ଅସ୍ତିତ୍ୱ ଖୋଜୁଛି ଅଟୋନଗର

ବ୍ରହ୍ମପୁର,୭।୨(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାର ଶିଳ୍ପାଞ୍ଚଳ ଭିତ୍ତିଭୂମିରେ ସାମିଲ ହୋଇଥିବା ରଙ୍ଗେଇଲୁଣ୍ଡା ବ୍ଲକ ହଳଦିଆପଦରସ୍ଥିତ ଅଟୋନଗର ସ୍ଥିତି ଦୟନୀୟ ହୋଇପଡ଼ିଛି। ଦୀର୍ଘ ୩୩ ବର୍ଷ ହେଲା ଏକ ଦୂଷିତ ପରିବେଶରେ ଥିବା ଏହି ଶିଳ୍ପାଞ୍ଚଳ ନିଜ ଅସ୍ତିତ୍ୱ ଖୋଜିବାରେ ଲାଗିଛି। ବହୁ ଅଭିଯୋଗ ପରେ ଓଡ଼ିଶା ଶିଳ୍ପାଞ୍ଚଳ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡକୋ) ଏହାର ବିକାଶ ପାଇଁ ଅଣ୍ଟା ଭିଡ଼ିଛି।
ଜିଲାରେ ଥିବା ୫ଟି ଶିଳ୍ପାଞ୍ଚଳ ମଧ୍ୟରୁ ୯୦ ଦଶକରେ ନିର୍ମାଣ ହୋଇଥିବା ଅଟୋନଗର କେବଳ ଅଟୋମୋବାଇଲ ସେକ୍ଟର ପାଇଁ ପ୍ରଯୁଜ୍ୟ। ୭୪ ଏକର ଜମିରେ ଏହି ଶିଳ୍ପାଞ୍ଚଳ ରହିଛି। ସେଥିରୁ ୨୫ ଏକର ରାସ୍ତା ଓ ଡ୍ରେନେଜ ପାଇଁ ଛଡାଯାଇଥିବାବେଳେ ବାକି ୪୯ ଏକର ଜମିରେ ୪୯୪ ପ୍ଲଟ ରହିଛି। ଅଟୋନଗର ଭିତରକୁ ଦୈନିକ ବହୁ ଭାରିଯାନ ଯାତାୟାତ କରୁଛି। ସେଠାରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ହୋଇଛି। ତାହା ବି ଅଲୋଡା ହୋଇପଡିଛି। କନିଷି ତହସିଲଦାରଙ୍କ କାର୍ଯ୍ୟାଳୟ ରହିଛି। ସମ୍ମୁଖ ରାସ୍ତାର କିଛି ଅଂଶ ପିଚୁ ହୋଇଥିବାବେଳେ ବାକି ସବୁ ରାସ୍ତାରେ ମାଟି ମୁଠାଏ ବି ପଡିନି। ଡ୍ରେନ, ପାନୀୟଜଳ ଓ ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ। ଭଲ ହୋଟେଲ ନାହିଁ। ଶ୍ରମିକମାନେ ଆଶ୍ରୟ ନେବା ପାଇଁ ସୁବିଧା କରାଯାଇନାହିଁ। ରାତି ହେଲେ ଅଟୋନଗର ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳ ପାଲଟୁଛି। ୩୦ରୁ ୪୦ ପ୍ରତିଶତ ପ୍ଲଟରେ ଲୋକେ କିଛି କରିନାହାନ୍ତି। କେବଳ ପ୍ଲଟ ନେଇ ପକାଇ ରଖିଛନ୍ତି। ଇଡକୋ ପକ୍ଷରୁ ନାମାନୁସାରେ ତଦନ୍ତ କରାଯିବା ପରେ ପ୍ଲଟ ନେଇଥିବା ପ୍ରାୟ ୯୦ ପ୍ରତିଶତ ଲୋକ ସେମାନଙ୍କ ପ୍ଲଟ ଭଡାରେ ଲଗାଇଛନ୍ତି। ସେମାନଙ୍କୁ ନୋଟିସ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଇଡକୋର ଇଷ୍ଟେଟ କୋର୍ଟରେ ଏ ସମ୍ପର୍କିତ ପ୍ରାୟ ୩୦ ମାମଲା ଥିବା ଇଡକୋ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଓଡ଼ିଶା ଆସେମ୍ବ୍ଲି ଅଫ ସ୍ମାଲ ଆଣ୍ଡ ମିଡିୟମ ଏଣ୍ଟରପ୍ରେନର, ଗଞ୍ଜାମ ଚାପ୍ଟେରର ସାଧାରଣ ସମ୍ପାଦକ ଇଂ.ମନୋରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଅଟୋନଗର ଜିଲାରେ ଅଟୋମୋବାଇଲ ଶିଳ୍ପର ଏକ ବୃହତ୍‌ ହବ ପାଲଟିଛି। କିନ୍ତୁ ଏଠାରେ ବହୁ ସମସ୍ୟା ରହିଛି। ଷ୍ଟ୍ରିଟ ଲାଇଟ, ରୋଡ, ଡ୍ରେନେଜ ବ୍ୟବସ୍ଥା ନାହିଁ। ଯେଉଁ ରାସ୍ତା ରହିଛି ପ୍ରାୟ ସ୍ଥାନରେ ୩ରୁ ୪ ଫୁଟ ପର୍ଯ୍ୟନ୍ତ ଖାଲ ହୋଇଯାଇଛି। ଖାଲ ଢିପ ରାସ୍ତା ଭାରିଯାନ ଯାତାୟାତରେ ବିପଦ ସୃଷ୍ଟି କରୁଛି। ସବୁଠୁ ବଡକଥା ହେଲା ଯେଉଁମାନେ ପ୍ଲଟ ନେଇଛନ୍ତି ସେମାନଙ୍କୁ ୩ବର୍ଷ ପାଇଁ ପ୍ରଥମେ ଲିଜ ଏଗ୍ରିମେଣ୍ଟ କରାଯାଉଛି। ୩ ବର୍ଷିଆ ମଡଗେଜ ଦେଲେ ବ୍ୟାଙ୍କ ଋଣ ମିଳୁନି। ଅର୍ଥ ଅଭାବରୁ ଉଦ୍ୟୋଗପତିମାନେ କୌଣସି ଉଦ୍ୟୋଗ ଖୋଲିପାରୁନାହାନ୍ତି। ଗୋଟିଏ ପଟେ ୩ବର୍ଷିଆ ଲିଜ କାଟି ସ୍ଥାୟୀ ଲିଜ ଦେବାକୁ ପଡିବ ନଚେତ ବ୍ୟାଙ୍କ ଋଣ ଦେବାକୁ ପଡିବ। ଏହି ସବୁ ସମସ୍ୟାର ସମାଧାନ କରାଗଲେ ଅଟୋନଗରର ଅସ୍ଥିତ୍ୱ ରହିବ ନଚେତ ଆଗାମୀ ଦିନରେ ଏହାର ଅଅସ୍ତିତ୍ୱ ହଜିଯିବ। ଏ ନେଇ ଇଡକୋକୁ ଅବଗତ କରାଯାଇଛି ବୋଲି ମହାପାତ୍ର କହିଛନ୍ତି। ଇଡ୍‌କୋର ଡିଭିଜନାଲ ମୁଖ୍ୟ ସ୍ମରଣିକା ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ, ଅଟୋନଗରର ବିକାଶ ପାଇଁ ୩୫.୬୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି ମୁଖ୍ୟ କାର୍ଯ୍ୟାଳୟରୁ ଜଣାପଡିଛି। ୩୨ କୋଟି ଟଙ୍କାରେ ଫେଜ-୧ରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ସିସି ରୋଡ, ଡ୍ରେନେଜ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ହୋଟେଲ, ଶ୍ରମିକମାନଙ୍କ ରହଣିସ୍ଥଳ ଆଦି ବ୍ୟବସ୍ଥା ରହିବ। ସେହିପରି ଫେଜ-୨ ପାଇଁ ୩.୬୫ କୋଟି ଟଙ୍କାରେ ସିସି ରୋଡ, ଡ୍ରେନ, ବିଦ୍ୟୁତ ସୁବିଧା, ପ୍ରଶାସନିକ କୋଠା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯିବ। ଜଳଯୋଗାଣ ପାଇଁ ଘଟକେଶ୍ୱର ନିକଟ ଜଳଅମଳ ପ୍ରକଳ୍ପରୁ ପାଣି ଯୋଗାଣ ହେବ। ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଟେଣ୍ଡର ହୋଇଛି। କିନ୍ତୁ କାର୍ଯ୍ୟାଦେଶ ଦିଆଯାଇପାରିନାହିଁ। ସେଠାରେ ଖୁବଶୀଘ୍ର କାର୍ଯ୍ୟାରମ୍ଭ ହେବ ବୋଲି ଡିଭିଜନାଲ ମୁଖ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri