Posted inଖେଳ

ଅଷ୍ଟ୍ରେଲିଆର ଟାଇଟଲ ଅଭିଯାନ ଶେଷ

ଭୁବନେଶ୍ୱର, ୨୮।୧(କ୍ରୀଡ଼ା ପ୍ରତିନିଧି): ବିଶ୍ୱର ନମ୍ବରୱାନ ଦଳ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ଟାଇଟଲ ଅଭିଯାନ ସେମିଫାଇନାଲରୁ ଶେଷ ହୋଇଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଜର୍ମାନୀ ୪-୩ ଗୋଲରେ ବିଜୟୀ ହୋଇ ଅଷ୍ଟ୍ରେଲିଆକୁ ବିଦାୟ ପଥ ଦେଖାଇଛି। ଫଳରେ ୧୯୮୬, ୨୦୧୦ ଓ ୨୦୧୪ରେ ଚାମ୍ପିୟନ ଅଷ୍ଟ୍ରେଲିଆର ଟାଇଟଲ ବିଜୟ ସ୍ବପ୍ନ ଧୂଳିିସାତ ହୋଇଛି। ୨୦୧୮ରେ ଅନୁଷ୍ଠିତ ସଂସ୍କରଣର ବ୍ରୋଞ୍ଜ ପଦକ ବିଜେତା ଅଷ୍ଟ୍ରେଲିଆ ଏଥର ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ଅନ୍ୟପକ୍ଷରେ ୨୦୦୨ ଓ ୨୦୦୬ରେ ଚାମ୍ପିୟନ ଏବଂ ୧୯୮୨ ଓ ୨୦୧୦ରେ ରନରଅପ୍‌ ଜର୍ମାନୀ ଦୀର୍ଘ ୧୩ ବର୍ଷ ବ୍ୟବଧାନରେ ଫାଇନାଲରେ ପ୍ରବେଶ କରିଛି।
ଜର୍ମାନୀର ସଫଳ ପ୍ରତ୍ୟାବର୍ତ୍ତନ
ଚଳିତ ଟୁର୍ନାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟରେ କ୍ରମାଗତ ଦ୍ୱିିତୀୟ ଥର ପାଇଁ ଜର୍ମାନୀ ସଫଳ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଛି। ଗତ ୨୫ ତାରିଖରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲରେ ଏହି ଦଳ ୫୭ ମିନିଟ ପର୍ଯ୍ୟନ୍ତ ୦-୨ ଗୋଲରେ ପଛୁଆ ଥିଲା। ମାତ୍ର ଶେଷ ୩ ମିନିଟରେ ୨ଟି ଗୋଲ ପରିଶୋଧ କରି ମ୍ୟାଚକୁ ୨-୨ରେ ବରାବର କରିବା ପରେ ଶୁଟ୍‌ ଆଉଟରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳର ପ୍ରଦର୍ଶନ ଭଲ ନ ଥିଲା। ଜର୍ମାନୀ ଲଢ଼େଇ କରିଥିଲେ ହେଁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହିଥିଲା। ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ ପରିଶୋଧ କରିଥିବା ଜର୍ମାନୀ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଚମକାଇଲା ଭଳି ଖେଳ ଦେଖାଇଥିଲା। ଏହି ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ ଦେବାକୁୁ ସକ୍ଷମ ହୋଇଥିବାବେଳେ ଜର୍ମାନୀ ୩ଟି ଗୋଲ ସ୍କୋର କରି ମ୍ୟାଚ ଛଡ଼ାଇ ଆଣିଥିଲା।
ଗୋଞ୍ଜାଲୋ ପିଲାଟ ହିରୋ
ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଜର୍ମାନୀର ହିରୋ ବିବେଚିତ ହୋଇଥିଲେ ତାରକା ଡ୍ରାଗ୍‌ଫ୍ଲିକର ଗୋଞ୍ଜାଲୋ ପିଲାଟ। ଅଷ୍ଟ୍ରେଲିଆ ଏକଦା ବିଜୟୀ ସ୍ଥିତିରେ ପହଞ୍ଚତ୍ ଯାଇଥିଲେ ହେଁ ପିଲାଟଙ୍କ ହ୍ୟାଟ୍ରିକ ଗୋଲ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ସେ ୪୩, ୫୨ ଓ ୫୯ତମ ମିନିଟରେ ଡ୍ରାଗ୍‌ଫ୍ଲିକ୍‌ ଜରିଆରେ ଗୋଲ ତିନୋଟି ଦେଇଥିଲେ। ଫଳରେ ଅଷ୍ଟ୍ରେଲିଆର ଜେରେମି ହେୱାର୍ଡ (୧୨ତମ ମିନିଟ/ପେନାଲ୍ଟି କର୍ନର), ନାଥନ ଇଫରାଉମ୍ସ (୨୭ତମ ମିନିଟ/ଫିଲ୍ଡ) ଏବଂ ବ୍ଲେକ୍‌ ଗୋଭର୍ସ (୫୮ତମ ମିନିଟ/ପେନାଲ୍ଟି କର୍ନର)ଙ୍କ ଗୋଲ ଫିକା ପଡ଼ିଯାଇଥିଲା। ୫୮ତମ ମିନିଟ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୩-୨ ଗୋଲରେ ଅଗ୍ରଣୀ ରହିଥିଲା। ମାତ୍ର ୫୯ତମ ମିନିଟରେ ଜର୍ମାନୀକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପିଲାଟ ହ୍ୟାଟ୍ରିକ ପୂରଣ କରିଥିବାବେଳେ ୬୦ତମ ମିନିଟରେ ନିକ୍ଲାସ ୱେଲେନ ଏକ ଫିଲ୍ଡ ଗୋଲ ଦେଇ ଜର୍ମାନୀ ବିଜୟକୁ ନିଶ୍ଚିତ କରି ଦେଇଥିଲେ। ଶେଷ ୪୦ ସେକେଣ୍ଡ ଜର୍ମାନୀ ଖେଳାଳି ନିଜ ହାଫ୍‌ରେ ପରସ୍ପରକୁ ପାସ୍‌ ଦେଇ ସମୟ ଅତିବାହିତ କରିିଥିଲେ। ମ୍ୟାଚରେ ଅଷ୍ଟ୍ରେଲିଆ ମୋଟ ୫ଟି ପେନାଲ୍ଟି କର୍ନର ପାଇଥିଲା। ଏଥିରୁ ୨ଟିକୁ ଗୋଲରେ ପରିଣତ କରିିଥିଲା। ଅନ୍ୟପକ୍ଷରେ ଜର୍ମାନୀ ପାଇଥିବା ୧୩ଟି ପେନାଲ୍ଟି କର୍ନରରୁୁ ୩ଟି ଗୋଲ ଦେଇଥିଲା। ପ୍ରକାଶଯୋଗ୍ୟ ଯେ, ୧୨ ଅଗଷ୍ଟ ୧୯୯୨ରେ ବୁଏନ୍ସ ଏୟାର୍ସରେ ଜନ୍ମିତ ପିଲାଟ ୨୦୧୮ ପର୍ଯ୍ୟନ୍ତ ଆର୍ଜେଣ୍ଟିିନା ପକ୍ଷରୁ ଖେଳିଥିଲେ। ୨୦୧୯ରେ ଆର୍ଜେଣ୍ଟିନା କୋଚ୍‌ ଜର୍ମନ ଓରୋଜ୍‌କୋଙ୍କ ସହ ମନୋମାଳିନ୍ୟ ଯୋଗୁ ସେ ଆର୍ଜେଣ୍ଟିନା ଦଳ ତ୍ୟାଗ କରିଥିଲେ। ୨୦୨୨ରେ ସେ ଜର୍ମାନୀ ନାଗରିକତ୍ୱ ଗ୍ରହଣ କରି ସେ ଦେଶ ପକ୍ଷରୁ ଖେଳି ଆସୁଛନ୍ତି। ଏଥର ଜର୍ମାନୀକୁ ଫାଇନାଲକୁ ନେବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଆର୍ଜେଣ୍ଟିନା କ୍ରସ୍‌ ଓଭର ପର୍ଯ୍ୟାୟରୁ ବିଦାୟ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri