ଟଙ୍କା ପାଇଁ ପୁଅକୁ ଅପହରଣ ଉଦ୍ୟମ

ବାଲୁଗାଁ,୧।୬(ଡି.ଏନ୍‌.ଏ.): ଟଙ୍କା ପାଇଁ ବେଳେବେଳେ ରକ୍ତ ସମ୍ପର୍କ ମଣିଷ ମଧ୍ୟ ନ ବୁଝି ପର କରିଦିଏ। ଏହି ଟଙ୍କା ଯୋଗୁ ଭଉଣୀ ଭାଇ ମଧ୍ୟରେ, ୨ ଭାଇ ମଧ୍ୟରେ, ବାପପୁଅ ମଧ୍ୟରେ ବାଦବିବାଦ, ଅପହରଣ, ହତ୍ୟା ସମାଜରେ ପ୍ରତିଦିନ ଘଟିଆସୁଛି। ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି। କିଛି ଟଙ୍କା ଓ ପାରିବାରିକ କଳହ ପାଇଁ ନିଜ ପୁଅକୁ ହିଁ ଅନ୍ୟଦ୍ୱାରା ଅପହରଣ ଉଦ୍ୟମ କରି ବାପା ଗିରଫ ହୋଇଛନ୍ତି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଚମ୍ବିତ କରିଥିବା ବେଳେ ଅଭିଯୋଗ ଅନୁସାରେ ବାଲୁଗଁା ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ବାପ ସମେତ ୫ ଅପହରଣକାରୀଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ବାପା ଖଗେଶ୍ୱର ବାହୁବଳେନ୍ଦ୍ର ଏବଂ ଅପହରଣରେ ସହଯୋଗ କରିଥିବା ଉକ୍ତ ଅଞ୍ଚଳର ମିର୍ଣ୍ଣମୟ ସାହା, ସୁରଜିତ ଧାରା, ଶୁଭମ ଗିରି ଏବଂ ସାକିଲ ଖାଁ। ଅପହୃତଙ୍କ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ କେସ୍‌ ନଂ. ୧୧୯/୨୩ରେ, ଦଫା ୪୯୮(କ), ୪୪୮, ୪୫୧, ୨୯୪, ୩୨୩, ୫୦୬, ୩୬୫, ୫୧୧, ୩୪ (ଆଇପିସି), ୪ ଡିପିଆର୍‌ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅନୁଯାୟୀ, ବାଲୁଗଁା ଥାନା କୁମ୍ଭୀରପଡ଼ା ଗ୍ରାମର ରମେଶ ମଙ୍ଗରାଜଙ୍କ ଝିଅ ସରୋଜିନୀ ଗତ ଫେବୃୟାରୀ ୧୫ତାରିଖରେ ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳରେ ରହୁଥିବା ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ପୁଅ ଅନୀଲଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଅର୍ଥ ଏବଂ ଆସବାବପତ୍ର କନ୍ୟାଘର ପକ୍ଷରୁ ଦିଆଯାଉଥିଲା। କିଛି ଦିନ ଭଲରେ ଚଳିବା ପରେ ଶାଶୁ, ଶ୍ୱଶୁର ବାପ ଘରୁ ଆହୁରି ୫ଲକ୍ଷ ଟଙ୍କା ଆଣିବା ପାଇଁ ସରୋଜିନୀକୁ ଚାପ ପକାଇଥିଲେ। ଏହି କଥା ସରୋଜିନୀ ସ୍ବାମୀଙ୍କୁ ଜଣାଇବାରୁ ସେ ବାପାମାଙ୍କୁ ବୁଝାଇଥିଲେ ମଧ୍ୟ ଶୁଣି ନ ଥିଲେ। ଫଳରେ ଘଟଣା ସମ୍ପର୍କରେ ସେ ବାପଘରକୁ ଜଣାଇଥିଲା। ସରୋଜିନୀଙ୍କ ବାପା ରମେଶ ଏନେଇ ଝିଅର ଶାଶୁ ଶ୍ୱଶୁରଙ୍କୁ ବୁଝାଶୁଝା କରି ଟଙ୍କା ପୈଠ ପାଇଁ କିଛି ଦିନ ସମୟ ମାଗିଥିଲେ। କିନ୍ତୁ ଟଙ୍କା ଦେବାରେ ବିଳମ୍ବ ହେବାରୁ ସରୋଜିନୀ ଉପରେ ଶାଶୁ ଶ୍ୱଶୁର ନିର୍ଯାତନା ଆରମ୍ଭ କରିଥିଲେ। ସ୍ତ୍ରୀ ପ୍ରତି ହେଉଥିବା ଅନ୍ୟାୟକୁ ଅନୀଲ ସହ୍ୟ କରିପାରୁନଥିଲା। ପିତାମାତାଙ୍କୁ ବୁଝାଇ ମଧ୍ୟ କୌଣସି ସୁଫଳ ନ ମିଳିବାରେ ଶେଷରେ ଅନୀଲ ସ୍ତ୍ରୀ ସହ ଆସି ଶ୍ୱଶୁର ଘର କୁମ୍ଭୀରପଡ଼ାରେ ଆଶ୍ରୟ ନେଇଥିଲେ। ଏପରିସ୍ଥଳେ ଗତ ୨୯ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଡବ୍ଲ୍ୟୁବି ୩୬କେ ୨୯୬୦ ନଂ. ବିଶିଷ୍ଟ ଏକ କଳା ରଙ୍ଗର କାର୍‌ରେ ବାପ ସମେତ ୪ଜଣ ଦୁର୍ବୃତ୍ତ କୁମ୍ଭୀରପଡ଼ା ଗ୍ରାମରେ ପହଞ୍ଚତ୍ଥିଲେ। ଏହି ସମୟରେ ରମେଶ, ଝିଅ ଓ ଜ୍ୱାଇଁ ସପରିବାର ଘରେ ବସିଥିବା ବେଳେ ଅପହରଣକାରୀମାନେ ଜବରଦସ୍ତ ଘରେ ପଶି ଅନୀଲକୁ ଉଠାଇ ନେବା ପାଇଁ ଉଦ୍ୟମ କରିଥିଲେ। ପରିବାର ଲୋକ ପ୍ରତିବାଦ କରିବା ସହ ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପହଞ୍ଚତ୍ ଅପହରଣକାରୀଙ୍କ କବଳରୁ ଅନୀଲକୁ ଉଦ୍ଧାର କରିଥିଲେ। ଖବରପାଇ ବାଲୁଗଁା ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ। ଏ ନେଇ ସରୋଜିନୀ ଯୌତୁକ ଜନିତ ନିର୍ଯାତନା, ସ୍ବାମୀକୁ ଜବରଦସ୍ତ ଅପହରଣ ପାଇଁ ଶ୍ୱଶୁର ଉଦ୍ୟମ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ତଦନ୍ତ କରି ବାପଙ୍କ ସମେତ ୫ଜଣଙ୍କୁ ଗିରଫ କରିବା ସହ କାର୍‌ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri