Posted inଖେଳ

ଆଜି ହେଭିଓ୍ବେଟ ମୁକାବିଲା

ଧର୍ମଶାଳା, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଭିଓ୍ବେଟ ମୁକାବିଲା ହେବ। ପ୍ରଥମ ଦୁଇ ମ୍ୟାଚ ହାରିବାପରେ ବିଜୟରେ ହ୍ୟାଟ୍ରିକ କରିଥିବା ଅଷ୍ଟ୍ରେଲିଆ ମୋମେଣ୍ଟମ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଭଲ ଫର୍ମରେ ଥିବା ନ୍ୟୁଜିଲାଣ୍ଡ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ।
ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ହାରି ଖରାପ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ପବରବର୍ତ୍ତୀ ୩ ମ୍ୟାଚରେ ଶ୍ରୀଲଙ୍କା, ପାକିସ୍ତାନ ଓ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ବିଶେଷ କରି ନେଦରଲାଣ୍ଡ୍ସ ବିପକ୍ଷରେ ୩୦୯ ରନର ରେକର୍ଡ ବିଜୟ ଦଳର ମନୋବଳକୁ ବଢ଼ାଇ ଦେଇଛି। ଟୁର୍ନାମେଣ୍ଟ ଏବେ ରୋଚକ ମୋଡ଼ରେ ପହଞ୍ଚତ୍ଛି। ଉଭୟ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୫ଟି ଲେଖାଏ ମ୍ୟାଚ ଖେଳି ସାରିଛନ୍ତି। ଅଷ୍ଟ୍ରେଲିଆ ୬ ପଏଣ୍ଟ ପାଇଥିବାବେଳେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହିତ ଟେବୁଲରେ ଗୋଟିଏ ସ୍ଥାନ ଉପରେ ରହିଛି। ଆଗାମୀ ମ୍ୟାଚ ଅବସରରେ ଟପ୍‌-୪ରେ ରହିବା ଉପରେ ନିଶ୍ଚିତ ଉଭୟ ଦଳର ନଜର ରହିବ। ନ୍ୟୁଜିଲାଣ୍ଡ ଯଦିଓ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଆସିଛି ତେବେ ଦ୍ୱିପାକ୍ଷିକ ଦିନିକିଆ ଓ ପୂର୍ବ ବିଶ୍ୱକପ ମ୍ୟାଚ ଫଳାଫଳ ଅଷ୍ଟ୍ରେଲିଆକୁ ଫେଭରାଇଟ କରିଛି। ବିଶ୍ୱକପରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୧ଟି ମ୍ୟାଚ ଖେଳାଯାଇଛି। ଏହା ମଧ୍ୟରୁ ଅଷ୍ଟ୍ରେଲିଆ ୮ଟିରେ ବିଜୟୀ ହୋଇଥିବାବେଳେ ମାତ୍ର ୩ଟି ହାରିଛି। ସେହିପରି ଦୁଇ ଦଳ ମଧ୍ୟରେ ୧୪୧ଟି ଦିନିକିଆ ମଧ୍ୟରୁ ଅଷ୍ଟ୍ରେଲିଆ ୯୫ଟି ମ୍ୟାଚ ଜିତି ବହୁ ଆଗରେ ରହିଛି। ନ୍ୟୁଜିଲାଣ୍ଡ ୩୯ଟି ମ୍ୟାଚରେ ବିଜୟୀ ହୋଇଛି। ତେଣଉ ଟ୍ରାନ୍ସ-ଟାସମାନ ରାଇଭାଲରିରେ ଅଷ୍ଟ୍ରେଲିଆ ସବୁବେଳେ ଉନ୍ନତ ଦଳ ସାବ୍ୟସ୍ତ ହୋଇ ଆସିଛି। ଆହୁରି ଏକ ବଡ଼ କଥା ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ୬ ବର୍ଷ ପୂର୍ବରୁ ୨୦୧୭ରେ ଦିନିକିଆରେ ବିଜୟୀ ହୋଇଥିଲା। ତେଣୁ ଏଚ୍‌ପିସିଏ ଷ୍ଟାଡିୟମରେ ମୁକାବିଲା ବେଳେ ଏହାର ମହତ୍ତ୍ୱ ରହିବ। ଅଷ୍ଟ୍ରେଲିଆ ଏବେ ନିର୍ଦ୍ଧିଷ୍ଟ କୌଣସି ଜଣେ ଖେଳାଳି ଉପରେ ନିର୍ଭର ନ କରି ଦଳଗତ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛି। ଫଳରେ ନେଦରଲାଣ୍ଡ୍ସ ବିପକ୍ଷରେ ଦଳ ୮ ଉଇକେଟ ହରାଇ ୩୯୯ ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ କ୍ରମାଗତ ୪ ମ୍ୟାଚ ଜିତିବାପରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟରେ ବ୍ରେକ୍‌ ଲାଗିଥିଲା। ମାତ୍ର ଭାରତୀୟ ପରିବେଶ ସହିତ ଅଭ୍ୟସ୍ତ ହୋଇଯାଇଥିବାରୁ ଦଳ ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ସଫଳ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଛି। ଡେଭନ କନଓ୍ବେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୫୨ ରନକରି ଅପରାଜିତ ରହିଥିଲେ। ମାତ୍ର ଏହାପରେ ସେ ଆଉ ସେପରି ବ୍ୟାଟିଂ କରିପାରି ନାହାନ୍ତି। ତାଙ୍କଠାରୁ ଦଳ ଭଲ ପ୍ରଦର୍ଶନ ଆଶା କରୁଛି। କେନ୍‌ ଓ୍ବିଲିୟମସନ ଆହତ ସମସ୍ୟାରୁ ମୁକୁଳି ନ ଥିବାରୁ ଡାରିଲ ମିଚେଲ (୨୬୮ ରନ) ଓ ରାଚିନ ରବୀନ୍ଦ୍ର (୨୯୦)ଙ୍କ ଉପରେ ମିଡିଲ ଅର୍ଡର ଭାର ରହୁଛି। ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଉଇକେଟ କିପର ଟମ୍‌ ଲଥାମ ଦଳର ନେତୃତ୍ୱ ନେଉଥିଲେ ହେଁ ନିଜର ଫର୍ମକୁ ନେଇ ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri