Posted inଖେଳ

ଆଇପିଏଲ୍‌ ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା ଆର୍‌ସିବି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ଲାଗି ମିନି ଅକ୍ସନ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀ ପ୍ରକ୍ରିୟା ସଞ୍ଚାଳନ  ଲାଗି ପ୍ରଥମ ଥର ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଲ୍ଲିକା ସାଗର ଏହି ଭୂମିକା ତୁଲାଇଥିଲେ। ତେବେ ତାଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଯାଇଛି। ଏଥିଯୋଗୁ ଆର୍‌ସିବିକୁ ୨୦ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଦ୍ରୁତ ବୋଲର ଅଲ୍‌ଜାରୀ ଜୋସେଫଙ୍କ ନିଲାମ ଡକରା ସମୟରେ ଏହା ହୋଇଛି।

ଜୋସେଫଙ୍କ ଉପରେ ନିଲାମ ରାଶି ଡକାଯାଇଥିଲା। ପ୍ରଥମେ ସିଏସ୍‌କେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ତାଙ୍କୁ ନେବାକୁ ଟକ୍କର ହୋଇଥିଲା। ୩ କୋଟି ଯାଏ ଏହା ପହଞ୍ଚିବା ପରେ ଚେନ୍ନାଇ ହଟିଯାଇଥିଲା। ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌(ଏଲ୍‌ଏସ୍‌ଜି) ଏବଂ ଆର୍‌ସିବି ମଧ୍ୟରେ ନିଲାମ ରାଶି ଡକାଯାଇଥିଲା, ଯାହା ୬.୪୦ କୋଟି ଯାଏ ଆସି ଅଳ୍ପ ସମୟ ଲାଗି ଅଟକିଥିଲା। ଏହି ସମୟରେ ବଡ଼ ଭୁଲ କରିଦେଇଥିଲେ ମଲ୍ଲିକା।

ଆର୍‌ସିବି ପୁଣିଥରେ ଜୋସେଫଙ୍କୁ ନେବା ଲାଗି ଇଚ୍ଛା ପ୍ରକାଶ କରିଥିଲା। ଏଠାରେ ମଲ୍ଲିକା ୬.୬୦ କୋଟି ଟଙ୍କା ଡାକିଥାନ୍ତେ। ହେଲେ ସେ ୬.୮୦ କୋଟି ଟଙ୍କା କହିଦେଇଥିଲେ। ଏହି ନିଲାମ ଡାକରା ୧୧.୫୦ କୋଟିରେ ଆସି ଅଟକିଥିଲା। ଶେଷରେ ଆର୍‌ସିବି ଜୋସେଫଙ୍କୁ କିଣିଥିଲା। ହେଲେ ତାକୁ ୨୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଜୋସେଫଙ୍କର ବେସ୍‌ ପ୍ରାଇସ୍‌ ୧ କୋଟି ରହିଥିଲା। ଆର୍‌ସିବି ତାଙ୍କୁ ୧୧.୫୦ କୋଟି ଦେଇ କିଣିଛି। ଏହାପରେ ସେ ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ତାଙ୍କ ଆଗରେ ନିକୋଲାସ ପୁରନ୍‌ ଅଛନ୍ତି। ତେବେ ଜୋସେଫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ଲାଗି ଖେଳି ସାରିଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଭୁଲ ଅନେକ ଥର ଦେଖିବାକୁ ମିଳିଛି। ଗତଥରର ଅକ୍ସନରେ ମଧ୍ୟ ଏଭଳି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri