Categories: ବାଣିଜ୍ୟ

ଚାଇନାକୁ ପାନେ: ଟିକ୍‌ଟକ୍‌ର କ୍ଷତି ହେଲା ୪୫ ହଜାର କୋଟି

ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌ ଭାରତରେ ବ୍ୟାନ୍‌ ହୋଇଛି। ଏହା ଯୋଗୁ ଟିକ୍‌ଟିକ୍‌ର କ୍ଷତି ପରିମାଣ ୪୫ ହଜାର କୋଟିରୁ ଅଧିକରେ ପହଞ୍ଚିଛି। ଏହାର ନିର୍ମାତା କମ୍ପାନୀ ବାଇଟ୍‌ ଡ୍ୟାନ୍ସର ଚିନ୍ତା ଏନେଇ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ଚାଇନା ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ହେଲୋ ଏବଂ ଟିକ୍‌ଟକ୍‌ ଆପ୍‌ ନିଷେଧ ହେବାରୁ ବାଇଟ୍‌ ଡ୍ୟାନ୍ସର ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇଥିବା ଗ୍ଲୋବାଲ ଟାଇମ୍ସ୍‌ କହିଛି। ଭାରତ ସରକାରଙ୍କ ନିଷ୍ପତ୍ତି ଯୋଗୁ ଚାଇନା ନିବେଶକ ଏବଂ ବ୍ୟବସାୟୀଙ୍କ ସମସ୍ୟା ଏବେ ବଢ଼ିଚାଲିଛି। ଭାରତ ଚାଇନା ପାଇଁ ଏକ ବୃହତ ବଜାର ପାଲଟିଥିବାବେଳେ ଗଲଓ୍ବାନ ଘାଟିର ଘଟଣା ଯୋଗୁ ପରିସ୍ଥିତି ଏବେ ସଙ୍କଟ ଜନକ ହୋଇଛି। ଏହା ଚାଇନାର ଅର୍ଥନୀତିକୁ ଦୋହଲାଇ ଦେବ ବୋଲି ଗ୍ଲୋବାଲ ଟାଇମ୍ସ୍‌ କହିଛି।

Share