Posted inଜାତୀୟ

ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି

ନୂଆଦିଲ୍ଲୀ,୧୨ା୯(ପିଟି): ବହୁଚର୍ଚ୍ଚିତ ଅଗଷ୍ଟା ସ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ହୋଇଥିବା ୩,୬୦୦ କୋଟି ଟଙ୍କା ଦ୍ୱୁର୍ନୀତି ଘଟଣାରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶିକାନ୍ତ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସିବିଆଇ ଅନୁମତି ଲୋଡ଼ିଛି। ଏହି ଦୁର୍ନୀତି ମାମଲାରେ ମଧ୍ୟସ୍ଥ ସାଜିଥିବା ଖ୍ରୀଷ୍ଟିୟାନ ମିଚେଲଙ୍କ ବିରୋଧରେ ସିବିଆଇ ଅତିରିକ୍ତ ଚାର୍ଜଶିଟ ଦାଖଲ କରିବାକୁ ଯାଉଛି। ମିଚେଲ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହି ଅତିରିକ୍ତ ଚାର୍ଜଶିଟ୍‌ରେ ସିବିଆଇ ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ଯେଉଁମାନେ ସବୁ ନିଷ୍ପତ୍ତି ନେଉଥିଲେ, ସେମାନଙ୍କ ବିରୋଧରେ ଚାର୍ଜଶିଟରେ ଉଲ୍ଲେଖ ରହିଛି। ତଦନ୍ତ ସମୟରେ ଯେଉଁ ଅଧିକାରୀଙ୍କ ଭୂମିକା ସମ୍ପର୍କରେ ଜଣାପଡ଼ିଛି ସେମାନଙ୍କ ବିରୋଧରେ ମାମଲା ଆରମ୍ଭ ହେବ। ଏଥିପାଇଁ ସିବିଆଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି ଲୋଡ଼ିଛି। ବିଶେଷ କରି ଶଶିକାନ୍ତ ଶର୍ମା ଏବଂ ଏୟାର ଭାଇସ ମାର୍ଶାଲ ଯସ୍‌ବୀର ସିଂ ପାନେସରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମିଳିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଶର୍ମା ପ୍ରତିରକ୍ଷା ସଚିବ ଥିଲେ। ପରେ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦିଆଯାଇଥିଲା। ସିବିଆଇ ମଧ୍ୟ ୩ଜଣ ପୂର୍ବତନ ବାୟୁସେନା ଅଧିକାରୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିବାକୁ ଅନୁମତି ଲୋଡ଼ିଛି। ସେମାନେ ହେଲେ ଡେପୁଟି ଚିଫ୍‌ ଟେଷ୍ଟ ପାଇଲଟ ଏସ୍‌.ଏ. କୁଣ୍ଟେ, ୱିଙ୍ଗ କମାଣ୍ଡର ଥୋମାସ୍‌ ମାଥ୍ୟୁ ଏବଂ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏନ୍‌. ସନ୍ତୋଷ।


Enter your email to get our daily news in your inbox.

All Right Reserved By Dharitri.Com

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

୮ କୋଟିରୁ ଅଧିକ ସମ୍ପତ୍ତି, ବାର୍ଷିକ ଆୟ ୧୭ ଲକ୍ଷ! ବିହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଚମକି ପଡିବେ?

ପାଟନା,୧୪।୪: ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ତାରାପୁର ନିର୍ୱାଚନମଣ୍ଡଳୀର ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ପ୍ରମୁଖ ନେତା ସମ୍ରାଟ…

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri