Posted inଖେଳ

ଗାବା ଟେଷ୍ଟରେ ବାଜି ମାରିଲା ଅଷ୍ଟ୍ରେଲିଆ

ବ୍ରିସ୍‌ବେନ,୧୧।୧୨: ଦେଢ ଦିନ ବାକି ଥାଇ ନୂଆ ଅଧିନାୟକ ପ୍ୟାଟ କୁମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଆଶେସ ସିରଜର ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଶନିବାର ଅଷ୍ଟ୍ରେଲିଆ ୯ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ଏହି ହାଇପ୍ରୋଫାଇଲ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୧୫୨ ରନର ବୃହତ ଶତକୀୟ ଇନିଂସ ଖେଳିଥିବା ଅଷ୍ଟ୍ରେଲିଆ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଟ୍ରାଭିସ୍‌ ହେଡ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆଡିଲେଡ୍‌ରେ ଡିସେମ୍ବର ୧୬ ତାରିଖ ଗୁରୁବାର ଆରମ୍ଭ ହେବ। ୨୦୧୦-୧୧ ପରେ ଇଂଲଣ୍ଡ ଅଷ୍ଟ୍ରେଲିଆ ମାଟିରେ ଗୋଟିଏ ହେଲେ ବି ଟେଷ୍ଟ ଜିତିପାରି ନାହିଁ। ପୁଣି ୧୯୮୬ ପରେ ଗାବରେ ମଧ୍ୟ ଇଂଲଣ୍ଡ କୌଣସି ଟେଷ୍ଟ ଜିତିବାରେ ସକ୍ଷମ ହୋଇପାରି ନାହିଁ।

ଅନ୍ୟପକ୍ଷେ, ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ଉପରକୁ ଉଠିଛି। ମ୍ୟାଚ ଜିତି ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଫଳରେ ଭାରତ ୪ ଚତୁର୍ଥ ସ୍ଥାନକୁ ଖସି ଆସିଛି।

ଗାବାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ କରିଥିଲା ଇଂଲଣ୍ଡ । ଇଂଲଣ୍ଡ ମାତ୍ର ୧୪୭ ରନ୍‌ କରି ପ୍ରଥମ ଇନିଂସରେ ଅଲ୍‌ଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ ପ୍ୟାଟ କୁମିନ୍ସ ୫ ଉଇକେଟ ହାସଲ କରିଥିଲେ ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା। ଡେଭିଡ ୱାର୍ଣ୍ଣର ଓ ଟ୍ରାଭିସ ହେଡଙ୍କ ବ୍ୟାଟିଂ ଆଗରେ ହାର ମାନିଥିଲେ ଇଂଲଣ୍ଡ ବୋଲର । ଟ୍ରାଭିସ ହେଡଙ୍କ ୧୫୨ ରନ୍‌ ଓ ଡେଭିଡ ୱାର୍ଣ୍ଣରଙ୍କ ୯୪ ରନ୍‌ ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୨୫ ରନ୍‌ର ବଡ଼ ସ୍କୋର କରିଥିଲା। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୭୮ ରନ୍‌ର ଲିଡ ନେଇଥିଲା ।

ଦ୍ୱିତୀୟ ଇନିଂସରେ ଅଧିନାୟକ ଜୋ ରୁଟ ଏବଂ ଡେଭିଡ ମଲାନ ପାରି ସମ୍ଭାଳିଥିଲେ । ଉଭୟ ତୃତୀୟ ଉଇକେଟ ପାଇଁ ୧୬୨ ରନ୍‌ କରିଥିଲେ । ହେଲେ ସ୍ପିନର ନାଥନ ଲାୟନଙ୍କ ଆଗରେ ତିଷ୍ଠି ପାରି ନ ଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ। ଫଳରେ ଇଂଲଣ୍ଡ ୨୯୭ ରନରେ ଅଲଆଉଟ ହୋଇଯାଇଥିଲା। ମ୍ୟାଚକୁ ଜିତିବାକୁ ଅଷ୍ଟ୍ରେଲିଆକୁ ଆବଶ୍ୟକ ଥିଲା ମାତ୍ର ୨୦ ରନ୍‌। ଜବାବରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ଆରମ୍ଭ କରି ଚତୁର୍ଥ ଦିବସ ଲଞ୍ଚ୍‌ ପରେ ୫.୧ ଓଭରରେ ଗୋଟିଏ ଉଇକେଟ ହରାଇ ଅତି ସହଜରେ ଟାର୍ଗେଟ ହାସଲ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri