ଇତିହାସ ପାଲଟିଯିବ Marutiର ଏହି କାର୍‌, ମାସେ ପରେ ହୋଇଯିବ ବନ୍ଦ!

ନୂଆଦିଲ୍ଲୀ,୨୨।୨: Maruti Suzuki କାର୍‌ଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। କିନ୍ତୁ ଏବେ କମ୍ପାନୀ ଖୁବଶୀଘ୍ର ମଧ୍ୟମ ଆକାରର ସେଡାନ Ciaz ବନ୍ଦ କରିପାରେ। ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଯାନର ଉତ୍ପାଦନ ମାର୍ଚ୍ଚ ୨୦୨୫ ସୁଦ୍ଧା ବନ୍ଦ ହୋଇପାରେ। ସେହିଭଳି ଏପ୍ରିଲ ୨୦୨୫ ସୁଦ୍ଧା ଏହି କାରର ବିକ୍ରୟ ବନ୍ଦ କରିବାର ପ୍ରସ୍ତୁତି ଚାଲିଛି। ଆସନ୍ତୁ ଜାଣିବା ଏହା ପଛର କାରଣ?
୨୦୧୫ରେ  ସେଡାନ ଯାନଗୁଡ଼ିକ ଭାରତୀୟ କାର୍‌ ବଜାରର ୨୦ ପ୍ରତିଶତରୁ ଅଧିକ ପ୍ରଭାବ ପକାଉଥିଲା। କିନ୍ତୁ ୨୦୨୪ରେ ଏହାର ବିକ୍ରି ମାତ୍ର ୧୦ ପ୍ରତିଶତକୁ ହ୍ରାସ ପାଇଛି। ମୋଟ ଯାତ୍ରୀବାହୀ ଯାନ ବିକ୍ରୟ ବିଷୟରେ କହିବାକୁ ଗଲେ, ୫୦ ପ୍ରତିଶତରୁ ଅଧିକ SUV ଯାନ ବିକ୍ରି ହେଉଛି। ଏପରି ପରିସ୍ଥିତିରେ ଏହା କହିବା ଭୁଲ ହେବ ନାହିଁ ଯେ ଗ୍ରାହକମାନେ ସେଡାନ ଯାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। SUV ଯାନଗୁଡ଼ିକ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟୁଛି।
ଆର୍ଥିକ ବର୍ଷ ୨୦୧୮ରେ ମଧ୍ୟମ ଆକାରର ସେଡାନର ବିକ୍ରୟ ୧,୭୩,୩୭୪ ୟୁନିଟରେ ପହଞ୍ଚିଥିଲା, ଯାହା ଆର୍ଥିକ ବର୍ଷ ୨୪ରେ ସ୍ଥିର ଭାବରେ ହ୍ରାସ ପାଇ ୯୭,୪୬୬ ୟୁନିଟରେ ପହଞ୍ଚିଛି। ଅଟୋକାର ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଅକ୍ଟୋବରରେ Ciazର ୬୫୯ ୟୁନିଟ, ନଭେମ୍ବରରେ ୫୯୭ ୟୁନିଟ ଏବଂ ଡିସେମ୍ବରରେ ୪୬୪ ୟୁନିଟ ବିକ୍ରି ହୋଇଥିଲା।
ଆର୍ଥିକ ବର୍ଷ ୨୫ର ପ୍ରଥମ ୯ ମାସରେ ଏହି କାରର ମୋଟ ୫୮୬୧ ୟୁନିଟ୍‌ ବିକ୍ରି ହୋଇଥିଲା, କିନ୍ତୁ ବିଗତ ବର୍ଷଗୁଡ଼ିକର ଆକଳନ ଦେଖିଲେ ଏହି କାରର ବିକ୍ରିରେ ୩୪ ପ୍ରତିଶତ ହ୍ରାସ ଘଟିଛି।
Ciaz ଅପଗ୍ରେଡ ହୋଇନାହିଁ:
ଏହି କାରଟି ଶେଷ ଥର ପାଇଁ ୨୦୧୮ ମସିହାରେ ଅପଗ୍ରେଡ୍‌ ହୋଇଥିଲା, ତା’ପରେ ଏପର୍ଯ୍ୟନ୍ତ କାରଟି ଅପଡେଟ୍‌ ହୋଇନାହିଁ। ଅନ୍ୟପକ୍ଷରେ ଏହି କାର ସହିତ ପ୍ରତିଯୋଗିତା କରୁଥିବା କାରଗୁଡ଼ିକରେ ଗ୍ରାହକମାନେ ସନ୍‌ରୁଫ୍‌, ADAS, ଟର୍ବୋ ପେଟ୍ରୋଲ ଇଞ୍ଜିନ, ଡିଜିଟାଲ ଇନ୍‌ଷ୍ଟ୍ୟୁମେଣ୍ଟ କ୍ଲଷ୍ଟର ଭଳି ବୈଶିଷ୍ଟ୍ୟ ମିଳୁଛି। ଭାରତୀୟ ବଜାରରେ ଏହି ସେଡାନର ମୂଲ୍ୟ ୯ ଲକ୍ଷ ୪୧ ହଜାର ୫୦୦ ଟଙ୍କା (ଏକ୍ସ-ସୋରୁମ) ରୁ ଆରମ୍ଭ ହେଉଛି।
ମାରୁତି ସୁଜୁକି ୨୦୨୦ ମସିହାରେ Ciazର ଡିଜେଲ ଭାରିଆଣ୍ଟର ବିକ୍ରୟ ବନ୍ଦ କରିଦେଇଥିଲା, ଯେଉଁ ସମୟରେ ଏହି କାରର ଡିଜେଲ ଭାରିଆଣ୍ଟ ବନ୍ଦ କରାଯାଇଥିଲା, ସେହି ସମୟରେ ସିଆଜର ମୋଟ ବିକ୍ରୟର ୩୦ ପ୍ରତିଶତ ଡିଜେଲ ଭାରିଆଣ୍ଟ ଥିଲା। ଏହି କାରର ଡିଜେଲ ଭାରିଆଣ୍ଟ BS୬ ନିର୍ଭମନ ମାନଦଣ୍ଡ ସହିତ ସୁସଙ୍ଗତ ନଥିଲା ଯାହା ଫଳରେ ଡିଜେଲ ଭାରିଆଣ୍ଟକୁ ବନ୍ଦ କରିବାକୁ ପଡିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri