ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ଚଳିତ ବର୍ଷର ସର୍ବପିତୃ ଅମାବାସ୍ୟା ବିଶେଷ ହେବାକୁ ଯାଉଛି।
ଜ୍ୟୋତିଷବିତ୍ଙ୍କ ମତ ଅନୁସାରେ, ଏହି ସମୟରେ ଶନି ମୀନ ରାଶି, ସୂର୍ଯ୍ୟ କନ୍ୟା ରାଶି ଏବଂ ଶୁକ୍ର ତୁଳା ରାଶିରେ ରହିବେ। ସେହିପରି ଦେବଗୁରୁ ବୃହସ୍ପତି କର୍କଟ ରାଶିରେ ରହିବେ। ଏହା ସହ ହସ୍ତ ନକ୍ଷତ୍ର ଓ ଐନ୍ଦ୍ର ଯୋଗର ସଂଯୋଗ ମଧ୍ୟ ରହିବ। ଏହି ଗ୍ରହ ସ୍ଥିତି ଓ ଶୁଭ ସଂଯୋଗର ପ୍ରଭାବ ୩ଟି ରାଶି ପାଇଁ ବିଶେଷ ଅନୁକୂଳ ହୋଇପାରେ।
କର୍କଟ
ସର୍ବପିତୃ ଅମାବାସ୍ୟା ସମୟରେ କର୍କଟ ରାଶିର ବ୍ୟକ୍ତିଙ୍କୁ ମନମୁତାବକ ସଫଳତା ମିଳିବାର ଯୋଗ ରହିଛି। ନୂଆ ଲୋକଙ୍କ ସହ ପରିଚୟ ହେବ ଏବଂ ସେମାନଙ୍କ ସହଯୋଗରେ ଆରମ୍ଭ କରାଯାଇଥିବା କାମରେ ସଫଳତା ମିଳିପାରେ।
ସନ୍ତାନ ସମ୍ପର୍କିତ କୌଣସି ଭଲ ଖବର ମିଳିପାରେ। ଚାକିରି କ୍ଷେତ୍ରରେ ବଡ଼ ସୁଯୋଗ ମିଳିବା ସହ ସରକାରୀ କ୍ଷେତ୍ରରୁ ମଧ୍ୟ କୌଣସି ଭଲ ଖବର ଆସିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିବ। ପାରିବାରିକ ଜୀବନରେ ସୁଖ-ସୁବିଧା ବଢ଼ିବା ସହ ଘରେ ଖୁସିର ମାହୋଲ ରହିବ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ଏହି ସମୟ ଭାଗ୍ୟୋଦୟର ସଙ୍କେତ ଦେଉଛି। ଦୀର୍ଘଦିନ ଧରି କରୁଥିବା ପରିଶ୍ରମର ସକାରାତ୍ମକ ଫଳ ମିଳିପାରେ। ହଠାତ୍ ଆୟ ବୃଦ୍ଧିର ଯୋଗ ମଧ୍ୟ ରହିଛି।
ଯାନବାହନ କିଣିବାର ସୱପ୍ନ ପୂରଣ ହୋଇପାରେ। ଆର୍ଥିକ କ୍ଷେତ୍ରରେ ଲାଭ ମିଳିବା ସହ ପୁରୁଣା ନିବେଶରୁ ମଧ୍ୟ ଭଲ ଫଳ ମିଳିପାରେ। ବିବାହକୁ ନେଇ ପରିବାର ପକ୍ଷରୁ ସମ୍ମତି ମିଳିବାର ଯୋଗ ରହିଛି।
ମକର ରାଶି
ମକର ରାଶି ପାଇଁ ମଧ୍ୟ ଏହି ସମୟ ସଫଳତା ଆଣିପାରେ। ପୁରୁଣା ପରିଚିତ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଗୁରୁତ୍ୱପୂର୍ଣ୍ଣ କାମ ସଫଳ ହୋଇପାରେ।
ଆର୍ଥିକ କାରବାର ସମ୍ପର୍କିତ କାମରେ ଭଲ ସମ୍ପର୍କର ଲାଭ ମିଳିପାରେ। ନିକଟ ସମ୍ପର୍କୀୟଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ନୂଆ ସୁଯୋଗ ଆସିପାରେ। କ୍ୟାରିୟର ସମ୍ପର୍କିତ ସମୟୋପଯୋଗୀ ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟକ ହୋଇପାରେ।