ଭୋଜି ସାରି ଫେରୁଥିଲେ ଓଲଟିଲା ଅଟୋ

ସୋରଡ଼ା,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ କେଶରିପାଟନା ଗ୍ରାମର ଶୁକ୍ରବାର ଏକ ଅଟୋ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୭ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରୁନୁଲତା ତ୍ରିପାଠୀ, ମଧୁମଙ୍ଗଳ, ସଞ୍ଜୟ ପଣ୍ଡା, ଅନିତା, ବାସୁଦେବ, ଆଦର୍ଶ, ଶୁଭଶ୍ରୀ।

ମିଳିଥିବା ସୂଚନା ମୁତାବକ, ପରିବାରର ୭ ଜଣ ସଦସ୍ୟ ଭୋଜି କରିବାକୁ ଅଟୋ ଯୋଗେ ତପ୍ତପାଣି ଯାଇଥିଲେ। ଭୋଜି ସାରି ଅପରାହ୍ନରେ ଘରୁକ ଫେରୁଥିବା ବେଳେ ବଡଗଡ ସୋରଡା ରାସ୍ତା ଘୂଙ୍ଗୀ ମନ୍ଦିର ସମ୍ମୁଖରେ ଅଟୋ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ଥିବା ସମସ୍ତ ଆହତ ହୋଇଥିଲେ। ଆହତଙ୍କୁ ସୋରଡ଼ା ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ରୁନୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।