ଗଇଲୋ ଘାଟିରେ ଅଟୋ ଓଲଟି ୧୫ ଗୁରୁତର

ଦେବଗଡ଼,୧୪।୪(ଡି. ଏନ୍‌. ଏ.): ଦେବଗଡ଼ ଜିଲା ଗଇଲୋ ଘାଟିରେ ଗୁରୁବାର ଅଟୋ ଓଲଟି ୧୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ମହିଳା, ପୁରୁଷଙ୍କ ସମେତ କିଛି ଶିଶୁ ଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପଣା ସଂକ୍ରାନ୍ତି ଅବସରରେ ଗଇଲୋ ଗ୍ରାମରୁ କାଳିଆ ଖମାର ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗୁରୁତରମାନେ ହେଲେ ଗଇଲୋ ଗ୍ରାମର ଜୟନ୍ତୀ ବାଘ, ସସ୍ମିତା ମହାକୁଳ, ବିମଳା ବାଘ, ଭଗବତୀ ବାଘ, ଅମୃତ୍ତି ବାଘ, କୁନ୍ତଳା ବାଘ, ଚିନ୍ତାମଣି ବାଘ, ରାଉତରାୟ ଦେହୁରୀ, ହେମଲତା ବାଘ, ବେନୁପାଣି ବାଘ, ମୁନା ସାହୁ, ରୁକ୍ମଣୀ ସାହୁ ଅନ୍ୟ ମାନଙ୍କ ପରିଚୟ ମିଳିପାରିନାହିଁ ।
୨୦୧୬ ଏପ୍ରିଲ ୧୭ ତାରିଖରେ ସମାନ ଦୁର୍ଘଟଣାସ୍ଥଳରେ ଯାତ୍ରା କଳାକାର ବସ୍‌ ଦୁର୍ଘଟଣା ଘଟି ୨୭ କଳାକାରଙ୍କ ମୃତ୍ୟୁ ଘଟିଥିଲା । ଆଜିର ଦୁର୍ଘଟଣା ପରେ ୨୦୧୬ ଦୁର୍ଘଟଣାର ତାଜା ଚିତ୍ର ପୁଣି ଥରେ ଲୋକଙ୍କୁ ମନେ ପକାଇଦେଇଛି।