ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ ପୋଡାବାଉଁଶରୁ ଶୁଭାରମ୍ଭ ହୋଇଛି। ଏଥିନିମନ୍ତେ ଚନ୍ଦନେଶ୍ୱର ଶୈବପୀଠରେ ସୋମବାର ୭ ଅର୍ଘ୍ୟରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବାଂଲାଦେଶରୁ ଅସଂଖ୍ୟ ଶୈବଭକ୍ତ ଆଗମନରେ ଶୈବପୀଠ ମୁଖରିତ ହୋଇଛି। ସୋମବାର ପ୍ରତ୍ୟୁଷରୁ ଜୀଉଙ୍କ ନୀତିକାନ୍ତି ପୂଜାର୍ଚ୍ଚନା, ଭକ୍ତି ନୈବଦ୍ୟ, ଆରାଧନାରେ ଶୈବପୀଠ ଭକ୍ତମୟ ହୋଇଛି। ସକାଳ ସାଢେ ୧୦ଟାରେ ଚନ୍ଦନେଶ୍ୱର ମହାଦେବଙ୍କ ଟ୍ରଷ୍ଟବୋର୍ଡ ପକ୍ଷରୁ ଚଡ଼କ ମେଳାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି।
ଟ୍ରଷ୍ଟ ବୋର୍ଡ ସଭାପତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ସୂର୍ଯ୍ୟ କୁମାର ନାୟକ, ମହାଦେବଙ୍କ ମୌରସୀ ଶ୍ରେଷ୍ଠ ସେବାୟତ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡା, ବିଡିଓ ପ୍ରଶାନ୍ତ କୁମାର ମହାରଣା, ଆଇଆଇସି ଚମ୍ପାବତୀ ସୋରେନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଟ୍ରଷ୍ଟବୋର୍ଡ ସଦସ୍ୟ ଗଣପତି ଗିରି, ଗ୍ରାମ୍ୟ ପାଇପ ଜଳଯୋଗାଣ ଜେଇ ହରପ୍ରିୟା ମହାନ୍ତ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡା. କମଳାକାନ୍ତ ଜେନା, ଜୀଉଙ୍କ ଶ୍ରେଷ୍ଠଭକ୍ତ ହରିଶ ଚନ୍ଦ୍ର ସାହୁ, ବିଦ୍ୟୁତ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇ ଟ୍ରାଫିକ ନିୟନ୍ତ୍ରଣ, ୨୪ଘଣ୍ଟିଆ ବିଶୁଦ୍ଧ ପାଣି ଓ ବିଦ୍ୟୁତ ସେବା, ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନଗୁଆଁ ଛକ, ବର୍ଡର୍-ଚନ୍ଦନେଶ୍ୱର ରାସ୍ତା ବାଡ଼ସରିସା ସ୍କୁଲ ପର୍ଯ୍ୟନ୍ତ ଚାରିଚକିଆ ଯାନ ଉପରେ କଟକଣା ଲାଗୁ କରାଯାଇଛି। ମେଳାର ସୁରକ୍ଷା ଦୃଷ୍ଟିରୁ ଅଗ୍ନିନିର୍ବାହୀ କର୍ମଚାରୀଙ୍କ ସହ ୨୬ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ ବୋଲି ଏସ୍ଡିପିଓ ଦିଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ସୋମବାର ମହାଦେବଙ୍କ ୭ ଅର୍ଘ୍ୟରେ ୧୦ହଜାରରୁ ଊର୍ଦ୍ଧ୍ୱ ଉପବୀତଧାରୀ ଶୈବଭକ୍ତ ଉପବୀତ ଧାରଣ କରି ବ୍ରତ ପାଳନ କରୁଥିବା ବେଳେ ୫ ଅର୍ଘ୍ୟ ବେଳକୁ ଲକ୍ଷାଧିକ ଉପବୀତଧାରୀ ଭକ୍ତ ଜୀଉଙ୍କଠାରେ ଅର୍ଘଦାନ କରିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜୀଉଙ୍କ ପ୍ରସିଦ୍ଧ କାମିନୀ ଠାକୁରାଣୀ ବିବାହ ନିମନ୍ତେ କନ୍ୟା ସ୍ବୀକୃତ ରୀତିନୀତି ଅନୁଯାୟୀ ସମ୍ପାଦନ କରାଯାଇ ରାତି ୮ଟାରେ ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ଭକ୍ତମାନେ ଅର୍ଘ୍ୟଦାନ କରିଛନ୍ତି। ମହାଦେବଙ୍କ ମୁଖ୍ୟ ସେବାୟତ ମୌରସୀ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡା ଜୀଉଙ୍କଠାରେ ଆଜ୍ଞାମାଳ ନେଇ ଶ୍ରେଷ୍ଠ ଭକ୍ତ ପାଟ ଭକ୍ତ ହରିଶ ଚନ୍ଦ୍ର ସାହୁ, ଦେଉଳିଆ ଅଜିତ ପାତ୍ରଙ୍କ ସମେତ ଶ୍ରୀବେକଡି, ବାଦ୍ୟକାରମାନେ କୌଳିକ ରୀତି ଓ ନୀତି ଅନୁଯାୟୀ ଶୈବ ଭକ୍ତଙ୍କ ବେକଡା ନୃତ୍ୟ ପରେ ମନ୍ଦିର ପରିକ୍ରମା କରି ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ଶୈବଭକ୍ତମାନେ ଅର୍ଘ୍ୟଦାନ କରିଛନ୍ତି।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ
ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…
ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ
ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…
ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର
ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…
ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍ ଭୋଟିଂ କରି ବିଗାଡ଼ିଦେଲେ ଖେଳ
ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍କିରେ ବଦଳିଗଲା…
ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…
ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…
ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର
ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…
‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…
ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…
ଗୋଟେ ଚୁଟ୍କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…
ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…
Archives

