ଅଗଷ୍ଟ ମାସରୁ ଆରମ୍ଭ ହେବ ଏସବୁ ରାଶିର ଗୋଲ୍ଡେନ୍‌ ଟାଇମ୍‌; ପଦୋନ୍ନତିର ସୁଯୋଗ ସାଙ୍ଗକୁ ଧନବର୍ଷା, ଜାଣନ୍ତୁ ମାସିକ… 

ଆଉ ସପ୍ତାହେ ପରେ ଆରମ୍ଭ ହେବ ଅଗଷ୍ଟ ମାସ। ଗ୍ରହ, ନକ୍ଷତ୍ରମାନଙ୍କ ସ୍ଥିତି ହିସାବରେ ଏହି ମାସରେ କିଛି ରାଶିଙ୍କ ଭାଗ୍ୟ ଚମକିପାରେ। ଆକସ୍ମିକ ଧନ ଲାଭ ସହ ଚାକିରି, ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ। ଆସନ୍ତୁ ଜାଣିବା ରାଶିଗୁଡ଼ିକର ମାସିକ ରାଶିଫଳ କ’ଣ ରହିବ…
ଅଗଷ୍ଟ ମାସରେ ହେବାକୁ ଥିବା ରାଜଯୋଗ ବିଷୟରେ କହିଲେ, ଚନ୍ଦ୍ର ଯୋଗୁ ଗଜକେଶରୀ, ମହାଲକ୍ଷ୍ମୀ, କଳାତ୍ମକ ଭଳି ଯୋଗ ନିର୍ମାଣ କରିବେ। ଏହାଛଡ଼ା ଶନି କୌଣସି ନା କୌଣସି ଗ୍ରହ ସହ ସଂଯୋଗ କରି ରାଜଯୋଗ ନିର୍ମାଣ କରିବେ।
ମେଷ ରାଶି: ଏହି ମାସରେ ଚାକିରି କ୍ଷେତ୍ରରେ ନୂଆ ଅବସର ସୃଷ୍ଟି ହେବ। ଲୋକମାନଙ୍କୁ ପଦୋନ୍ନତି ନଚେତ ନୂଆ ଅବସର ମିଳିପାରେ। ବ୍ୟବସାୟରେ ପୁରୁଣା ନିବେଶ ଲାଭ ଦେବ। ସ୍ବାସ୍ଥ୍ୟା ସାମାନ୍ୟ ରହିବ, ହେଲେ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ମାମଲାରେ ଶାନ୍ତି ବଜାୟ ରହିବ। ହେଲେ ନିଜର ବାଣୀ ଉପରେ ସଂଯମତା ବଜାୟ ରଖନ୍ତୁ।
ବୃଷ ରାଶି: ବୃଷ ରାଶିର ରାଶିବିଶେଷଙ୍କ ପାଇଁ ଏହି ମାସ ଗୁରୁତ୍ୱପୂର୍ଣ୍ଣ। କ୍ୟାରିୟରରେ ସଫଳତା ପାଇବାକୁ ଧୌର୍ଯ୍ୟ ରଖିବାକୁ ହେବ। ଆର୍ଥିକ ମାମଲାରେ ସତର୍କ ରହିବାକୁ ହେବ। ବିଶେଷ ଭାବେ କାହାଠାରୁ ଉଧାର ନିଅନ୍ତୁ ନାହିଁ। ସମ୍ପର୍କକୁ ମାର୍ଜିତ ରଖନ୍ତୁ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ପାଇବେ।
ମିଥୁନ ରାଶି: ଏହି ମାସରେ ଆପଣଙ୍କ ଦୀର୍ଘଦିନର ପଡ଼ି ରହିଥିବା କାର୍ଯ୍ୟ ପୂରଣ ହେବ। ନୂଆ ଭାଗିଦାରୀ ପ୍ରସ୍ତାବ ମିଳିବ। ଯାତ୍ରା ଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ହେଲେ ଛୋଟ ବିବାଦକୁ ଅଣଦେଖା କରିବା ଠିକ୍‌ ରହିବ।
କର୍କଟ ରାଶି: ଏହି ମାସ ମିଶ୍ରିତ ଫଳଦାୟକ ହେବ। କମକ୍ଷେତ୍ରରେ ଚାପ  ବଜାୟ ରହିବ। ହେଲେ ଆର୍ଥିକ ମାମଲାରେ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନରେ ଶୁଭ ସମାଚାର ମିଳିପାରେ। ମାତାପିତାଙ୍କ ସ୍ବାସ୍ଥ୍ୟ ଧ୍ୟାନ ରଖିବା ଜରୁରୀ।
ସିଂହ ରାଶି:ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ମାସ ଶୁଭ ଫଳଦାୟକହେବ। ବ୍ୟବସାୟରେ ନୂଆ ଯୋଜନା ସୃଷ୍ଠି ହୋଇପାରେ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହ ପ୍ରେମ ସମ୍ପର୍କ ମଜଭୂତ ହେବ। ଘରେ ମାଂଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି।
କନ୍ୟା ରାଶି: ଏହି ରାଶି ଆପଣଙ୍କ ପାଇଁ ଉତ୍ଥାନ-ପତନ ନେଇ ଆସିବ। କର୍ମକ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ମାନସିକ ଶାନ୍ତି ବଜାୟ ରଖିବା ଜରୁରୀ ହେବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଅନାବଶ୍ୟକ ଖର୍ଚ୍ଚରୁ ବଞ୍ଚନ୍ତୁ। ସ୍ବାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ, ବିଶେଷକରି ପେଟ ସମସ୍ୟାକୁ ନେଇ।
ତୁଳା ରାଶି: ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ନିଜର କଳା ଏବଂ ବୁଦ୍ଧିମତାକୁ ନେଇ ପ୍ରଶଂସିତ ହେବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ହେଲେ ପ୍ରେମ କ୍ଷେତ୍ରରେ ଭୁଲ ବୁଝାବଣା ହୋଇପାରେ।
ବିଛା ରାଶି: ଏହି ମାସ ବିଛା ରାଶିର ଜାତକଧାରୀ ସତର୍କ ରୁହନ୍ତୁ। କୌଣସି ପୁରୁଣା କଥାକୁ ନେଇ ବର୍ତ୍ତମାନରେ ବାଧା ଉପୁଜାନ୍ତୁ ନାହିଁ। ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଚାପ ରହିବ, ହେଲେ କଷ୍ଟର ଫଳ ମିଳିବ। ସ୍ବାସ୍ଥ୍ୟ ବିଗିଡ଼ିପାରେ।
ଧନୁ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ଏହି ମାସରେ ଯାତ୍ରାର ଯୋଗ ରହିଛି। ପାରିବାରିକ ବାତାବରଣ ସହଯୋଗପୂର୍ଣ୍ଣ ରହିବ। ଜୀବନସାଥୀଙ୍କ ସହ ସମୟ ବିତାଇବାର ଅବସର ମିଳିବ। ଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମତମୁତାବକ ସଫଳତା ପାଇବେ।
ମକର ରାଶି: ଏହି ରାଶିର ବ୍ୟକ୍ତିବିଶେଷ ଅଗଷ୍ଟରେ କରୁଥିବା ଯୋଜନାରେ ସଫଳତା ପାଇବେ। ନିବେଶରେ ଅର୍ଥଲାଭ ହେବ। ବରିଷ୍ଠଙ୍କ ସହଯୋଗ ମିଳିବ। କିଛି ପୁରୁଣା ଅଟକିଥିବା କାର୍ଯ୍ୟ ସଫଳ ହେବ। ପାରିବାରିକସ୍ତରରେ କିଛି ବିବାଦ ସୃଷ୍ଟି ହୋଇପାରେ। ହେଲେ ଧୌର୍ଯ୍ୟର ସହ ସବୁକିଛି ସମାଧାନ କରିହେବ।
କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅଗଷ୍ଟ ମାସ ଆତ୍ମବିକାଶ ପୂର୍ଣ୍ଣ ରହିବ। ଆପଣ ଆଧ୍ୟାତ୍ମିକତା, ମାନସିକ ଶାନ୍ତି ଦିଗରେ ଆକର୍ଷିତ ହେବେ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପରିବାର ଏବଂ ବନ୍ଧୁଙ୍କ ଭରପୂର ସହଯୋଗ ମିଳିବ । ସ୍ବାସ୍ଥ୍ୟରେ ସୁଧାର ହେବ। ବିଶେଷକରି ପୁରୁଣା ରୋଗରୁ ସୁସ୍ଥ ଅନୁଭବ କରିପାରନ୍ତି।
ମୀନ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଆପଣ ପ୍ରେମ ସମ୍ପର୍କରେ ନିବିଡ଼ତା ଅନୁଭବ କରିବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଳ ରହିବ। କାମରେ ବାଧା ସୃଷ୍ଟି ହେବ। ହେଲେ ଧୌର୍ଯ୍ୟ ଏବଂ ପରିଶ୍ରମ ବଦଳରେ ସଫଳତା ପାଇବେ। ଯାତ୍ରା କରିବା ବେଳେ କିନ୍ତୁ ସାବଧାନତା ଅବଲମ୍ବନ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri