Categories: ଖେଳ

୩ ଉଇକେଟ୍‌ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଭାରତୀୟ ମହିଳା ପେସର ରେଣୁକା ସିଂହ ଏକାକୀ ୪ ଉଇକେଟ୍‌ ନେଇ ଅଷ୍ଟ୍ରେଲିଆକୁ ରୋକିବାରେ ସଫଳ ହୋଇଥିଲେ ସୁଦ୍ଧା ଭାରତ ମ୍ୟାଚ ଜିତିବାରେ ବିଫଳ ହୋଇଛି। ଗ୍ରେସ ହାରିସଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ସହ ଆଶ୍ଲଗ୍‌ ଗାର୍ଡେନରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ମ୍ୟାଚକୁ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୧୫୪ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୭ ଉଇକେଟ ହରାଇ ୬ ବଲ୍‌ ପୂର୍ବରୁ ବିଜୟ ଟାର୍ଗେଟ୍‌ ହାସଲ କରି ନେଇଥିଲା।

Share