ନୂଆଦିଲ୍ଲୀ,୩୦।୧୧: ଦେଶର ପ୍ରମୁଖ ଇ କମର୍ସ ପ୍ଲାଟ୍ଫର୍ମ ତଥା ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ଅଫର ଏବଂ ପ୍ରଥମ ବ୍ଲାକ୍ ଫ୍ରାଇଡେ ସେଲ୍ (ଇଭେଣ୍ଟ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍ ୨୦୨୪ ଡିସେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ଲାଟ୍ଫର୍ମର ପ୍ରଥମ ବ୍ଲାକ୍ ଫ୍ରାଇଡେ ସେଲ୍ (ଇଭେଣ୍ଟ)ରେ ଆପଲ୍, ସାମ୍ସଙ୍ଗ୍, ସୋନି, ନାଇକ୍, କାଲ୍ଭିନ୍ କ୍ଲେନ୍, ଆଡିଡାସ୍, ଟମି ହିଲଫାଇଗର, ପାନାସୋନିକ୍, ଜିନ୍ ପଲ୍, ଡାବର, ଏଲ୍ଜି, ଆଲଡୋ, ସ୍ବାରୋଭସ୍କି ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ, ଫ୍ୟାଶନ୍ ଏବଂ ସୌନ୍ଦର୍ଯ୍ୟ ବର୍ଗରେ ଆକର୍ଷଣୀୟ ରିହାତି (ଡିଲ୍) ଉପଲବ୍ଧ ରହିଛି। ସେହିପରି ଏଚ୍ଡିଏଫ୍ସି, ଇଣ୍ଡସ୍ଇଣ୍ଡ, ବିଓବି କାର୍ଡ ଏବଂ ଏଚ୍ଏସ୍ବିସି ବ୍ୟାଙ୍କର ଡେବିଟ ଆଣ୍ଡ କ୍ରେଡିଟ କାର୍ଡ ଏବଂ କ୍ରେଡିଟ ଇଏମ୍ଆଇ ଜରିଆରେ ଗ୍ରାହକମାନେ ତୁରନ୍ତ ୧୦% ରିହାତି ପାଇପାରିବେ। ଏପରିକି ବ୍ଲାକ୍ ଫ୍ରାଇଡେ ସେଲ୍ ପାଇଁ ପ୍ରାଇମ ମେମ୍ବରମାନେ ଆମାଜନ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ବ୍ୟବହାରକରି ସମସ୍ତ କ୍ରୟ ଉପରେ ଅସୀମିତ ୫% କ୍ୟାଶବ୍ୟାକ୍ ପାଇପାରିବେ ଏବଂ ଅଣ-ପ୍ରାଇମ୍ ସଦସ୍ୟଙ୍କୁ ୩% କ୍ୟାଶ୍ବ୍ୟାକ୍ ମିଳିବ। ପ୍ରାଇମ୍ ମେମ୍ବରମାନେ ପ୍ରାଇମ ଡେ ସମେତ ସ୍ବତନ୍ତ୍ର ଶପିଂ ଇଭେଣ୍ଟର ପ୍ରାରମ୍ଭିକ ଆକ୍ସେସ୍ ମଧ୍ୟ ଉପଭୋଗ କରିଥାନ୍ତି। ଅପରପକ୍ଷରେ ମୋବାଇଲ, ଇଲେକ୍ଟ୍ରୋନିକ୍ସ ଓ ଆକ୍ସେସରିଜ୍ ଉପରେ ୪୦ରୁ ୭୫ % ରିହାତି ରହିଛି। ଯେଉଁଥିରେ ସାମ୍ସଙ୍ଗ୍ ଗାଲାକ୍ସି ବଡ୍ସ, ଆମାଜଫିଟ୍ ଆକ୍ଟିଭ୍ ୪୨ ମିମି ଆମୋଲେଡ୍ ସ୍ମାର୍ଟ ୱାଚ, ଆପଲ୍ ମ୍ୟାକ୍ ବୁକ୍ ଏୟାର ଲାପ୍ଟପ୍, ସାମ୍ସଙ୍ଗ୍ ଗାଲାକ୍ସି ଏସ୨୩ ଅଲ୍ଟ୍ରା ଭଳି ଆହୁରି ଅନେକ ସାମଗ୍ରୀ ସାମିଲ ରହିଛି। ଘର ପାଇଁ ଆବଶ୍ୟକ ଉପକରଣରେ ୬୫% ପର୍ଯ୍ୟନ୍ତ ରିହାତି ସହିତ ପାନାସୋନିକ୍ ୧.୫ ଟନ୍ ୩ ଷ୍ଟାର୍ ୱାଇ-ଫାଇ ଇନଭର୍ଟର ସ୍ମାର୍ଟ ସ୍ପ୍ଲିଟ୍ ଏସି, ଏଲଜି ୭ କିଲୋଗ୍ରାମ ସମ୍ପୂର୍ଣ୍ଣ ଅଟୋମେଟିକ୍ ଫ୍ରଂଟ ଲୋଡ୍ ୱାଶିଂ ମେଶିନ, ସାମ୍ସଙ୍ଗ୍ ୬୫୩ ଏଲ୍ କନଭର୍ଟିବଲ୍ ୫-ଇନ୍-୧ ଏଆଇ ଏନାବଲ୍ଡ ସ୍ମାର୍ଟ ରେଫ୍ରିଜରେଟର ସାମିଲ ରହିଛି।
ଏଇ ଭାରତରେ
ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...
ସ୍ମାର୍ଟ ସିଟି ଲୋକର ବ୍ୟଥା
ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...
ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର
ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...
ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ
ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...
ପରିଚିତଙ୍କ ହାତରେ ପଦବୀ
ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...
ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ
ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...
ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’
ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...
ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି
ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...
Archives


