ଅଗଷ୍ଟ ମାସରୁ ଆରମ୍ଭ ହେବ ଏସବୁ ରାଶିର ଗୋଲ୍ଡେନ୍‌ ଟାଇମ୍‌; ପଦୋନ୍ନତିର ସୁଯୋଗ ସାଙ୍ଗକୁ ଧନବର୍ଷା, ଜାଣନ୍ତୁ ମାସିକ… 

ଆଉ ସପ୍ତାହେ ପରେ ଆରମ୍ଭ ହେବ ଅଗଷ୍ଟ ମାସ। ଗ୍ରହ, ନକ୍ଷତ୍ରମାନଙ୍କ ସ୍ଥିତି ହିସାବରେ ଏହି ମାସରେ କିଛି ରାଶିଙ୍କ ଭାଗ୍ୟ ଚମକିପାରେ। ଆକସ୍ମିକ ଧନ ଲାଭ ସହ ଚାକିରି, ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ। ଆସନ୍ତୁ ଜାଣିବା ରାଶିଗୁଡ଼ିକର ମାସିକ ରାଶିଫଳ କ’ଣ ରହିବ…
ଅଗଷ୍ଟ ମାସରେ ହେବାକୁ ଥିବା ରାଜଯୋଗ ବିଷୟରେ କହିଲେ, ଚନ୍ଦ୍ର ଯୋଗୁ ଗଜକେଶରୀ, ମହାଲକ୍ଷ୍ମୀ, କଳାତ୍ମକ ଭଳି ଯୋଗ ନିର୍ମାଣ କରିବେ। ଏହାଛଡ଼ା ଶନି କୌଣସି ନା କୌଣସି ଗ୍ରହ ସହ ସଂଯୋଗ କରି ରାଜଯୋଗ ନିର୍ମାଣ କରିବେ।
ମେଷ ରାଶି: ଏହି ମାସରେ ଚାକିରି କ୍ଷେତ୍ରରେ ନୂଆ ଅବସର ସୃଷ୍ଟି ହେବ। ଲୋକମାନଙ୍କୁ ପଦୋନ୍ନତି ନଚେତ ନୂଆ ଅବସର ମିଳିପାରେ। ବ୍ୟବସାୟରେ ପୁରୁଣା ନିବେଶ ଲାଭ ଦେବ। ସ୍ବାସ୍ଥ୍ୟା ସାମାନ୍ୟ ରହିବ, ହେଲେ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ମାମଲାରେ ଶାନ୍ତି ବଜାୟ ରହିବ। ହେଲେ ନିଜର ବାଣୀ ଉପରେ ସଂଯମତା ବଜାୟ ରଖନ୍ତୁ।
ବୃଷ ରାଶି: ବୃଷ ରାଶିର ରାଶିବିଶେଷଙ୍କ ପାଇଁ ଏହି ମାସ ଗୁରୁତ୍ୱପୂର୍ଣ୍ଣ। କ୍ୟାରିୟରରେ ସଫଳତା ପାଇବାକୁ ଧୌର୍ଯ୍ୟ ରଖିବାକୁ ହେବ। ଆର୍ଥିକ ମାମଲାରେ ସତର୍କ ରହିବାକୁ ହେବ। ବିଶେଷ ଭାବେ କାହାଠାରୁ ଉଧାର ନିଅନ୍ତୁ ନାହିଁ। ସମ୍ପର୍କକୁ ମାର୍ଜିତ ରଖନ୍ତୁ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ପାଇବେ।
ମିଥୁନ ରାଶି: ଏହି ମାସରେ ଆପଣଙ୍କ ଦୀର୍ଘଦିନର ପଡ଼ି ରହିଥିବା କାର୍ଯ୍ୟ ପୂରଣ ହେବ। ନୂଆ ଭାଗିଦାରୀ ପ୍ରସ୍ତାବ ମିଳିବ। ଯାତ୍ରା ଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ହେଲେ ଛୋଟ ବିବାଦକୁ ଅଣଦେଖା କରିବା ଠିକ୍‌ ରହିବ।
କର୍କଟ ରାଶି: ଏହି ମାସ ମିଶ୍ରିତ ଫଳଦାୟକ ହେବ। କମକ୍ଷେତ୍ରରେ ଚାପ  ବଜାୟ ରହିବ। ହେଲେ ଆର୍ଥିକ ମାମଲାରେ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନରେ ଶୁଭ ସମାଚାର ମିଳିପାରେ। ମାତାପିତାଙ୍କ ସ୍ବାସ୍ଥ୍ୟ ଧ୍ୟାନ ରଖିବା ଜରୁରୀ।
ସିଂହ ରାଶି:ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ମାସ ଶୁଭ ଫଳଦାୟକହେବ। ବ୍ୟବସାୟରେ ନୂଆ ଯୋଜନା ସୃଷ୍ଠି ହୋଇପାରେ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହ ପ୍ରେମ ସମ୍ପର୍କ ମଜଭୂତ ହେବ। ଘରେ ମାଂଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି।
କନ୍ୟା ରାଶି: ଏହି ରାଶି ଆପଣଙ୍କ ପାଇଁ ଉତ୍ଥାନ-ପତନ ନେଇ ଆସିବ। କର୍ମକ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ମାନସିକ ଶାନ୍ତି ବଜାୟ ରଖିବା ଜରୁରୀ ହେବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଅନାବଶ୍ୟକ ଖର୍ଚ୍ଚରୁ ବଞ୍ଚନ୍ତୁ। ସ୍ବାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ, ବିଶେଷକରି ପେଟ ସମସ୍ୟାକୁ ନେଇ।
ତୁଳା ରାଶି: ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ନିଜର କଳା ଏବଂ ବୁଦ୍ଧିମତାକୁ ନେଇ ପ୍ରଶଂସିତ ହେବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ହେଲେ ପ୍ରେମ କ୍ଷେତ୍ରରେ ଭୁଲ ବୁଝାବଣା ହୋଇପାରେ।
ବିଛା ରାଶି: ଏହି ମାସ ବିଛା ରାଶିର ଜାତକଧାରୀ ସତର୍କ ରୁହନ୍ତୁ। କୌଣସି ପୁରୁଣା କଥାକୁ ନେଇ ବର୍ତ୍ତମାନରେ ବାଧା ଉପୁଜାନ୍ତୁ ନାହିଁ। ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଚାପ ରହିବ, ହେଲେ କଷ୍ଟର ଫଳ ମିଳିବ। ସ୍ବାସ୍ଥ୍ୟ ବିଗିଡ଼ିପାରେ।
ଧନୁ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ଏହି ମାସରେ ଯାତ୍ରାର ଯୋଗ ରହିଛି। ପାରିବାରିକ ବାତାବରଣ ସହଯୋଗପୂର୍ଣ୍ଣ ରହିବ। ଜୀବନସାଥୀଙ୍କ ସହ ସମୟ ବିତାଇବାର ଅବସର ମିଳିବ। ଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମତମୁତାବକ ସଫଳତା ପାଇବେ।
ମକର ରାଶି: ଏହି ରାଶିର ବ୍ୟକ୍ତିବିଶେଷ ଅଗଷ୍ଟରେ କରୁଥିବା ଯୋଜନାରେ ସଫଳତା ପାଇବେ। ନିବେଶରେ ଅର୍ଥଲାଭ ହେବ। ବରିଷ୍ଠଙ୍କ ସହଯୋଗ ମିଳିବ। କିଛି ପୁରୁଣା ଅଟକିଥିବା କାର୍ଯ୍ୟ ସଫଳ ହେବ। ପାରିବାରିକସ୍ତରରେ କିଛି ବିବାଦ ସୃଷ୍ଟି ହୋଇପାରେ। ହେଲେ ଧୌର୍ଯ୍ୟର ସହ ସବୁକିଛି ସମାଧାନ କରିହେବ।
କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅଗଷ୍ଟ ମାସ ଆତ୍ମବିକାଶ ପୂର୍ଣ୍ଣ ରହିବ। ଆପଣ ଆଧ୍ୟାତ୍ମିକତା, ମାନସିକ ଶାନ୍ତି ଦିଗରେ ଆକର୍ଷିତ ହେବେ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପରିବାର ଏବଂ ବନ୍ଧୁଙ୍କ ଭରପୂର ସହଯୋଗ ମିଳିବ । ସ୍ବାସ୍ଥ୍ୟରେ ସୁଧାର ହେବ। ବିଶେଷକରି ପୁରୁଣା ରୋଗରୁ ସୁସ୍ଥ ଅନୁଭବ କରିପାରନ୍ତି।
ମୀନ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଆପଣ ପ୍ରେମ ସମ୍ପର୍କରେ ନିବିଡ଼ତା ଅନୁଭବ କରିବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଳ ରହିବ। କାମରେ ବାଧା ସୃଷ୍ଟି ହେବ। ହେଲେ ଧୌର୍ଯ୍ୟ ଏବଂ ପରିଶ୍ରମ ବଦଳରେ ସଫଳତା ପାଇବେ। ଯାତ୍ରା କରିବା ବେଳେ କିନ୍ତୁ ସାବଧାନତା ଅବଲମ୍ବନ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri