ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨୭ା୧୦: ଆସନ୍ତା ୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡି ହୋଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ନିକଟରେ ସରକାର ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଆୟୁଷ୍ମାନ ଭାରତରେ ସାମିଲ୍ କରିଛନ୍ତି।

ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ କି “ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି । ଏବେ ଡାଟା କାମ ଚାଲିଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଲାଗୁ ହେବ । ନିର୍ଦ୍ଦିଷ୍ଟ ଭାବରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ । ଏହା ସାରା ଭାରତ ବର୍ଷରେ ପାଖାପାଖି ୨୭ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ହେବ। ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଏହା ଏକ କମନ୍ କାର୍ଡ ହେବ ।”

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି, “ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୬୭ ଲକ୍ଷ ପରିବାର ସାମିଲ ହେବାକୁ ଥିବାବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବଳକା ୩୩ ଲକ୍ଷ ପରିବାର ସ୍ଵାସ୍ଥ୍ୟ ବୀମାରେ ସାମିଲ ହେବେ । ପୁରୁଣା ସ୍ୱାସ୍ଥ୍ୟ କାର୍ଡରେ କେବଳ ୯୫୦ଟି ହସ୍ପିଟାଲ ସହ ଅନୁବନ୍ଧିତ ଥିଲା । ସାରା ଭାରତବର୍ଷରେ ଚାଲୁ ନଥିଲା । ନୂଆ ସ୍ୱାସ୍ଥ୍ୟକାର୍ଡରେ ୨୭ ହଜାରରୁ ଅଧିକ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ଉପଲବ୍ଧ ହେବ । ଦାଦନ ଶ୍ରମିକ, ଯେଉଁମାନେ ରାଜ୍ୟ ବାହାରେ ରହି କାମ କରୁଛନ୍ତି ସେମାନେ ମଧ୍ୟ ଏହି ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଡରେ ଲାଭବାନ ହେବେ ।”


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri