ମୂଲ୍ୟବାନ ଗଛ ଚାରି କରିବାକୁ ପ୍ରୟାସ: ବନପାଳଙ୍କ ତଦନ୍ତ ଆରମ୍ଭ, କାର୍ଯ୍ୟାନୁଷ୍ଠାନ ଦାବି

ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ)- ଜଙ୍ଗଲର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କେବଳ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ନିର୍ଭର ନକରି ଅଞ୍ଚଳବାସୀ ମଧ୍ୟ ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ସିମନବାଡି ବିଭାଗରେ। ପ୍ରକାଶ ଯେ, ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ବିଭିନ୍ନ ପୁରୁଣା ବିରାଟକାୟ ମୂଲ୍ୟବାନ ଗଛକୁ କାଟିବା ପାଇଁ ଗଛର ମୂଳ ଓ ମଧ୍ୟଭାଗରେ ଗାର୍ଡଲିଂ କରାଯାଇ ତାକୁ ନଷ୍ଟ କରାଯାଉଛି। ଗଛ ନଷ୍ଟ ବା ଶୁଖିଯିବା ପରେ ତାକୁ କାଟି ବିକ୍ରି ହେଉ କି ଗଛ ରହିଥିବା ଜମିକୁ ହଡପ କରିବା ମନ୍ଦ ଉଦ୍ଦେଶ୍ୟ ରଖି ବ୍ୟକ୍ତି ଜଣକ ଏଭଳି ଗଛକୁ ନଷ୍ଟ କରିବା ପ୍ରୟାସ କରାଯାଉଛି। ଏନେଇ ନେଇ ସିମନବାଡି ବିଭାଗ ସଲାବାଡି ଗ୍ରାମର ସମ୍ରାଟ ସଲା ସାଉଁଟା ଗ୍ରାମ୍ୟ କମିଟି ଏବଂ ଆମ୍ବେଦକର ବନ ସୁରକ୍ଷା ସମିତି ଙ୍କ ସମେତ ଗ୍ରାମବାସୀ ବାଲିଗୁଡା ଡିଏଫଓଙ୍କୁ ଲିଖିତ ଅଭିଯୋଗ କରି ଏଭଳି ଗଛ ପ୍ରତି ଅତ୍ୟାଚାର କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି।
ସେମାନଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ଜନଜାତି ଅଧ୍ୟ୍ୟୁଷିତ ଉକ୍ତ ଅଞ୍ଚଳରେ ଶହ ଶହ ବର୍ଷ ହେଲା ପାରମ୍ପରିକ ଆମ୍ଭ, ତେନ୍ତୁଳି, ପଣସ ଭଳି ଫଳନ୍ତି ଗଛ ରହିଛି ଯେଉଁଥିରେ କି ଜନଜାତି ସମ୍ପ୍ରଦାୟର ଲୋକ ଫଳ ଖାଇବା ସହ ତାକୁ ବଜାରରେ ବିକ୍ରି କରି ସ୍ବାବଲମ୍ବୀ ହୋଉପାରୁଛନ୍ତି। କିନ୍ତୁ ଏବେ ଉକ୍ତ ଅଞ୍ଚଳର ଏକାଧିଜ ଫଳନ୍ତି ଗଛ ସହ ମୂଲ୍ୟବାନ ଗଛକୁ ଗାଁର ଜଣେ ବ୍ୟକ୍ତି ଗାର୍ଡଲିଂ କରି ନଷ୍ଟ କରି ପରିବେଶକୁ ନଷ୍ଟ କରିବାକୁ ବସିଲାଣି। ସେହିପରି ଯେଉଁ ବ୍ୟକ୍ତି ଜଣକ ଏହି ଗଛକୁ ନଷ୍ଟ କରିଛନ୍ତି। ସେ କୁଆଡେ ଜଙ୍ଗଲ ଜମି କମିଟିର ଦାୟିତ୍ୱରେ ରହିଛନ୍ତି। ସେ ଜଙ୍ଗଲ ଜମି ତାଙ୍କ ପରିବାର ଲୋକଙ୍କ ନାମରେ କରିବା ପାଇଁ ଏଭଳି ବିରାଟକାୟ ଗଛ ନଷ୍ଟ କରି ଗଛ ନଷ୍ଟ ପରେ ଉକ୍ତ ଜମିକୁ ସେ ହଡପ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଏନେଇ କମିଟି ଡିଏଫଓଙ୍କ ସମେତ ଦାରିଙ୍ଗବାଡି ତହସିଲଦାର, ବନାଞ୍ଚଳ ଅଧିକାରୀ ଏବଂ ସ୍ଥାନୀୟ ବନପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବନପାଳ ବନିତା ପ୍ରଧାନ ଏହାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri