କୁକୁର ରଖିବାକୁ ଅମଙ୍ଗ ହେଉଛନ୍ତି ଅଷ୍ଟ୍ରେଲିଆ ଲୋକେ, ବାହାରେ ଛାଡି ଦେଉଛନ୍ତି…

ମେଲବୋର୍ନ,୨୬।୧୦ : କରୋନା ମହାମାରୀ ଯୋଗୁୁ ଅଷ୍ଟ୍ରେଲିଆରେ ଅର୍ଥନୀତି ସଙ୍କଟ ଜନକ ହୋଇଛି। ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି। ସେମାନଙ୍କ ସମ୍ମୁଖରେ ଏବେ ସମସ୍ୟା ହେଉଛି କିଭଳି ପରିବାର ସଦସ୍ୟ ଏବଂ ଗୃହପାଳିତ ପ୍ରାଣୀମାନଙ୍କୁ ଖାଇବାକୁ ଦେବା। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟମାନେ ସେମାନଙ୍କର ପ୍ରିୟ ପୋଷା କୁକୁରମାନଙ୍କୁ ଛାଡି ଦେଉଛନ୍ତି।

ମେଲବୋର୍ନରେ ଏକ କୁକୁର ଆଶ୍ରୟ ଗୃହ ଚଳାଉଥିବା ସୁସନ ତାଲେଭସ୍କି କହିଛନ୍ତି ଯେ ତାଙ୍କ ଆଶ୍ରୟ ଗୃହରେ ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବହୁ ଗୃହପାଳିତ ପ୍ରାଣୀଙ୍କୁ ମାଲିକମାନେ ପରିତ୍ୟାଗ କରିଦେଉଛନ୍ତି। ସେମାନେ କହିଛନ୍ତି ଯେ, ସାମ୍ପ୍ରତିକ ଆର୍ଥିକ ସ୍ଥିତି ଯୋଗୁ ସେମାନେ ଘରେ ଗୃହପାଳିତ ପ୍ରାଣୀଙ୍କୁ ରଖିବାକୁ ସକ୍ଷମ ନୁହନ୍ତି। ଦରଦାମ ବୃଦ୍ଧି ଯୋଗୁଁ ଏହି ସମସ୍ୟା ବଢ଼ିବାରେ ଲାଗିଛି ବୋଲି ସୁସନ କହିଛନ୍ତି।

କୁକୁର ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଗୋଟିଏ କୁକୁରର ଏକ ବର୍ଷର ଖାଦ୍ୟ ପ୍ରାୟ ୮୦ ହଜାର ଟଙ୍କା। ସୁସନ କହିଛନ୍ତି, ଆମ ଆଶ୍ରୟ ଗୃହରେ ୫୦୦ ପ୍ରାଣୀ ଅଛନ୍ତି। ସେମାନଙ୍କୁ ଖାଇବାକୁ ଦେବାକୁ ମଧ୍ୟ ଆମ ପାଇଁ କଷ୍ଟକର ହୋଇପଡୁଛି। ସରକାରୀ ଆକଳନ ଅନୁଯାୟୀ ଅଷ୍ଟ୍ରେଲିଆରେ ଗୃହପାଳିତ ପ୍ରାଣୀମାନଙ୍କ ଖାଦ୍ୟ ସାମଗ୍ରୀ ୧୨ ପ୍ରତିଶତ ମହଙ୍ଗା ହୋଇଛି। ଏହା ସହିତ ଅନ୍ୟ ଖାଦ୍ୟ ଏବଂ ପାନୀୟ ଦ୍ୱିଗୁଣିତ ହୋଇଛି ।

ଗତ କିଛି ମାସ ମଧ୍ୟରେ ସମଗ୍ର ବିଶ୍ୱରେ ପୋଷା ପ୍ରାଣୀଙ୍କର ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଛି। ଏଥିରେ ମାଂସ, ଶସ୍ୟ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ଅନ୍ତର୍ଭୁକ୍ତ। ବିସିସି ରିପୋର୍ଟ ଅନୁଯାୟୀ ଏହା ବର୍ତ୍ତମାନ ବତଶ୍ୱର ଏକ ବଡ଼ ସମସ୍ୟା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri