Posted inଖେଳ

ଆଇପିଏଲ୍‌ ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା ଆର୍‌ସିବି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ଲାଗି ମିନି ଅକ୍ସନ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀ ପ୍ରକ୍ରିୟା ସଞ୍ଚାଳନ  ଲାଗି ପ୍ରଥମ ଥର ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଲ୍ଲିକା ସାଗର ଏହି ଭୂମିକା ତୁଲାଇଥିଲେ। ତେବେ ତାଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଯାଇଛି। ଏଥିଯୋଗୁ ଆର୍‌ସିବିକୁ ୨୦ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଦ୍ରୁତ ବୋଲର ଅଲ୍‌ଜାରୀ ଜୋସେଫଙ୍କ ନିଲାମ ଡକରା ସମୟରେ ଏହା ହୋଇଛି।

ଜୋସେଫଙ୍କ ଉପରେ ନିଲାମ ରାଶି ଡକାଯାଇଥିଲା। ପ୍ରଥମେ ସିଏସ୍‌କେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ତାଙ୍କୁ ନେବାକୁ ଟକ୍କର ହୋଇଥିଲା। ୩ କୋଟି ଯାଏ ଏହା ପହଞ୍ଚିବା ପରେ ଚେନ୍ନାଇ ହଟିଯାଇଥିଲା। ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌(ଏଲ୍‌ଏସ୍‌ଜି) ଏବଂ ଆର୍‌ସିବି ମଧ୍ୟରେ ନିଲାମ ରାଶି ଡକାଯାଇଥିଲା, ଯାହା ୬.୪୦ କୋଟି ଯାଏ ଆସି ଅଳ୍ପ ସମୟ ଲାଗି ଅଟକିଥିଲା। ଏହି ସମୟରେ ବଡ଼ ଭୁଲ କରିଦେଇଥିଲେ ମଲ୍ଲିକା।

ଆର୍‌ସିବି ପୁଣିଥରେ ଜୋସେଫଙ୍କୁ ନେବା ଲାଗି ଇଚ୍ଛା ପ୍ରକାଶ କରିଥିଲା। ଏଠାରେ ମଲ୍ଲିକା ୬.୬୦ କୋଟି ଟଙ୍କା ଡାକିଥାନ୍ତେ। ହେଲେ ସେ ୬.୮୦ କୋଟି ଟଙ୍କା କହିଦେଇଥିଲେ। ଏହି ନିଲାମ ଡାକରା ୧୧.୫୦ କୋଟିରେ ଆସି ଅଟକିଥିଲା। ଶେଷରେ ଆର୍‌ସିବି ଜୋସେଫଙ୍କୁ କିଣିଥିଲା। ହେଲେ ତାକୁ ୨୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଜୋସେଫଙ୍କର ବେସ୍‌ ପ୍ରାଇସ୍‌ ୧ କୋଟି ରହିଥିଲା। ଆର୍‌ସିବି ତାଙ୍କୁ ୧୧.୫୦ କୋଟି ଦେଇ କିଣିଛି। ଏହାପରେ ସେ ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ତାଙ୍କ ଆଗରେ ନିକୋଲାସ ପୁରନ୍‌ ଅଛନ୍ତି। ତେବେ ଜୋସେଫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ଲାଗି ଖେଳି ସାରିଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଭୁଲ ଅନେକ ଥର ଦେଖିବାକୁ ମିଳିଛି। ଗତଥରର ଅକ୍ସନରେ ମଧ୍ୟ ଏଭଳି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri