Posted inଖେଳ

ପ୍ରଥମ ଟେଷ୍ଟ ୧୭୨ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ଓ୍ବେଲିଂଟନ୍‌,୪ା୩: ସ୍ପିନର ନାଥନ ଲିୟନଙ୍କ ଯାଦୁକରୀ ସ୍ପିନ୍‌ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ୧୭୨ ରନ୍‌ରେ ଜିତି ନେଇଛି ଅଷ୍ଟ୍ରେଲିଆ। ଲିୟନ ୬ ଉଇକେଟ ନେଇଥିବା ବେଳେ ୩୬୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୯୬ ରନ୍‌ରେ ସୀମିତ ରହିଥିଲା। ଚତୁର୍ଥ ଦିନର ଲଞ୍ଚ ଠିକ୍‌ ପରେ ପରେ ନ୍ୟୁଜିଲାଣ୍ଡ ସମସ୍ତ ଉଇକେଟ ହରାଇଥିଲା।
ତୃତୀୟ ଦିନର ଅସମାପ୍ତ ସ୍କୋର ୧୧୧/୩ରୁ ଖେଳ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ। ଦଳ ଆଉ ୮୫ ରନ୍‌ ଯୋଡି ୭ ଉଇକେଟ ହରାଇଥିଲା। ପୂର୍ବଦିନ ୫୬ ରନ୍‌ରେ ଅପରାଜିତ ଥିବା ରାଚିନ ରବୀନ୍ଦ୍ର ଆଉ ମାତ୍ର ୩ ରନ୍‌ ଯୋଡି ଲିୟନଙ୍କ ପ୍ରଥମ ଶିକାର ହୋଇଥିଲେ। ଅନ୍ୟତମ ଅପରାଜିତ ବ୍ୟାଟର ଡାରିଲ ମିଚେଲ୍‌ ୩୮ ରନ୍‌ ସ୍କୋର କରିଥିଲେ। ଟମ୍‌ ବ୍ଲଣ୍ଡେଲ(୦) ଓ ଗ୍ଲେନ୍‌ ଫିଲିପ୍ସ(୧) ମଧ୍ୟ ବିଶେଷ ସଫଳତା ହାସଲ କରିବାରେ ଅସମର୍ଥ ହୋଇଥିଲେ। ନିମ୍ନକ୍ରମ ବ୍ୟାଟରଙ୍କ ମଧ୍ୟରେ ସ୍କଟ କୁଗେଲେଜିନ୍‌ ୨୬ ଓ ଟିମ୍‌ ସାଉଦି ୧୪ ରନ୍‌ କରିଥିଲେ। ନାଥନ ଲିୟନ ଘାତକ ବୋଲିଂ କରି ୬୫ ରନ୍‌ରେ ୬ ଉଇକେଟ ନେଇଥିବା ବେଳେ ଜୋଶ ହାଜେଲଉଡ ୨, ଟ୍ରାଭିସ ହେଡ୍‌ ଓ କାମେରନ ଗ୍ରୀନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି କାମେରନ୍‌ ଗ୍ରୀନଙ୍କ ଅପରାଜିତ ୧୭୪ ରନ୍‌ ବଳରେ ୩୮୩ ରନ୍‌ କରିଥିଲା। ଜବାରେ ନ୍ୟୁଜିଲାଣ୍ଡ ମାତ୍ର ୧୭୯ ରନ୍‌ରେ ଅଲଆଉଟ ହୋଇଥିଲା। ଗ୍ଲେନ୍‌ ଫିଲିପ୍ସଙ୍କ ୫ ଉଇକେଟ ସଫଳତା କାରଣରୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ମାତ୍ର ୧୬୪ରନ୍‌ରେ ସୀମିତ ରହିଥିଲା। କାମେରନ୍‌ ଗ୍ରୀନ୍‌ଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୩୮୩/୧୦। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୭୯/୧୦। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୧୬୪/୧୦। ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ: ୧୯୬/୧୦(ରାଚିନ୍‌ ରବୀନ୍ଦ୍ର-୫୯, ଡାରିଲ୍‌ ମିଚେଲ-୩୮, ସ୍କଟ୍‌ କୁଗେଲେଜିନ-୨୬, ନାଥନ ଲିୟନ-୬/୬୫, ଜୋଶ ହେଜେଲଉଡ-୨/୨୦, ଟ୍ରାଭିସ୍‌ ହେଡ୍‌-୧/୧୦, କାମେରନ୍‌ ଗ୍ରୀନ୍‌-୧/୧୬)।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri