Posted inଖେଳ

ଭାରତର ସର୍ବକନିଷ୍ଠ ବାସ୍କେଟବଲ୍‌ ଅଧିନାୟକଙ୍କ ଆତ୍ମଜୀବନୀ ପୁସ୍ତକ

ନୂଆଦିଲ୍ଲୀ, ୩ା୮ (ପି.ଟି.)-ଭାରତର ସର୍ବ କନିଷ୍ଠ ବାସ୍କେଟବଲ୍‌ ଅଧିନାୟକ ବିଶେଷ ଭୃଗୁବଂଶୀଙ୍କ ଆତ୍ମଜୀବନୀ ଉପରେ ଲିଖିତ ପୁସ୍ତକ ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ବଜାରକୁ ଆସିବ ବୋଲି ପ୍ରକାଶନ ସଂସ୍ଥା ବ୍‌ୁଲ୍‌ରୋଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପୁସ୍ତକଟିର ଶିରୋନାମା ରଖାଯାଇଛି ” ଭିନେଶ: କୋଡ୍‌ ଟୁ ଓ୍ବିନ୍‌’। ଏକ କ୍ରିକେଟ ଲୋକପ୍ରିୟ ଦେଶରେ ଜଣେ ବାସ୍କେଟବଲ୍‌ ଖେଳାଳିଙ୍କୁ ଅଧିନାୟକ ହେବା ଲାଗି କେତେ ଯେ ବାଧାବିଘ୍ନ ଅତିକ୍ରମ କରିବାକୁ ହୋଇଥାଏ ତାହା ଏଥିରେ ବର୍ଣ୍ଣିତ ହୋଇଛି। ମହିଳା କ୍ରୀଡ଼ାବିତ୍‌ରୁ ଲେଖିକା ବନିଥିବା ନିରୁପମା ଯାଦବ ପୁସ୍ତକଟିର ରଚନା କରିଛନ୍ତି। ୨୯ବର୍ଷୀୟ ଭୃଗୁବଂଶୀଙ୍କ ଜନ୍ମ ସ୍ଥାନ ହେଉଛି ଉତ୍ତରପ୍ରଦେଶ ଅନ୍ତର୍ଗତ ବାରାଣସୀ ସହରରେ। ଭାରତ ତରଫରୁ ସେ ୨୦୦୭ରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ୨୦୧୦ରେ ସେ ପ୍ରଥମେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ତାଙ୍କ ୧୫ ବର୍ଷରୁ ଊର୍ଦ୍ଧ୍ୱ କ୍ୟାରିୟରରେ ବିଭିନ୍ନ ଚାମ୍ପିୟନଶିପ୍‌ ଯଥା ଏସିଆନ ଗେମ୍ସ (୨), ଏସିଆନ ଚାମ୍ପିୟନଶିପ୍‌ (୫), ବିଚ୍‌ ଏସିଆନ ଗେମ୍ସ (୩), ଇନ୍‌ଡୋର ଏସିଆନ ଗେମ୍ସ (୨), ସାଉଥ ଏସିଆନ ଗେମ୍ସ (୨) ଓ ସାଉଥ ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେଇଛନ୍ତି। ୨୦୧୭ରେ ଭୃଗୁବଂଶୀ ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିଆର ନ୍ୟାଶନାଲ ବାସ୍କେଟବଲ ଲିଗ୍‌ (ଏନବିଏଲ୍‌)ରେ ଖେଳିବା ଲାଗି ଚୁକ୍ତି ବଦ୍ଧ ହୋଇଥିଲେ। ଦେଶରେ କ୍ରିକେଟ ଅଧିକ ଲୋକପ୍ରିୟ ହୋଇଥିବାରୁ ଯୁବ ପିଢି ଏହି ଖେଳ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ଭାରତରେ ବାସ୍କେଟବଲ ଖେଳ ପ୍ରତି ଆଗ୍ରହ ବୃଦ୍ଧି ପାଉ। ବିଶେଷ ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟନ୍ତୁ ବୋଲି ସେ ଚାହାନ୍ତି ବୋଲି ଲେଖିକା ଜଣକ କହିଛନ୍ତି। ନିରୁପମା କହିଛନ୍ତି କ୍ରିକେଟକୁ ଛାଡ଼ି ଆହୁରି ଅନେକ ଖେଳ ଭାରତରେ ଖେଳାଯାଏ। ଏହି ସବୁ ଖେଳ ଉପରେ ପୁସ୍ତକ ରଚନା କରି ଭାରତୀୟ ଯୁବ ପୀଢିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri