ଅଟିଜିମ୍‌ : କାରଣ, ପ୍ରତିକାର

ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ନୁହେଁ ଅଟିଜିମ୍‌ ହେବାରେ ଜିନ୍‌ଗତ ପ୍ରଭାବକୁ ଅସ୍ବୀକାର କରାଯାଇପାରିବନି। ବରଂ ଜିନ୍‌ଗତ ଓ ପରିବେଶଗତ ମିଳିତ ପ୍ରଭାବ ଏଥିପାଇଁ ଦାୟୀ। ତେବେ ସନ୍ତାନଟି ପରେ ଯେ ପ୍ରକୃତରେ ଅଟିଜମ୍‌ ସମସ୍ୟା ରହିଛି-ଏକଥାକୁ ନେଇ ପ୍ରଥମରୁ ହିଁ ନିଶ୍ଚିତ ହୋଇଯିବା ଦରକାର। ତେଣୁ ଏ ନେଇ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଦରକାର।
ଶୁଶ୍ରୂଷା ପଦ୍ଧତି : ଆରଚଣରେ ପରିବର୍ତ୍ତନ: ଯେହେତୁ ରୋଗୀଠାରେ ପୁନରାବୃତ୍ତି କାର୍ଯ୍ୟକଳାପ ହିଁ ସମାଜ ସହ ସମ୍ପର୍କ ରକ୍ଷାରେ ପ୍ରଧାନ ବାଧକ, ତେଣୁ ସାମାଜିକ ଭାବେ ଗ୍ରହଣଯୋଗ୍ୟ କାର୍ଯ୍ୟକଳାପଗୁଡିକୁ କେଉଁ ପ୍ରକାରରେ ସମ୍ପାଦନ କରାଯାଇପାରିବ ତାହା ତାକୁ ଶିଖେଇବାକୁ ହେବ।
ସ୍ବତନ୍ତ୍ର ଶିକ୍ଷା (ସ୍ପେଶାଲ ଏଜୁକେଶନ) ଅଟିଜିମ୍‌ ରୋଗାକ୍ରାନ୍ତ ପିଲାମାନେ ଅନେକ ସମୟରେ ସାଧାରଣ ଶିକ୍ଷା ବ୍ୟବସ୍ଥାର ପାଠ୍ୟକ୍ରମକୁ ଗ୍ରହଣ କରିପାରନ୍ତି ନାହିଁ। ସେଥିପାଇଁ ଏମାନଙ୍କ ଲାଗି ଲୋଡା ସ୍ବତନ୍ତ୍ର ଧରଣର ପଢ଼ାଶୁଣା ବ୍ୟବସ୍ଥା।
ଖେଳ ମାଧ୍ୟମରେ ଚିକିତ୍ସା (ପ୍ଲେ ଥେରାପି) : ଅଟିଜିମ୍‌ ରୋଗୀମାନଙ୍କୁ ଖେଳାଖେଳି ମାଧ୍ୟମରେ ଶିଖାଇବା ଓ ପଢ଼େଇବା ଦ୍ୱାରା ସେମାନେ ଅନ୍ୟମାନଙ୍କ ସହ ମିଳାମିଶା କରିବାର ସୁଯୋଗ ପାଆନ୍ତି। ଫଳରେ ସେମାନଙ୍କଠାରେ ଏ ଧରଣର ସମସ୍ୟାର ଉପଶମ ହୋଇଯାଏ।
ବାକ୍‌ ଚିକିତ୍ସା (ସ୍ପିଚ୍‌ ଥେରାପି): ଅଟିଜିମ୍‌ ରୋଗୀମାନଙ୍କଠାରେ କଥାବାର୍ତ୍ତା କରିବାର ବାଧାକୁ ଦୂର କରିପାରିଲେ ସେମାନଙ୍କ ପାଇଁ ବାହାର ଦୁନିଆ ସହ ଯୋଗାଯୋଗ କରିବାର କାର୍ଯ୍ୟ ସହଜ ହୋଇଯାଏ।
ମାତା-ପିତା-ସନ୍ତାନଙ୍କଠାରେ ପାରସ୍ପରିକ ଭାବ ଆଦାନ ପ୍ରଦାନ ଚିକିତ୍ସା (ପ୍ୟାରେଣ୍ଟ-ଚାଇଲ୍ଡ ଇଣ୍ଟରଆକ୍ସନ ଥେରାପି): ବାହାରର ପରିବେଶ ସ୍ବାଭାବିକ ରହିଥିଲେ ମଧ୍ୟ ଘରେ ଅଟିଜମ୍‌ ପିଲାଟିଏ ହଠାତ୍‌ ହିଂସ୍ର ହୋଇଉଠିବା କିଛି ଅସ୍ବାଭାବିକ ନୁହେଁ। କିନ୍ତୁ ସୁଚିନ୍ତିତ ପରିକଳ୍ପନା ଅନୁଯାୟୀ ସନ୍ତାନଟିଏ ମାତାପିତାଙ୍କ ମେଳରେ ଆହୁରି ଅଧିକ ସମୟ ବିତେଇ ପାରିଲେ ଏହି ସମସ୍ୟା ଅନେକାଂଶରେ ନିରାମୟ ହୋଇପାରେ। ଉପରୋକ୍ତ ଚିକିତ୍ସା ପଦ୍ଧତିଗୁଡିକୁ କୁହାଯାଏ ‘ଆପ୍ଲାଏଡ୍‌ ବିହେଭିୟେରାଲ ଥେରାପି (ଏବିଟି) ବା ପ୍ରୟୋଗାତ୍ମକ ଆଚରଣଗତ ଚିକିତ୍ସା ବା ଆପ୍ଲାଏଡ୍‌ ବିହେଭିୟେରାଲ ଆନାଲିସିସ୍‌ (ଏବିଏ)। ଏହାରି ମାଧ୍ୟମରେ ଏହି ଅଭିନବ ପଦ୍ଧତିଗୁଡିକ ପ୍ରସ୍ତୁତ ହୋଇଥାଏ। ଏ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପଦ୍ଧତି ଅବଲମ୍ବନରେ ଧୀରେ ଧୀରେ ନୂତନତା ସହ ଅଟିଷ୍ଟିକ୍‌ ପିଲାକୁ ପରିଚିତ କରାଯାଇଥାଏ। କେତେବେଳେ କେମିତି ମଧ୍ୟ ତାକୁ ଉଦ୍‌ବୁଦ୍ଧ କରାଇବାକୁ ଦିଆଯାଇଥାଏ କିଛି କିଛି ସାମଗ୍ରୀ।
କ’ଣ ଏହି ଅସ୍ଥିରତାର ଉପଶମ ପାଇଁ ଆଦୌ କୌଣସି ଔଷଧ ବ୍ୟବହାର ହୋଇ ନ ଥାଏ ? ମାତ୍ର ଏପରି ଭାବିବା ଉଚିତ ନୁହେଁ। ପ୍ରଧାନ ପ୍ରଧାନ ଲକ୍ଷଣଗୁଡିକର ଉପଶମ ପାଇଁ ଚିକିତ୍ସା ହିଁ କାମ କରେ। କିଛି ପ୍ରତିବନ୍ଧକ ଉପୁଜିଲେ ଦରକାର ପଡେ ଔଷଧ। ହେଲେ ଏସବୁ ବାଦ୍‌ ଦେଲେ ଏକ୍ଷେତ୍ରରେ ମାତା-ପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ନିଜର ଅଟିଜମ୍‌ ପିଲମାନଙ୍କୁ ସାରା ଜୀବନ ନଜରରେ ରଖିବାକୁ ପଡ଼ିବ। ଏହା ହେଉଛି ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ। (ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ‘ଅଭୀପ୍‌ସା’ ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

୧୩ ଫେବୃଆରୀରୁ ରାଜ୍‌ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ

ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…

ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

ବିରାଟ କୋହଲି ନୁହେଁ, ଇନଷ୍ଟାଗ୍ରାମରୁ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ଖେଳାଳି, ନାଁ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୩୦।୧: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍‌ ହୋଇଯାଇଛି। ଗୋଟିଏ ଦିନ ପୂର୍ବରୁ ହଠାତ୍‌ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ବନ୍ଦ ହୋଇଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri