ଗଞ୍ଜାମରେ ଅଡିଟ ପ୍ରଭାବ: କରୋନା ଜନିତ ମୃତ୍ୟୁ ୩୭୯କୁ ବୃଦ୍ଧି

ଛତ୍ରପୁର,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ ପରେ ସୂଚନା ଦିଆଯାଇଛି। ତେବେ ଅଡିଟ ପରେ ଏହି ମୃତ୍ୟୁ ସଂଖ୍ୟା ବଢୁଛି। ଏହା ଦିନକର ନୁହେଁ ଏବଂ ପୂର୍ବରୁ ହୋଇଥିବା ମୃତ୍ୟୁ ଘୋଷଣା ହେଉଛି। କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାର ୧୩୧ ଜଣଙ୍କ ଜୀବନ ଗଲାଣି।
ମିଳିଥିବା ସୂଚନା ଅନୁସାରେ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଏଯାବତ ୩୭୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଜିଲାରେ ଆଉ ୧୭ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲାରେ ୧୧୮ ଜଣ ଆକ୍ଟିଭ କେସ ଅଛି।