ନୃସିଂହନାଥ ଝରଣାରେ ଫଶିଗଲେ କାଉଡ଼ିଆ

ବରଗଡ଼ ଅଫିସ,୮।୮: ଶ୍ରାବଣର ଶେଷ ସୋମବାରରେ ଆଜି ଶୈବପୀଠ ଗୁଡିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ବରଗଡ଼ ଜିଲାର ନୃସିଂହନାଥ ମନ୍ଦିରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ରୁ ହଜାର ହଜାର ଭକ୍ତ ମନ୍ଦିରକୁ ଆସିଥିଲେ। କାଉଡ଼ିଆମାନେ ନୃସିଂହନାଥ ଝରଣାକୁ ପାଣି ଆଣି ମହାଦେବଙ୍କଠାରେ ଜଳଲାଗି କରିଥାନ୍ତେ। ହେଲେ ଝରଣାରୁ ଶତାଧିକ କାଉଡ଼ିଆ ପାଣି ଉଠାଉଥିବା ବେଳେ ହଠାତ୍‌ ବନ୍ୟା ଜଳ ମାଡି ଆସିଥିଲା। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଝରଣା ମଝିରେ କାଉଡ଼ିଆମାନେ ଫସିରହିଥିଲେ। ବନ୍ୟାଜଳ କମିବା ପରେ ସେମାନେ ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ।