Posted inଖେଳ

ସଚିନଙ୍କୁ କହିଲେନି ‘ସାର୍‌’

ନୂଆଦିଲ୍ଲୀ,୩୦।୭: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଦଶ ବର୍ଷ ବିତିଲାଣି। ହେଲେ ପ୍ରଶଂସକ ଏବେ ବି ତାଙ୍କର ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ତାଙ୍କର ଗୋଟିଏ ଗୋଟିଏ ଟୁଇଟ୍‌ ଉପରେ ସମସ୍ତଙ୍କ ନଜର ରହିଥାଏ। ଏବେ ସଚିନଙ୍କ ସେଭଳି ଏକ ଟୁଇଟ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟଗୋଷ୍ଠୀ କ୍ରିଡାରେ କ୍ରିକେଟ ସାମିଲ ହେବାକୁ ନେଇ ସଚିନ ଏକ ଟୁଇଟ୍‌ କରିଥିଲେ। ଏଥିରେ ଅଷ୍ଟ୍ରେଲିଆ ଓପନର ମାର୍ନସ୍‌ ଲାବୁସାଗ୍ନେ ଦେଇଥିବା ପ୍ରତିକ୍ରିୟା ସଚିନଙ୍କ ପ୍ରଶଂସକଙ୍କୁ ଆଘାତ ଦେଇଛି।

ସଚିନ ଟୁଇଟ୍‌ରେ କହିଥିଲେ, ‘ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ ପୁଣି ଥରେ ସାମିଲ ହୋଇଥିବା ଦେଖି ଖୁସି ଲାଗୁଛି। ଆଶା କରୁଛି ଏହି ସୁନ୍ଦର ଖେଳକୁ ନୂଆ ଦର୍ଶକ ମିଳିବେ। ଭାରତୀୟ ମହିଳା ଟିମ୍‌କୁ ରାଜ୍ୟଗୋଷ୍ଠୀ କ୍ରିଡାରେ ଯାତ୍ରା ଲାଗି ହାର୍ଦ୍ଦିକ ଶୁଭେଚ୍ଛା।’ଏହି ଟୁଇଟ୍‌ ତଳେ ଅଷ୍ଟ୍ରେଲିଆ ଓପନର୍‌ ମାର୍ନସ କମେଣ୍ଟ କରି କହିଥିଲେ, ‘ତୁମ କଥାରେ ସହମତ ସଚିନ। ଅଷ୍ଟ୍ରେଲିଆ ବନାମ ଭାରତର ମ୍ୟାଚ୍‌ ସୁନ୍ଦର ଓପନିଂ ମୁକାବିଲା ହେବ।’

ମାର୍ନସଙ୍କ ଏହି ଟୁଇଟ୍‌ ସଚିନଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସି ନ ଥିଲା। କାରଣ ସେ ସଚିନଙ୍କୁ ସାର୍‌ କହି ସମ୍ବୋଧନ କରି ନ ଥିଲେ। ଏହାକୁ ନେଇ ସେମାନେ ଖପ୍ପା ହୋଇ ଲଗାତାର ଭାବେ ଭତ୍ସନା କରୁଛନ୍ତି। ଯେତେବେଳେ ସଚିନ ଖେଳୁଥିଲେ ସେତେବେଳେ ତୁମେ ଶିଶୁ ଥିଲ। ଏଥିପାଇଁ ତାଙ୍କୁ ସାର୍‌ ବୋଲି କୁହ ବୋଲି ଜଣେ ପ୍ରଶଂସକ କହିଛନ୍ତି। ସେହିଭଳି ଆଉ ଅନେକ ତୁମକୁ ବରିଷ୍ଠ କ୍ରିକେଟରଙ୍କ ସହ କଥା କିଭଳି ହେବାକୁ ହୁଏ ତାହା ଜଣା ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri