବା ପାଇଁ ଦାବି କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri