ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା ଗଣେଶ ପୂଜା ପାଇଁ ଶୁଭସ୍ଥମ୍ଭ ସ୍ଥାପନ ଉତ୍ସବ ଶୁକ୍ରବାର ଆଡ଼ମ୍ବରପୂର୍ଣ୍ଣ ଓ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଛି।
ଶୁକ୍ରବାର ସକାଳେ ପୂଜା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ଶୁଭମୁହୂର୍ତ୍ତରେ ଯଥାରୀତି ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଚଳିତବର୍ଷ ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ କମିଟି ପକ୍ଷରୁ ବିଭିନ୍ନ ବିଶେଷ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।
ଶୁଭସ୍ଥମ୍ଭ ସ୍ଥାପନ କାର୍ଯ୍ୟକ୍ରମରେ କମିଟି ସଭାପତି ଶ୍ରୀକାନ୍ତ ସେଠୀଙ୍କ ସମେତ ପୂର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନ, ସମାଜସେବୀ ମାନସ ଦାସ, ମଙ୍ଗଳମୂର୍ତ୍ତି କମିଟିର ସଭାପତି ବଳରାମ ସାହୁଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Dharitri – Odisha’s No.1 Odia Daily