ଅସ୍ତିତ୍ୱ ଖୋଜୁଛି ଅଟୋନଗର

ବ୍ରହ୍ମପୁର,୭।୨(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାର ଶିଳ୍ପାଞ୍ଚଳ ଭିତ୍ତିଭୂମିରେ ସାମିଲ ହୋଇଥିବା ରଙ୍ଗେଇଲୁଣ୍ଡା ବ୍ଲକ ହଳଦିଆପଦରସ୍ଥିତ ଅଟୋନଗର ସ୍ଥିତି ଦୟନୀୟ ହୋଇପଡ଼ିଛି। ଦୀର୍ଘ ୩୩ ବର୍ଷ ହେଲା ଏକ ଦୂଷିତ ପରିବେଶରେ ଥିବା ଏହି ଶିଳ୍ପାଞ୍ଚଳ ନିଜ ଅସ୍ତିତ୍ୱ ଖୋଜିବାରେ ଲାଗିଛି। ବହୁ ଅଭିଯୋଗ ପରେ ଓଡ଼ିଶା ଶିଳ୍ପାଞ୍ଚଳ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡକୋ) ଏହାର ବିକାଶ ପାଇଁ ଅଣ୍ଟା ଭିଡ଼ିଛି।
ଜିଲାରେ ଥିବା ୫ଟି ଶିଳ୍ପାଞ୍ଚଳ ମଧ୍ୟରୁ ୯୦ ଦଶକରେ ନିର୍ମାଣ ହୋଇଥିବା ଅଟୋନଗର କେବଳ ଅଟୋମୋବାଇଲ ସେକ୍ଟର ପାଇଁ ପ୍ରଯୁଜ୍ୟ। ୭୪ ଏକର ଜମିରେ ଏହି ଶିଳ୍ପାଞ୍ଚଳ ରହିଛି। ସେଥିରୁ ୨୫ ଏକର ରାସ୍ତା ଓ ଡ୍ରେନେଜ ପାଇଁ ଛଡାଯାଇଥିବାବେଳେ ବାକି ୪୯ ଏକର ଜମିରେ ୪୯୪ ପ୍ଲଟ ରହିଛି। ଅଟୋନଗର ଭିତରକୁ ଦୈନିକ ବହୁ ଭାରିଯାନ ଯାତାୟାତ କରୁଛି। ସେଠାରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ହୋଇଛି। ତାହା ବି ଅଲୋଡା ହୋଇପଡିଛି। କନିଷି ତହସିଲଦାରଙ୍କ କାର୍ଯ୍ୟାଳୟ ରହିଛି। ସମ୍ମୁଖ ରାସ୍ତାର କିଛି ଅଂଶ ପିଚୁ ହୋଇଥିବାବେଳେ ବାକି ସବୁ ରାସ୍ତାରେ ମାଟି ମୁଠାଏ ବି ପଡିନି। ଡ୍ରେନ, ପାନୀୟଜଳ ଓ ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ। ଭଲ ହୋଟେଲ ନାହିଁ। ଶ୍ରମିକମାନେ ଆଶ୍ରୟ ନେବା ପାଇଁ ସୁବିଧା କରାଯାଇନାହିଁ। ରାତି ହେଲେ ଅଟୋନଗର ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳ ପାଲଟୁଛି। ୩୦ରୁ ୪୦ ପ୍ରତିଶତ ପ୍ଲଟରେ ଲୋକେ କିଛି କରିନାହାନ୍ତି। କେବଳ ପ୍ଲଟ ନେଇ ପକାଇ ରଖିଛନ୍ତି। ଇଡକୋ ପକ୍ଷରୁ ନାମାନୁସାରେ ତଦନ୍ତ କରାଯିବା ପରେ ପ୍ଲଟ ନେଇଥିବା ପ୍ରାୟ ୯୦ ପ୍ରତିଶତ ଲୋକ ସେମାନଙ୍କ ପ୍ଲଟ ଭଡାରେ ଲଗାଇଛନ୍ତି। ସେମାନଙ୍କୁ ନୋଟିସ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଇଡକୋର ଇଷ୍ଟେଟ କୋର୍ଟରେ ଏ ସମ୍ପର୍କିତ ପ୍ରାୟ ୩୦ ମାମଲା ଥିବା ଇଡକୋ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଓଡ଼ିଶା ଆସେମ୍ବ୍ଲି ଅଫ ସ୍ମାଲ ଆଣ୍ଡ ମିଡିୟମ ଏଣ୍ଟରପ୍ରେନର, ଗଞ୍ଜାମ ଚାପ୍ଟେରର ସାଧାରଣ ସମ୍ପାଦକ ଇଂ.ମନୋରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଅଟୋନଗର ଜିଲାରେ ଅଟୋମୋବାଇଲ ଶିଳ୍ପର ଏକ ବୃହତ୍‌ ହବ ପାଲଟିଛି। କିନ୍ତୁ ଏଠାରେ ବହୁ ସମସ୍ୟା ରହିଛି। ଷ୍ଟ୍ରିଟ ଲାଇଟ, ରୋଡ, ଡ୍ରେନେଜ ବ୍ୟବସ୍ଥା ନାହିଁ। ଯେଉଁ ରାସ୍ତା ରହିଛି ପ୍ରାୟ ସ୍ଥାନରେ ୩ରୁ ୪ ଫୁଟ ପର୍ଯ୍ୟନ୍ତ ଖାଲ ହୋଇଯାଇଛି। ଖାଲ ଢିପ ରାସ୍ତା ଭାରିଯାନ ଯାତାୟାତରେ ବିପଦ ସୃଷ୍ଟି କରୁଛି। ସବୁଠୁ ବଡକଥା ହେଲା ଯେଉଁମାନେ ପ୍ଲଟ ନେଇଛନ୍ତି ସେମାନଙ୍କୁ ୩ବର୍ଷ ପାଇଁ ପ୍ରଥମେ ଲିଜ ଏଗ୍ରିମେଣ୍ଟ କରାଯାଉଛି। ୩ ବର୍ଷିଆ ମଡଗେଜ ଦେଲେ ବ୍ୟାଙ୍କ ଋଣ ମିଳୁନି। ଅର୍ଥ ଅଭାବରୁ ଉଦ୍ୟୋଗପତିମାନେ କୌଣସି ଉଦ୍ୟୋଗ ଖୋଲିପାରୁନାହାନ୍ତି। ଗୋଟିଏ ପଟେ ୩ବର୍ଷିଆ ଲିଜ କାଟି ସ୍ଥାୟୀ ଲିଜ ଦେବାକୁ ପଡିବ ନଚେତ ବ୍ୟାଙ୍କ ଋଣ ଦେବାକୁ ପଡିବ। ଏହି ସବୁ ସମସ୍ୟାର ସମାଧାନ କରାଗଲେ ଅଟୋନଗରର ଅସ୍ଥିତ୍ୱ ରହିବ ନଚେତ ଆଗାମୀ ଦିନରେ ଏହାର ଅଅସ୍ତିତ୍ୱ ହଜିଯିବ। ଏ ନେଇ ଇଡକୋକୁ ଅବଗତ କରାଯାଇଛି ବୋଲି ମହାପାତ୍ର କହିଛନ୍ତି। ଇଡ୍‌କୋର ଡିଭିଜନାଲ ମୁଖ୍ୟ ସ୍ମରଣିକା ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ, ଅଟୋନଗରର ବିକାଶ ପାଇଁ ୩୫.୬୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି ମୁଖ୍ୟ କାର୍ଯ୍ୟାଳୟରୁ ଜଣାପଡିଛି। ୩୨ କୋଟି ଟଙ୍କାରେ ଫେଜ-୧ରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ସିସି ରୋଡ, ଡ୍ରେନେଜ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ହୋଟେଲ, ଶ୍ରମିକମାନଙ୍କ ରହଣିସ୍ଥଳ ଆଦି ବ୍ୟବସ୍ଥା ରହିବ। ସେହିପରି ଫେଜ-୨ ପାଇଁ ୩.୬୫ କୋଟି ଟଙ୍କାରେ ସିସି ରୋଡ, ଡ୍ରେନ, ବିଦ୍ୟୁତ ସୁବିଧା, ପ୍ରଶାସନିକ କୋଠା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯିବ। ଜଳଯୋଗାଣ ପାଇଁ ଘଟକେଶ୍ୱର ନିକଟ ଜଳଅମଳ ପ୍ରକଳ୍ପରୁ ପାଣି ଯୋଗାଣ ହେବ। ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଟେଣ୍ଡର ହୋଇଛି। କିନ୍ତୁ କାର୍ଯ୍ୟାଦେଶ ଦିଆଯାଇପାରିନାହିଁ। ସେଠାରେ ଖୁବଶୀଘ୍ର କାର୍ଯ୍ୟାରମ୍ଭ ହେବ ବୋଲି ଡିଭିଜନାଲ ମୁଖ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri