ସ୍ତ୍ରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର,୩୦।୪(ବ୍ୟୁରୋ):  ଭୁବନେଶ୍ୱରରେ ରହୁଥିବା ସ୍ତ୍ରୀ ଶାଶୁଘରକୁ ଯିବା ପାଇଁ ରାଜି ନ ହେବାରୁ ତାଙ୍କୁ ବଳପୂର୍ବକ ନେଇଯାଉଥିଲେ ସ୍ବାମୀ ଓ ପରିବାର ଲୋକେ। ହେଲେ ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଅପହରଣ ସନ୍ଦେହ କରି ଘେରି ଯାଇଥିଲେ। ମାମୁ ଓ କାର୍‌ ଡ୍ରାଇଭରଙ୍କୁ କାବୁ କରିଥିବାବେଳେ ସ୍ବାମୀ ଖସି ପଳାଇଥିଲେ। ଶୁକ୍ରବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଥିଲା। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳର ସ୍ବାମୀ ସବୀର କୁମାର ପଣ୍ଡା, ମାମୁ ଶୋଭନ କୁମାର ବେହେରା, ଡ୍ରାଇଭର ଅନିଲ କୁମାର ସାହୁଙ୍କ ନାମରେ ଆଇପିସି ଦଫା ୩୬୫, ୫୧୧, ୫୦୬, ୩୨୩, ୩୪ରେ ଏକ ମାମଲା (ନଂ.୨୯୧/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ମାମୁ ଶୋଭନ ଓ ଡ୍ରାଇଭର ଅନିଲଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି।
  ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ଆସ୍କା ଅଞ୍ଚଳର ତୃପ୍ତିମୟୀ ବେହେରା ୨ ବର୍ଷ ତଳେ ହିଞ୍ଜିଳିକାଟୁ ଅଞ୍ଚଳର ସବୀର କୁମାର ପଣ୍ଡାଙ୍କୁ ବିବାହ କରିଥିଲେ। ସବୀର ଜଣେ କଣ୍ଟ୍ରାକ୍ଟର। ତେବେ ବିବାହର କିଛିମାସ ପରେ ତୃପ୍ତିମୟୀ ଭୁବନେଶ୍ୱରରେ ରହି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ତେଣୁ ସ୍ବାମୀ ସବୀର ଏଥିପାଇଁ ଅନୁମତି ଦେବା ସହ ନୟାପଲ୍ଲୀ ଅଞ୍ଚଳରେ ଏକ ହଷ୍ଟେଲରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ପ୍ରତି ମାସରେ ଖର୍ଚ୍ଚ ବି ଦେଉଥିଲେ। ହେଲେ କିଛିଦିନ ପରେ ତୃପ୍ତିମୟୀଙ୍କ କାର୍ଯ୍ୟଧାରାରେ ସନ୍ଦେହ ହେବାରୁ ଶାଶୁଘର ଲୋକେ ତାଙ୍କୁ ଘରକୁ ଚାଲି ଆସିବାକୁ କହିଥିଲେ। ସ୍ବାମୀ ସବୀର ମଧ୍ୟ ତାଙ୍କୁ ଭୁବନେଶ୍ୱର ଛାଡ଼ି ଗାଁକୁ ପଳାଇ ଆସିବାକୁ କହିଥିଲେ। ବାରମ୍ବାର ବୁଝାଇବା ସତ୍ତ୍ୱେ ତୃପ୍ତିମୟୀ ଯିବାକୁ ମନା କରୁଥିଲେ। ଶୁକ୍ରବାର ଅପରାହ୍ନରେ ସବୀର, ଶୋଭନ ଏକ କାର୍‌ ଯୋଗେ ଇସ୍କନ ମନ୍ଦିରସ୍ଥିତ ଭୋଇସାହି ନିକଟରେ ପହଞ୍ଚତ୍ ତୃପ୍ତିମୟୀଙ୍କୁ ସାଙ୍ଗରେ ଯିବାକୁ କହିଥିଲେ। ହେଲେ ସେ ରାଜି ନ ହେବାରୁ ସ୍ବାମୀ ବିରକ୍ତି ହୋଇ ତାଙ୍କୁ ଜୋର ଜବରଦସ୍ତ କାର୍‌ରେ ବସାଇ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତୃପ୍ତିମୟୀ ବଡ଼ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଅପହରଣ ସନ୍ଦେହ କରି ଡ୍ରାଇଭର, ସ୍ବାମୀ ଓ ତାଙ୍କ ମାମୁଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାର୍‌ ମଧ୍ୟ ଭାଙ୍ଗିଥିଲେ। ଲୋକଙ୍କ ଆକ୍ରମଣ ଭିତରେ ସବୀର ଘଟଣାସ୍ଥଳରୁ ଖସି ପଳାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ଡ୍ରାଇଭର ଓ ମାମୁଙ୍କୁ ଥାନାକୁ ନେବା ସହ କାର୍‌କୁ ଜବତ କରିଥିଲା। ତେବେ ଅନିଚ୍ଛା ସତ୍ତ୍ୱେ ତାଙ୍କ ସ୍ବାମୀ ଓ ଅନ୍ୟମାନେ ତାଙ୍କୁ ଜୋର ଜବରଦସ୍ତ ନେବାକୁ ଉଦ୍ୟମ କରୁଥିବା ତୃପ୍ତିମୟୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri