ଭଦ୍ରକ, ୨୬।୭(ସନାତନ ରାଉତ): ଭଦ୍ରକ ଟାଉନ ପୋଲିସ ଶନିବାର ଭୋର ସମୟରେ ବିପୁଳ ପରିମାଣ ମଦ ଜବତ କରିଛି । ପୋଲିସ ମଦ ବୋଝେଇ ଅଟୋ ଜବତ କରିବା ସହ ଜଣକୁ ଗିରଫ କରିଛି । ସୂଚନା ମୁତାବକ ଏକ ଅଟୋ (ଓଡି ୨୨ ଜି ୪୭୯୮) ରେ ବେଆଇନ ଭାବେ ମଦ ଚାଲାଣ ହେଉଥିବା ବେଳେ ଟାଉନ ପୋଲିସ ଭଦ୍ରକ ସହର ଡାହାଣୀଗାଡ଼ିଆ ଛକ ନିକଟରେ ଉକ୍ତ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା । ସେଥିରୁ ୧୫୨ ଲିଟର ମଦ ଜବତ ହୋଇଥିବା ବେଳେ ଅଟୋକୁ ଥାନାକୁ ଆଣିବା ସହ ଡ୍ରାଇଭର ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଗ୍ରାମର ସହଦେବ ପୃଷ୍ଟି(୨୪) ଙ୍କୁ ଗିରଫ କରଯାଇଛି ବୋଲି ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି । ଏନେଇ ଏଏସଆଇ ଜିତେନ୍ଦ୍ର କୁମାର ସଂଗ୍ରାମ ସିଂହଙ୍କ ଅଭିଯୋଗ କ୍ରମେ ମାମଲା (ନଂ ୪୩୫/୨୫) ରୁଜୁ ହୋଇଛି ।


