Posted inଖେଳ

ଆଜି ହେଭିଓ୍ବେଟ ମୁକାବିଲା

ଧର୍ମଶାଳା, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଭିଓ୍ବେଟ ମୁକାବିଲା ହେବ। ପ୍ରଥମ ଦୁଇ ମ୍ୟାଚ ହାରିବାପରେ ବିଜୟରେ ହ୍ୟାଟ୍ରିକ କରିଥିବା ଅଷ୍ଟ୍ରେଲିଆ ମୋମେଣ୍ଟମ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଭଲ ଫର୍ମରେ ଥିବା ନ୍ୟୁଜିଲାଣ୍ଡ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ।
ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ହାରି ଖରାପ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ପବରବର୍ତ୍ତୀ ୩ ମ୍ୟାଚରେ ଶ୍ରୀଲଙ୍କା, ପାକିସ୍ତାନ ଓ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ବିଶେଷ କରି ନେଦରଲାଣ୍ଡ୍ସ ବିପକ୍ଷରେ ୩୦୯ ରନର ରେକର୍ଡ ବିଜୟ ଦଳର ମନୋବଳକୁ ବଢ଼ାଇ ଦେଇଛି। ଟୁର୍ନାମେଣ୍ଟ ଏବେ ରୋଚକ ମୋଡ଼ରେ ପହଞ୍ଚତ୍ଛି। ଉଭୟ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୫ଟି ଲେଖାଏ ମ୍ୟାଚ ଖେଳି ସାରିଛନ୍ତି। ଅଷ୍ଟ୍ରେଲିଆ ୬ ପଏଣ୍ଟ ପାଇଥିବାବେଳେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହିତ ଟେବୁଲରେ ଗୋଟିଏ ସ୍ଥାନ ଉପରେ ରହିଛି। ଆଗାମୀ ମ୍ୟାଚ ଅବସରରେ ଟପ୍‌-୪ରେ ରହିବା ଉପରେ ନିଶ୍ଚିତ ଉଭୟ ଦଳର ନଜର ରହିବ। ନ୍ୟୁଜିଲାଣ୍ଡ ଯଦିଓ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଆସିଛି ତେବେ ଦ୍ୱିପାକ୍ଷିକ ଦିନିକିଆ ଓ ପୂର୍ବ ବିଶ୍ୱକପ ମ୍ୟାଚ ଫଳାଫଳ ଅଷ୍ଟ୍ରେଲିଆକୁ ଫେଭରାଇଟ କରିଛି। ବିଶ୍ୱକପରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୧ଟି ମ୍ୟାଚ ଖେଳାଯାଇଛି। ଏହା ମଧ୍ୟରୁ ଅଷ୍ଟ୍ରେଲିଆ ୮ଟିରେ ବିଜୟୀ ହୋଇଥିବାବେଳେ ମାତ୍ର ୩ଟି ହାରିଛି। ସେହିପରି ଦୁଇ ଦଳ ମଧ୍ୟରେ ୧୪୧ଟି ଦିନିକିଆ ମଧ୍ୟରୁ ଅଷ୍ଟ୍ରେଲିଆ ୯୫ଟି ମ୍ୟାଚ ଜିତି ବହୁ ଆଗରେ ରହିଛି। ନ୍ୟୁଜିଲାଣ୍ଡ ୩୯ଟି ମ୍ୟାଚରେ ବିଜୟୀ ହୋଇଛି। ତେଣଉ ଟ୍ରାନ୍ସ-ଟାସମାନ ରାଇଭାଲରିରେ ଅଷ୍ଟ୍ରେଲିଆ ସବୁବେଳେ ଉନ୍ନତ ଦଳ ସାବ୍ୟସ୍ତ ହୋଇ ଆସିଛି। ଆହୁରି ଏକ ବଡ଼ କଥା ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ୬ ବର୍ଷ ପୂର୍ବରୁ ୨୦୧୭ରେ ଦିନିକିଆରେ ବିଜୟୀ ହୋଇଥିଲା। ତେଣୁ ଏଚ୍‌ପିସିଏ ଷ୍ଟାଡିୟମରେ ମୁକାବିଲା ବେଳେ ଏହାର ମହତ୍ତ୍ୱ ରହିବ। ଅଷ୍ଟ୍ରେଲିଆ ଏବେ ନିର୍ଦ୍ଧିଷ୍ଟ କୌଣସି ଜଣେ ଖେଳାଳି ଉପରେ ନିର୍ଭର ନ କରି ଦଳଗତ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛି। ଫଳରେ ନେଦରଲାଣ୍ଡ୍ସ ବିପକ୍ଷରେ ଦଳ ୮ ଉଇକେଟ ହରାଇ ୩୯୯ ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ କ୍ରମାଗତ ୪ ମ୍ୟାଚ ଜିତିବାପରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟରେ ବ୍ରେକ୍‌ ଲାଗିଥିଲା। ମାତ୍ର ଭାରତୀୟ ପରିବେଶ ସହିତ ଅଭ୍ୟସ୍ତ ହୋଇଯାଇଥିବାରୁ ଦଳ ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ସଫଳ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଛି। ଡେଭନ କନଓ୍ବେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୫୨ ରନକରି ଅପରାଜିତ ରହିଥିଲେ। ମାତ୍ର ଏହାପରେ ସେ ଆଉ ସେପରି ବ୍ୟାଟିଂ କରିପାରି ନାହାନ୍ତି। ତାଙ୍କଠାରୁ ଦଳ ଭଲ ପ୍ରଦର୍ଶନ ଆଶା କରୁଛି। କେନ୍‌ ଓ୍ବିଲିୟମସନ ଆହତ ସମସ୍ୟାରୁ ମୁକୁଳି ନ ଥିବାରୁ ଡାରିଲ ମିଚେଲ (୨୬୮ ରନ) ଓ ରାଚିନ ରବୀନ୍ଦ୍ର (୨୯୦)ଙ୍କ ଉପରେ ମିଡିଲ ଅର୍ଡର ଭାର ରହୁଛି। ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଉଇକେଟ କିପର ଟମ୍‌ ଲଥାମ ଦଳର ନେତୃତ୍ୱ ନେଉଥିଲେ ହେଁ ନିଜର ଫର୍ମକୁ ନେଇ ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌, ସରକାର ଆଣୁଛନ୍ତି ନୂଆ ନିୟମ

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ଅଣ୍ଡା ଉତ୍ପାଦକମାନେ ୧ ଏପ୍ରିଲରୁ ପ୍ରତ୍ୟେକ ଅଣ୍ଡାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri