Posted inଖେଳ

ସେଲ୍ଫ ଆଇସୋଲେଶନରେ ଅଷ୍ଟ୍ରେଲିଆ ଅଧିନାୟକ ପେନ୍‌

ସିଡ୍‌ନୀ: ଆଡିଲେଡ୍‌ରେ କୋଭିଡ୍‌ର ସାନି ପ୍ରକୋପ ଦେଖାଦେଇଛି। ଅଧିନାୟକ ଟିମ୍‌ ପେନ୍‌ଙ୍କ ସମେତ ଅଷ୍ଟ୍ରେଲିଆ କ୍ରିକେଟ ଦଳର ସମସ୍ତ ଖେଳାଳି ତୁରନ୍ତ ସେଲ୍ଫ ଆଇସୋଲେଶେନରେ ରହିଛନ୍ତି। ଏହା ସତ୍ତ୍ୱେ କାର୍ଯ୍ୟସୂଚୀ ଅନୁସାରେ ଡିସେମ୍ବର ୧୭ରୁ ଏଠାରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି ଦେଶର କ୍ରିକେଟ ବୋର୍ଡ ଦୃଢ଼ତାର ସହ କହିଛି। ଆଡିଲେଡ୍‌ରେ କୋଭିଡ୍‌ ସଂକ୍ରମଣ ଦେଖିବାକୁ ମିଳିବା ପରେ ସାଉଥ ଅଷ୍ଟ୍ରେଲିଆର ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟଗୁଡ଼ିକ ଯଥା ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ, ଟାସମାନିଆ ଏବଂ ନର୍ଦର୍ନ ଟେରିଟୋରି ସେମାନଙ୍କ ସୀମାକୁ ବନ୍ଦ କରିଦେଇଛନ୍ତି। ଆଡିଲେଡ୍‌ରୁ ଆସିଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୋମବାରଠାରୁ ୧୪ଦିନ ହୋଟେଲ କ୍ୱାରାଣ୍ଟାଇନ୍‌ରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଡିଲେଡ୍‌ରେ ରବିବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ରହିଥିବାବେଳେ ସୋମବାର ଏହା ୧୭ରେ ପହଞ୍ଚତ୍ଛି। କ୍ରିକେଟ ଅଷ୍ଟ୍ରେଲିଆ ପରିସ୍ଥିତି ଉପରେ ନଜର ରଖିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି। ନଭେମ୍ବର ୯ ପରେ ସାଉଥ ଅଷ୍ଟ୍ରେଲିଆରୁ ଫେରିଥିବା ଟାସମାନିଆ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଏବେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଫଳସ୍ବରୂପ ନିକଟରେ ସାଉଥ ଅଷ୍ଟ୍ରେଲିଆରେ ଶେଫିଲ୍ଡ ଶିଲ୍‌ଡର ପ୍ରଥମ ରାଉଣ୍ଡ ମ୍ୟାଚଗୁଡ଼ିକ ଶେଷ କରିଥିବା ଟାସ୍‌ମାନିଆ ଦଳର ପେନ୍‌, ମାଥ୍ୟୁ ଓ୍ବେଡ୍‌ ଏବଂ ସେମାନଙ୍କ ଟିମ୍‌ମେଟ୍‌ଙ୍କୁ ଆଇସୋଲେଶନରେ ରହିବାକୁ ହୋଇଛି। କ୍ରିକେଟ ଟାସମାନିଆର ଜଣେ ମୁଖପାତ୍ର କହିଛନ୍ତି, ଟାସମାନିଆନ ଟାଇଗର୍ସ ଶେଫିଲ୍ଡ ଶିଲ୍ଡ ଦଳ ବର୍ତ୍ତମାନ ସେଲ୍ଫ ଆଇସୋଲେଶନରେ ରହିଛି। ସେମାନେ ସାଧାରଣ ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ପରାମର୍ଶ ଅପେକ୍ଷାରେ ଅଛନ୍ତି। ଖେଳାଳି ଏବଂ ଷ୍ଟାଫ୍‌ଙ୍କର କୋଭିଡ୍‌ ସ୍ବାବ୍‌ ଟେଷ୍ଟ ସୋମବାର କରାଯାଇଛି। ଭାରତୀୟ ଦଳ ଏବଂ ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନେ ସିଡ୍‌ନୀରେ ଗୁରୁବାରଠାରୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ନଭେମ୍ବର ୨୭ରୁ ଆରମ୍ଭ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିଆ ସିରିଜର ଦିନକ ପୂର୍ବରୁ ଆଇସୋଲେଶନ ଶେଷ ହେବ। ସିଡ୍‌ନୀରେ ପ୍ରଥମ ଦୁଇ ଅନ୍ତର୍ଜାତୀୟ ଦିନିକିଆ ଖେଳାଯିବାକୁ ଥିବାବେଳେ କାନବେରାଠାରେ ୩ୟ ଦିନିକିଆ ଏବଂ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ଅନୁଷ୍ଠିତ ହେବ। ଅବଶିଷ୍ଟ ଦୁଇ ଟି୨୦ ସିଡ୍‌ନୀଠାରେ ଖେଳାଯିବ। ଟେଷ୍ଟ ସିରିଜ ପୂର୍ବରୁ ଭାରତ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ଖେଳିବ। ପ୍ରଥମଟି ଡିସେମ୍ବର ୬ରୁ ୮ ଏବଂ ପରେ ଦ୍ୱିତୀୟଟି ଏକ ଦିବାରାତ୍ର ମ୍ୟାଚ ଡିସେମ୍ବର ୧୧ରୁ ୧୩ ଏସସିଜିରେ ଖେଳାଯିବ। ପ୍ରଥମ ଟେଷ୍ଟରେ ମୋଟ ଆସନର ହାରାହାରି ୫୦ ପ୍ରତିଶତ ଦର୍ଶକଙ୍କୁ ସୁଯୋଗ ମିଳିବ। ଫଳରେ ଦୈନିକ ପ୍ରାୟ ୨୭,୦୦୦ ଟିକେଟ ଉପଲବ୍ଧ ହେବ।୍‌


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri