ବ୍ଲାକ୍‌ ଫ୍ରାଇଡେ ସେଲ୍‌ରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୩୦।୧୧: ଦେଶର ପ୍ରମୁଖ ଇ କମର୍ସ ପ୍ଲାଟ୍‌ଫର୍ମ ତଥା ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ଅଫର ଏବଂ ପ୍ରଥମ ବ୍ଲାକ୍‌ ଫ୍ରାଇଡେ ସେଲ୍‌ (ଇଭେଣ୍ଟ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍‌ ୨୦୨୪ ଡିସେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ଲାଟ୍‌ଫର୍ମର ପ୍ରଥମ ବ୍ଲାକ୍‌ ଫ୍ରାଇଡେ ସେଲ୍‌ (ଇଭେଣ୍ଟ)ରେ ଆପଲ୍‌, ସାମ୍‌ସଙ୍ଗ୍‌, ସୋନି, ନାଇକ୍‌, କାଲ୍‌ଭିନ୍‌ କ୍ଲେନ୍‌, ଆଡିଡାସ୍‌, ଟମି ହିଲଫାଇଗର, ପାନାସୋନିକ୍‌, ଜିନ୍‌ ପଲ୍‌, ଡାବର, ଏଲ୍‌ଜି, ଆଲଡୋ, ସ୍ବାରୋଭସ୍କି ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ, ଫ୍ୟାଶନ୍‌ ଏବଂ ସୌନ୍ଦର୍ଯ୍ୟ ବର୍ଗରେ ଆକର୍ଷଣୀୟ ରିହାତି (ଡିଲ୍‌) ଉପଲବ୍ଧ ରହିଛି। ସେହିପରି ଏଚ୍‌ଡିଏଫ୍‌ସି, ଇଣ୍ଡସ୍‌ଇଣ୍ଡ, ବିଓବି କାର୍ଡ ଏବଂ ଏଚ୍‌ଏସ୍‌ବିସି ବ୍ୟାଙ୍କର ଡେବିଟ ଆଣ୍ଡ କ୍ରେଡିଟ କାର୍ଡ ଏବଂ କ୍ରେଡିଟ ଇଏମ୍‌ଆଇ ଜରିଆରେ ଗ୍ରାହକମାନେ ତୁରନ୍ତ ୧୦% ରିହାତି ପାଇପାରିବେ। ଏପରିକି ବ୍ଲାକ୍‌ ଫ୍ରାଇଡେ ସେଲ୍‌ ପାଇଁ ପ୍ରାଇମ ମେମ୍ବରମାନେ ଆମାଜନ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡ ବ୍ୟବହାରକରି ସମସ୍ତ କ୍ରୟ ଉପରେ ଅସୀମିତ ୫% କ୍ୟାଶବ୍ୟାକ୍‌ ପାଇପାରିବେ ଏବଂ ଅଣ-ପ୍ରାଇମ୍‌ ସଦସ୍ୟଙ୍କୁ ୩% କ୍ୟାଶ୍‌ବ୍ୟାକ୍‌ ମିଳିବ। ପ୍ରାଇମ୍‌ ମେମ୍ବରମାନେ ପ୍ରାଇମ ଡେ ସମେତ ସ୍ବତନ୍ତ୍ର ଶପିଂ ଇଭେଣ୍ଟର ପ୍ରାରମ୍ଭିକ ଆକ୍‌ସେସ୍‌ ମଧ୍ୟ ଉପଭୋଗ କରିଥାନ୍ତି। ଅପରପକ୍ଷରେ ମୋବାଇଲ, ଇଲେକ୍ଟ୍ରୋନିକ୍ସ ଓ ଆକ୍ସେସରିଜ୍‌ ଉପରେ ୪୦ରୁ ୭୫ % ରିହାତି ରହିଛି। ଯେଉଁଥିରେ ସାମ୍‌ସଙ୍ଗ୍‌ ଗାଲାକ୍ସି ବଡ୍ସ, ଆମାଜଫିଟ୍‌ ଆକ୍ଟିଭ୍‌ ୪୨ ମିମି ଆମୋଲେଡ୍‌ ସ୍ମାର୍ଟ ୱାଚ, ଆପଲ୍‌ ମ୍ୟାକ୍‌ ବୁକ୍‌ ଏୟାର ଲାପ୍‌ଟପ୍‌, ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୨୩ ଅଲ୍‌ଟ୍ରା ଭଳି ଆହୁରି ଅନେକ ସାମଗ୍ରୀ ସାମିଲ ରହିଛି। ଘର ପାଇଁ ଆବଶ୍ୟକ ଉପକରଣରେ ୬୫% ପର୍ଯ୍ୟନ୍ତ ରିହାତି ସହିତ ପାନାସୋନିକ୍‌ ୧.୫ ଟନ୍‌ ୩ ଷ୍ଟାର୍‌ ୱାଇ-ଫାଇ ଇନଭର୍ଟର ସ୍ମାର୍ଟ ସ୍ପ୍ଲିଟ୍‌ ଏସି, ଏଲଜି ୭ କିଲୋଗ୍ରାମ ସମ୍ପୂର୍ଣ୍ଣ ଅଟୋମେଟିକ୍‌ ଫ୍ରଂଟ ଲୋଡ୍‌ ୱାଶିଂ ମେଶିନ, ସାମ୍‌ସଙ୍ଗ୍‌ ୬୫୩ ଏଲ୍‌ କନଭର୍ଟିବଲ୍‌ ୫-ଇନ୍‌-୧ ଏଆଇ ଏନାବଲ୍ଡ ସ୍ମାର୍ଟ ରେଫ୍ରିଜରେଟର ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri