ଇତିହାସ ପାଲଟିଯିବ Marutiର ଏହି କାର୍‌, ମାସେ ପରେ ହୋଇଯିବ ବନ୍ଦ!

ନୂଆଦିଲ୍ଲୀ,୨୨।୨: Maruti Suzuki କାର୍‌ଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। କିନ୍ତୁ ଏବେ କମ୍ପାନୀ ଖୁବଶୀଘ୍ର ମଧ୍ୟମ ଆକାରର ସେଡାନ Ciaz ବନ୍ଦ କରିପାରେ। ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଯାନର ଉତ୍ପାଦନ ମାର୍ଚ୍ଚ ୨୦୨୫ ସୁଦ୍ଧା ବନ୍ଦ ହୋଇପାରେ। ସେହିଭଳି ଏପ୍ରିଲ ୨୦୨୫ ସୁଦ୍ଧା ଏହି କାରର ବିକ୍ରୟ ବନ୍ଦ କରିବାର ପ୍ରସ୍ତୁତି ଚାଲିଛି। ଆସନ୍ତୁ ଜାଣିବା ଏହା ପଛର କାରଣ?
୨୦୧୫ରେ  ସେଡାନ ଯାନଗୁଡ଼ିକ ଭାରତୀୟ କାର୍‌ ବଜାରର ୨୦ ପ୍ରତିଶତରୁ ଅଧିକ ପ୍ରଭାବ ପକାଉଥିଲା। କିନ୍ତୁ ୨୦୨୪ରେ ଏହାର ବିକ୍ରି ମାତ୍ର ୧୦ ପ୍ରତିଶତକୁ ହ୍ରାସ ପାଇଛି। ମୋଟ ଯାତ୍ରୀବାହୀ ଯାନ ବିକ୍ରୟ ବିଷୟରେ କହିବାକୁ ଗଲେ, ୫୦ ପ୍ରତିଶତରୁ ଅଧିକ SUV ଯାନ ବିକ୍ରି ହେଉଛି। ଏପରି ପରିସ୍ଥିତିରେ ଏହା କହିବା ଭୁଲ ହେବ ନାହିଁ ଯେ ଗ୍ରାହକମାନେ ସେଡାନ ଯାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। SUV ଯାନଗୁଡ଼ିକ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟୁଛି।
ଆର୍ଥିକ ବର୍ଷ ୨୦୧୮ରେ ମଧ୍ୟମ ଆକାରର ସେଡାନର ବିକ୍ରୟ ୧,୭୩,୩୭୪ ୟୁନିଟରେ ପହଞ୍ଚିଥିଲା, ଯାହା ଆର୍ଥିକ ବର୍ଷ ୨୪ରେ ସ୍ଥିର ଭାବରେ ହ୍ରାସ ପାଇ ୯୭,୪୬୬ ୟୁନିଟରେ ପହଞ୍ଚିଛି। ଅଟୋକାର ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଅକ୍ଟୋବରରେ Ciazର ୬୫୯ ୟୁନିଟ, ନଭେମ୍ବରରେ ୫୯୭ ୟୁନିଟ ଏବଂ ଡିସେମ୍ବରରେ ୪୬୪ ୟୁନିଟ ବିକ୍ରି ହୋଇଥିଲା।
ଆର୍ଥିକ ବର୍ଷ ୨୫ର ପ୍ରଥମ ୯ ମାସରେ ଏହି କାରର ମୋଟ ୫୮୬୧ ୟୁନିଟ୍‌ ବିକ୍ରି ହୋଇଥିଲା, କିନ୍ତୁ ବିଗତ ବର୍ଷଗୁଡ଼ିକର ଆକଳନ ଦେଖିଲେ ଏହି କାରର ବିକ୍ରିରେ ୩୪ ପ୍ରତିଶତ ହ୍ରାସ ଘଟିଛି।
Ciaz ଅପଗ୍ରେଡ ହୋଇନାହିଁ:
ଏହି କାରଟି ଶେଷ ଥର ପାଇଁ ୨୦୧୮ ମସିହାରେ ଅପଗ୍ରେଡ୍‌ ହୋଇଥିଲା, ତା’ପରେ ଏପର୍ଯ୍ୟନ୍ତ କାରଟି ଅପଡେଟ୍‌ ହୋଇନାହିଁ। ଅନ୍ୟପକ୍ଷରେ ଏହି କାର ସହିତ ପ୍ରତିଯୋଗିତା କରୁଥିବା କାରଗୁଡ଼ିକରେ ଗ୍ରାହକମାନେ ସନ୍‌ରୁଫ୍‌, ADAS, ଟର୍ବୋ ପେଟ୍ରୋଲ ଇଞ୍ଜିନ, ଡିଜିଟାଲ ଇନ୍‌ଷ୍ଟ୍ୟୁମେଣ୍ଟ କ୍ଲଷ୍ଟର ଭଳି ବୈଶିଷ୍ଟ୍ୟ ମିଳୁଛି। ଭାରତୀୟ ବଜାରରେ ଏହି ସେଡାନର ମୂଲ୍ୟ ୯ ଲକ୍ଷ ୪୧ ହଜାର ୫୦୦ ଟଙ୍କା (ଏକ୍ସ-ସୋରୁମ) ରୁ ଆରମ୍ଭ ହେଉଛି।
ମାରୁତି ସୁଜୁକି ୨୦୨୦ ମସିହାରେ Ciazର ଡିଜେଲ ଭାରିଆଣ୍ଟର ବିକ୍ରୟ ବନ୍ଦ କରିଦେଇଥିଲା, ଯେଉଁ ସମୟରେ ଏହି କାରର ଡିଜେଲ ଭାରିଆଣ୍ଟ ବନ୍ଦ କରାଯାଇଥିଲା, ସେହି ସମୟରେ ସିଆଜର ମୋଟ ବିକ୍ରୟର ୩୦ ପ୍ରତିଶତ ଡିଜେଲ ଭାରିଆଣ୍ଟ ଥିଲା। ଏହି କାରର ଡିଜେଲ ଭାରିଆଣ୍ଟ BS୬ ନିର୍ଭମନ ମାନଦଣ୍ଡ ସହିତ ସୁସଙ୍ଗତ ନଥିଲା ଯାହା ଫଳରେ ଡିଜେଲ ଭାରିଆଣ୍ଟକୁ ବନ୍ଦ କରିବାକୁ ପଡିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri