ଅଟୋକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ମହିଳାଙ୍କ ଜୀବନ, ୨ ଗୁରୁତର

ଗଞ୍ଜାମ,୨୪ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମା ଗଳାଶଙ୍ଖଠାରେ ସୋମବାର ସକାଳେ ଏକ ଡାଲା ଅଟୋର ପଛକୁ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଡାଲା ଅଟୋରେ ବସିଥିବା ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ମହିଳା ଓ ଅଟୋ ଡ୍ରାଇଭର ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ପୁରସ୍ତମପୁର ଅଞ୍ଚଳର ସାବିତ୍ରୀ ବେହେରା, ଗୁରୁତର ଦ୍ୱୟ ହେଲେ ଶିଶୁଳା ବେହେରା ଏବଂ ଡ୍ରାଇଭର ଗଜପତି ବେହେରା।

ସୂଚନାନୁଯାୟୀ, ପୁରସ୍ତମପୁର ଅଞ୍ଚଳରୁ ପନିପରିବା ବୋଝେଇ ଡାଲା ଅଟୋ ଗଞ୍ଜାମ ଆସୁଥିବାବେଳେ ବାଲି ବୋଝେଇ ଟ୍ରକ ଗଳାଶଙ୍ଖଠାରେ ଧକ୍କା ଦେଇଥିଲା। ଏଥିରେ ମହିଳାଙ୍କ ମୁଣ୍ଡ ଟ୍ରକ୍‌ ଓ ଅଟୋ ମଧ୍ୟରେ ଫସି ଯାଇଥିଲା। ହୁମା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।