ତାଇଓ୍ବାନ ଉପରେ ଆକ୍ରମଣ କରିବା ହେବ ଚାଇନାର ବଡ ଭୁଲ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଖୁବ ଶୀଘ୍ର ଚାଇନା ତାଇୱାନ ଉପରେ ଆକ୍ରମଣ କରିବା ଭଳି କିଛି ବଡ ପଦକ୍ଷେପ ନେଇପାରେ। ମାତ୍ର ଏଭଳି କରିବା ଚାଇନା ପାଇଁ ବଡ଼ ଭୁଲ ହେବ ବୋଲି କୁହାଯାଉଛି। ବାସ୍ତବରେ ଚାଇନା ଭାରତ ମହାସାଗରରେ ଅଟକି ଯାଇପାରେ। ସୁରକ୍ଷା ବିଶେଷଜ୍ଞମାନଙ୍କ ଅନୁସାରେ ଯୁଦ୍ଧ ହେଲେ ଭାରତ ମହାସାଗରକୁ ଚାଇନାର ତୈଳ ଯୋଗାଣ ବ୍ୟାହତ ହୋଇପାରେ।

ପ୍ରତିଦିନ ପ୍ରାୟ ୬୦ଟି ଚାଇନାର ତୈଳ ପରିବହନକାରୀ ଜାହାଜ ଇରାନ ଗଲ୍ଫ ଦେଇ ଭାରତ ମହାସାଗରରେ ପ୍ରବେଶ କରନ୍ତି ଏବଂ ପରେ ଦକ୍ଷିଣ ଚାଇନା ସାଗର ଦେଇ ଚାଇନାରେ ପହଞ୍ଚନ୍ତି । ଦକ୍ଷିଣ ଚାଇନା ସାଗରରେ ଚାଇନା ନୌସେନାର ପ୍ରାଧାନ୍ୟ ରହିଛି। କିନ୍ତୁ ଭାରତ ମହାସାଗରରେ ଚାଇନାର କୌଣସି ଗୁରୁତ୍ୱପୂର୍ଣ୍ଣ ବାୟୁ ସହାୟତା କିମ୍ବା ପ୍ରମୁଖ ସାମରିକ ଭିତ୍ତିଭୂମି ନାହିଁ। ଏଭଳି ପରିସ୍ଥିତିରେ ଭାରତ ମହାସାଗରରେ ଚାଇନାର ତୈଳ ପରିବହନକାରୀ ଜାହାଜକୁ ସହଜରେ ରୋକା ଯାଇପାରେ। ଯଦି ଏହା ଘଟେ, ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଚାଇନାର ଆର୍ଥିକ ପକ୍ଷାଘାତ ଭଳି ସମସ୍ୟା ହେବାର ଆଶଙ୍କା ରହିଛି। ଅଷ୍ଟ୍ରେଲିଆର ନ୍ୟାଶନାଲ ୟୁନିଭରସିଟିର ସୁରକ୍ଷା ସମ୍ବନ୍ଧୀୟ ବିଶେଷଜ୍ଞ ଡେଭିଡ ବ୍ରୁଷ୍ଟର ଏହା କହିଛନ୍ତି। ସୁରକ୍ଷା ସମାଲୋଚକମାନେ କହିଛନ୍ତି ଯଦି ରୁଷିଆ ଏବଂ ୟୁକ୍ରେନ ପରି ଦୀର୍ଘ ଯୁଦ୍ଧରେ ଚାଇନା ଫସିଯାଏ, ତେବେ ଭାରତ ମହାସାଗରରେ ଚାଇନା ଦୁର୍ବଳ ହୋଇଯିବ।

ଚାଇନାରେ ସାମରିକ ଉପଗ୍ରହର ଏକ ବଡ଼ ନେଟୱାର୍କ ଅଛି କିନ୍ତୁ ଭାରତ ମହାସାଗରରେ ଚାଇନାର କେବଳ ଗୋଟିଏ ସାମରିକ ଆଧାର ଅଛି କିନ୍ତୁ ଏହାର ବାୟୁ ସମର୍ଥନ ମଧ୍ୟ ନାହିଁ। ଅକ୍ଟୋବରରେ ପ୍ରକାଶିତ ଏକ ପେଣ୍ଟାଗନ ରିପୋର୍ଟ ଅନୁଯାୟୀ, ଭାରତ ମହାସାଗରରେ ପାକିସ୍ତାନ, ତାଞ୍ଜାନିଆ ଏବଂ ଶ୍ରୀଲଙ୍କାରେ ଚାଇନାର ବେସ ଅଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ବେସ କେବଳ ବାଣିଜ୍ୟ କାର୍ଯ୍ୟକଳାପରେ ସୀମିତ ରହିଛି।

ଭାରତ ମହାସାଗରରେ ନିଜର ଦୁର୍ବଳତା ବିଷୟରେ ଚାଇନା ଅବଗତ। ଚାଇନା ମଧ୍ୟ ଧୀରେ ଧୀରେ ନିଜର ସାମର୍ଥ୍ୟ ବୃଦ୍ଧି କରୁଛି। ଚାରି ରୁ ପାଞ୍ଚ ଚାଇନାର ନୀରିକ୍ଷଣ ଜାହାଜ ଭାରତ ମହାସାଗରରେ ପାଟ୍ରୋଲିଂ କରୁଛନ୍ତି ଏବଂ ସମାନ ସଂଖ୍ୟକ ଯୁଦ୍ଧ ଜାହାଜ ଓ ବୁଡ଼ାଜାହାଜ ମଧ୍ୟ ଏଠାରେ ପହଞ୍ଚୁଛନ୍ତି। ଏହା ବ୍ୟତୀତ ଚାଇନା ନିଜର ପରମାଣୁ ସକ୍ଷମ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ହେନାନ ଦ୍ୱୀପରେ ଥିବା ସାମରିକ ବେସ ନିକଟରେ ମଧ୍ୟ ନିୟୋଜିତ କରିଛି। ସି ଜିନପିଙ୍ଗ କ୍ଷମତାକୁ ଆସିବା ପରଠାରୁ ଚାଇନା ସେନା କ୍ରମାଗତ ଭାବରେ ନିଜକୁ ଆଧୁନିକୀକରଣ କରି ନିଜର ଦକ୍ଷତା ବୃଦ୍ଧି କରିଆସୁଛି। ଏଥିସହ କୌଣସି ଅବରୋଧକୁ ଏଡାଇବା ପାଇଁ ଚାଇନା ୬୦ ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ତୈଳ ଭଣ୍ଡାର ରଖିଛି। ଚାଇନାରେ ପ୍ରାକୃତିକ ଗ୍ୟାସ ଏବଂ ଖାଦ୍ୟ ସଂରକ୍ଷଣ ମଧ୍ୟ ରହିଛି। ଏହା ବ୍ୟତୀତ ଚାଇନା ବିଭିନ୍ନ ଦେଶରୁ ନିଜର ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଆମଦାନୀ କରୁଛି ଯାହା ଦ୍ୱାରା ଭାରତ ମହାସାଗରରେ ଅଧିକ ନିର୍ଭରଶୀଳ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri