ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଚଳିତ ଗଜଲଷ୍ମୀ ପୂଜା ବଡ଼ ଧୂମଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଗୁରୁବାର ଅପରାହ୍ନରେ ଗ୍ରାମରେ ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଗଜଲଷ୍ମୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି। ଗାଁ ର ପ୍ରଭଞ୍ଜନ ନାୟକଙ୍କ ଆବାହନ କ୍ରମେ ଆଲୋକ କରଙ୍କ ପୌରାହିତରେ ଏହି କାର୍ଯ୍ୟକ୍ରମରେ ଭଗବତୀ ଗଜଲଷ୍ମୀ ପୂଜା କମିଟିର ସଭାପତି ଝାପର ନାୟକ, ଉପସଭାପତି ଶକ୍ତି ମଲିକ, ସମ୍ପାଦକ ବରୁଣ ଦଳବେହେରା, ଅସ୍ତି ମଲ୍ଲିକ, ମହେଶ୍ୱର ମଲ୍ଲିକ, ଅଜୟ ମଲ୍ଲିକ, ସିଲନ ଦଳବେହେରା, କଲ୍ୟାଣ ମଲ୍ଲିକ ପ୍ରମୁଖ ଯୋଗଦେଇ ଏହାକୁ ସମ୍ପାଦନା କରିଥିଲେ।


