ଜିଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼ ଅଫିସ,୨୦ା୧୨: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା ବଡ଼ ସାହାଜବାହାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସୋମବାର ଗ୍ରାମର ଛବିଲାଲ ସାହୁ, ଦିଲୀପ ସାହୁ, ଗୁଲଠୁ ସାହୁ, ଗୋବର୍ଦ୍ଧନ ସାହୁ ପ୍ରମୁଖ ସାଙ୍ଗରେ କିରୋସିନ, ଦିଆସିଲି ଧରି ଜିଲାପାଳ ଅଫିସ ପହଞ୍ଚିଥିଲେ। ପୋଲିସ ଉପସ୍ଥିତିରେ ସେମାନେ ଶରୀରରେ କିରୋସିନ ଢାଳିବା ସହିତ ଦିଆସିଲି ମାରି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ବୁଦ୍ଧି ଖଟାଇ ପୋଲିସ ଦିଆସିଲି, କିରୋସିନ ଡବା ଛଡାଇ ନେଇଥିଲା। ଏହାପରେ ସେମାନେ ଧାରଣାରେ ବସିଛନ୍ତି। ପୋଲିସ ଉପସ୍ଥିତ ରହି ସଜାଗ ଦୃଷ୍ଟି ରଖିଛି।