Posted inଖେଳ

ଅଷ୍ଟ୍ରେଲିଆନ ଓପନ୍‌ : ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍‌, ଜେଭେରେଭ, ଥିମ୍‌

ମେଲବୋର୍ନ,୧୩।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଶୁକ୍ରବାର ପଞ୍ଚମ ଦିବସରେ ପ୍ରବେଶ କରିଛି। ଉଭୟ ପୁରୁଷ ଓ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌, ୧୪ତମ ସିଡ୍‌ କାନାଡ଼ାର ମିଲୋସ ରାଓନିକ, ଷଷ୍ଠ ସିଡ୍‌ ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ, ତୃତୀୟ ସିଡ୍‌ ଅଷ୍ଟ୍ରିଆର ଡୋମିନିକ ଥିମ, ୧୮ତମ ସିଡ୍‌ ବୁଲଗେରିଆର ଗ୍ରିଗର ଡିମିଟ୍ରୋଭ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ବିଜୟୀ ହୋଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଶୁକ୍ରବାର ଅନୁଷ୍ଠିତ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ଜୋକୋଭିଚ୍‌ ୭-୬, ୬-୪, ୩-୬, ୪-୬, ୬-୨ ସେଟ୍‌ରେ ୨୭ତମ ସିଡ୍‌ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ହରାଇ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ଜୋକୋଭିଚ୍‌ ୩ ଘଣ୍ଟା ୨୫ ମିନିଟ୍‌ ସମୟ ଆବଶ୍ୟକ କରିଥିଲେ। ତୃତୀୟ ସେଟ୍‌ରେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଜୋକୋଭିଚ୍‌ ବିଜୟୀ ହୋଇଥିଲେ। ସେ ଏବେ ପରବର୍ତ୍ତୀ ରାଉଣ୍ଡରେ ରାଓନିକ୍‌ଙ୍କୁ ଭେଟିବେ। ରାଓନିକ ୭-୬, ୫-୭, ୬-୨, ୬-୨ ସେଟ୍‌ରେ ହଙ୍ଗେରୀର ମାର୍ଟନ ଫୁକ୍‌ସୋଭିକ୍ସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଜେଭେରେଭ ୬-୩, ୬-୩, ୬-୨ ସେଟ୍‌ରେ ୩୨ତମ ସିଡ୍‌ ଫ୍ରାନ୍ସର ଆଡ୍ରିଆନା ମାନ୍ନାରିନୋଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ୨୩ତମ ସିଡ୍‌ ସର୍ବିଆର ଡୁସାନ ଲାଜୋଭିକଙ୍କୁ ଭେଟିବେ। ଲାଜୋଭିକ୍‌ ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ସ୍ପେନ୍‌ର ପେଡ୍ରୋ ମାର୍ଟିନେଜଙ୍କୁ ୬-୭, ୭-୫, ୬-୧, ୬-୪ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଥିମ୍‌ ୪-୬, ୪-୬, ୬-୩, ୬-୪, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିୟସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେ ଏବେ ଡିମିଟ୍ରୋଭଙ୍କୁ ଭେଟିବେ। ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ପ୍ରତିପକ୍ଷ ଖେଳାଳି ପି. କାରେନୋ ବୁଷ୍ଟା ରିଟାୟାର୍ଡ ହର୍ଟ କାରଣରୁ ଓହରିଯିବାରୁ ଡିମିଟ୍ରୋଭ ଅଗ୍ରଗତି କରିଛନ୍ତି।
ମହିଳା ସିଙ୍ଗଲ୍ସ:
ପ୍ରି-କ୍ୱାର୍ଟରରେ ହାଲେପ, ସେରେନା, ଓସାକା
ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ଅର୍ଥାତ ପ୍ରି- କ୍ୱାର୍ଟର ଫାଇନାଲରେ ସିଡେଡ୍‌ ଖେଳାଳିମାନେ ପ୍ରବେଶ କରିଛନ୍ତି। ତୃତୀୟ ସିଡ୍‌ ଜାପାନର ନାଓମି ଓସାକା, ୧୦ମ ସିଡ୍‌ ଆମେରିକାର ସେରେନା ଓ୍ବିଲିୟମ୍ସ, ଦ୍ୱିତୀୟ ସିଡ୍‌ ରୋମାନିଆର ସିମୋନା ହାଲେପ ଅଗ୍ରଗତି କରିଛନ୍ତି। ତୃତୀୟ ରାଉଣ୍ଡରେ ହାଲେପ ୬-୧, ୬-୩ ସେଟ୍‌ରେ ୩୨ତମ ସିଡ୍‌ ରୁଷିଆର ଭେରୋନିକା କୁଡେରମେଟୋଭାଙ୍କୁ ହରାଇଛନ୍ତି। ସେ ଏବେ ୧୫ତମ ସିଡ୍‌ ପୋଲାଣ୍ଡର ଆଇଗା ସ୍ବିଟେକଙ୍କୁ ଭେଟିବେ। ସ୍ବିଟେକ ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬-୪, ୬-୩ ସେଟ୍‌ରେ ଫ୍ରାନ୍ସର ଫିଏନ ଫେରୋଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ସେରେନା ୭-୬, ୬-୨ ସେଟ୍‌ରେ ରୁଷିଆର ଆନାଷ୍ଟାସିଆ ପୋଟାପୋଭାଙ୍କୁ ହରାଇଛନ୍ତି। ସେ ଚତୁର୍ଥ ରାଉଣ୍ଡରେ ସପ୍ତମ ସିଡ୍‌ ବେଲାରୁଷର ଅରିନା ସାବାଲେଙ୍କାଙ୍କୁ ଭେଟିବେ। ସାବାଲେଙ୍କା ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬-୩, ୬-୧ ସେଟ୍‌ରେ ଆମେରିକାର ଅନ ଲିଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଓସାକା ୬-୩, ୬-୨ ସେଟ୍‌ରେ ୨୭ତମ ସିଡ୍‌ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେ ଏବେ ୧୪ତମ ସିଡ୍‌ ସ୍ପେନର ଗର୍ବାଇନ ମୁଗୁରୁଜାଙ୍କୁ ଭେଟିବେ। ମୁଗୁରୁଜା ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬-୧, ୬-୧ ସେଟ୍‌ରେ କାଜାଖସ୍ତାନର ଜରିନା ଡିଆସଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୧୯ତମ ସିଡ୍‌ ଚେକ୍‌ ଗଣରାଜ୍ୟର ମାର୍କେଟା ଭୋଣ୍ଡରୌଶୋଭା ଓ ଚାଇନିଜ ତାଇପେର ସୁ- ଓ୍ବେଇ ସିଏ ମୁହଁମୁହିଁ ହେବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri