ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ ଅଭିଯୋଗରେ ତଦନ୍ତକାରୀ ଅଧିକାରୀ  ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର  ଶନିବାର ଅପରାହ୍ନ ରେ ଅଭିଯୁକ୍ତ ସ୍ବାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସେ ହେଲେ ପାଟପୁର ଥାନା ପି. ଜଗନ୍ନାଥପୁର ଗ୍ରାମର ତସୁ ସେଠୀ ଓରଫ ତପୁ ସେଠୀ(୩୦)। ଥାନା ମାମଲା ନଂ.୨୦୦/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୮୫/୧୧୫(୨)/୧୧୭(୨)/୧୦୯/୩୫୧(୨) ଏବଂ ଯୌତୁକ ନିର୍ଯ୍ୟାତନା ନିରୋଧ ଆଇନ ର ଧାରା – ୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨୦୧୮ ରେ ଖଜୁରୀପଲ୍ଲୀ ଗ୍ରାମର ବିପ୍ର ସେଠୀ ଙ୍କ ଝିଅ ପୁଷ୍ପା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର ଶୁକୁରିଆ ସେଠୀ ଙ୍କ ପୁଅ ତପୁ ଙ୍କୁ ବିବାହ କରିଥିଲେ।ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ସ୍ବାମୀ ଙ୍କ ପାଇଁ ସୁନା ଚେନ୍ ଓ ମୁଦି,  ନଗଦ ୩୦ ହଜାର ଟଙ୍କା ସହ ସମସ୍ତ ଆସବାବ ପତ୍ର ଦିଆଯାଇଥିଲା।ବିବାହର କିଛି ମାସ ହସ ଖୁସି ରେ କଟିବା ପରେ ଉଭୟଙ୍କ ଔରସ ରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ସ୍ବାମୀ ତାଙ୍କୁ ବାପ ଘରୁ ଅଧିକା ନଗଦ ୧ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।ପୁଷ୍ପା ଦ୍ଵିତୀୟ ଥର ଗର୍ଭବତୀ ହେବାରୁ ତାଙ୍କୁ ସହାୟତା ପାଇଁ ସେ ତାଙ୍କ ସାନ ଭଉଣୀ ଲକ୍ଷ୍ମୀଙ୍କୁ ଘରକୁ ଡ଼ାକି ନେଇଥିଲେ।ଏହି ସମୟରେ ଶାଳୀ ଲକ୍ଷ୍ମୀ ଙ୍କ ସହ ତାଙ୍କ ସ୍ବାମୀ ତପୁ ଙ୍କ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା। ପୁଷ୍ପା ପ୍ରତିବାଦ କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ। ପୁଷ୍ପା ତାଙ୍କ ବାପ ଘରକୁ ଚାଲିଆସିଥିଲେ। ଗତ ୧ ତାରିଖ ରାତି ପ୍ରାୟ ୯ ଟାରେ ପୁଷ୍ପା ଖଜୁରୀପଲ୍ଲୀ ବାପ ଘରେ ଏକୁଟିଆ ଥିବା ବେଳେ ସ୍ବାମୀ ତପୁ ସେଠାରେ ପହଞ୍ଚି ତାଙ୍କ ସହ ଭଲରେକଥାବାର୍ତ୍ତା କରି ବ୍ରହ୍ମପୁର ରେଲୱେ ଷ୍ଟେସନ କୁ ଗଞ୍ଜେଇ ଚାଲାଣ କଲେ ତୋତେ ଅଧିକା ଟଙ୍କା ଦେବି ବୋଲି କହିଥିଲେ।ପୁଷ୍ପା ରାଜି ନହେବାରୁ ସେ ଏକ ପ୍ଲାଷ୍ଟିକ ପାଇପ ରେ ମାଡ଼ ମାରି ତଳେ ପକାଇଦେବା ସହ ତାଙ୍କ ମୁହଁ ରେ ତକିଆ ଚାପି ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ କରିଥିଲେ। ପୁଷ୍ପା ଙ୍କ ପରିବାର ଲୋକେ ଘରେ ପହଞ୍ଚି ଘଟଣା ଦେଖିବା ପରେ ସାହି ପଡୋଶୀ ଙ୍କୁ ଡାକିବାରୁ ତପୁ ସେଠୀ ନାନା ଧମକ ଦେଇ ସେଠାରୁ ପଳାଇଥିଲେ।ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପୁଷ୍ପା ଚିକିତ୍ସା ହୋଇ ସୁସ୍ଥ ହେବା ପରେ ଗତ ୮ ତାରିଖରେ ପରିବାର ଲୋକଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri