ଦୋଷ ଲୁଚାଇବାକୁ ଅପଚେଷ୍ଟା: ବିରୋଧୀ

ଭୁବନେଶ୍ୱର,୧୨୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ମା’ଙ୍କ ସମେତ ଧାରଣାରେ ବସିଥିବା ଅନ୍ୟମାନଙ୍କୁ ସୋମବାର ପୋଲିସ ଘୋଷାରି ଘୋଷାରି ନେଇ ଗାଡ଼ିରେ ବସାଇବା ସହିତ ଆନ୍ଦୋଳନ ସ୍ଥଳରେ ଥିବା ଟେଣ୍ଟକୁ ଭାଙ୍ଗି ଦେଇଛି। ଏଡି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି, ନବନିର୍ମାଣ ସଙ୍ଗଠନ ଓ ଅନ୍ୟ ଛାତ୍ରନେତାମାନେ ବିଜେବି କଲେଜ ସାମ୍ନାରେ ନ୍ୟାଯ୍ୟ ଦାବି ପୂରଣ ପାଇଁ ସପ୍ତାଏ ଧରି ଧାରଣା ଓ ଅନଶନ କରିଆସୁଥିଲେ। ସୋମବାର ରୁଚିକାଙ୍କ ଶୁଦ୍ଧିକ୍ରିୟା କରିବା ପାଇଁ ଘୋଷଣା କରାଯାଇଥିଲା। ଏହାକୁ ବରଦାସ୍ତ ନ କରି ସରକାର ପୋଲିସ ଜରିଆରେ ସମସ୍ତଙ୍କୁ ଅଚାନକ ଜୋରଜବରଦସ୍ତ ସକାଳୁ ଉଠାଇନେବା ଏକ ଅଗଣତାନ୍ତ୍ରିକ ପଦକ୍ଷେପ। ଛାତ୍ର ସମାଜର ନ୍ୟାଯ୍ୟ ଦାବି ପାଇଁ ଆନ୍ଦୋଳନକୁ ଦମନ କରିବାକୁ ପୋଲିସର ଏଭଳି ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ। ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ରୁଚିକାଙ୍କ ମା’ଙ୍କୁ ପୋଲିସ ଉଠାଇନେବା ଘଟଣା ଠିକ୍‌ ନୁହେଁ। ଯିଏ ଆତ୍ମହତ୍ୟା କରିଛି ସିଏ ନିଜେ ୩ ଜଣଙ୍କ ଯୋଗୁ ଏଭଳି ପଦକ୍ଷେପ ନେଇଥିବା କଥା ଉଲ୍ଲେଖ କରିଥିଲା। ତଥାପି ମଧ୍ୟ ସେମାନଙ୍କୁ ପୋଲିସ ଚିହ୍ନଟ ନ କରିପାରିବା ଏବଂ ନିଜ ବିଫଳତା ଲୁଚାଇବା ପାଇଁ ପୋଲିସ ଚେଷ୍ଟା କରିବା ନିନ୍ଦନୀୟ। ହଷ୍ଟେଲ ଓ୍ବାର୍ଡନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଏସବୁ କଥା ଭିନ୍ନ ଦିଗକୁ ଦର୍ଶାଉଛି। ଓଲଟା ପୀଡ଼ିତାଙ୍କ ମା’ଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇନେଇ କ’ଣ ପ୍ରମାଣ କରିବା ଲାଗି ପୋଲିସ ଚେଷ୍ଟା କରୁଛି ବୁଝାପଡୁନାହିଁ। ତୁରନ୍ତ ରୁଚିକାଙ୍କ ମା’ଙ୍କୁ ପୋଲିସ ପ୍ରତିବାଦ କରିବାକୁ ସୁଯୋଗ ଦେବା ସହ ଦୋଷୀକୁ ପ୍ରଥମେ ଧରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri