ପଞ୍ଚାୟତ ବୈଠକରେ ଓ୍ବାର୍ଡ ସଭ୍ୟଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡ଼ା ପଞ୍ଚାୟତରେ ଶନିବାର ଅନୁଷ୍ଠିତ ପଞ୍ଚାୟତ ବୈଠକ ବେଳେ ଏକ ରାସ୍ତା କାମକୁ ନେଇ ଜଣେ ବ୍ୟକ୍ତି ଓ୍ବାର୍ଡ ସଭ୍ୟଙ୍କୁ ମୁଥ ମାରି ମୁହଁ ଫଟାଇ ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଶନିବାର ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡ଼ା ପଞ୍ଚାୟତ ବୈଠକକୁ ପୋଡ଼ିଙ୍ଗୀ ଗ୍ରାମରୁ ଓ୍ବାର୍ଡ ସଭ୍ୟ ଥିବା ସୁନପୀଲ କୁମାର ଗୌଡ଼ ଯୋଗ ଦେବାକୁ ଆସିଥିଲେ। ଏହି ସମୟରେ ପୋଡ଼ିଙ୍ଗି ଶିବ ମନ୍ଦିର ସଂଲଗ୍ନ ଏକ ଅଧୁରା ରାସ୍ତା କାମକୁ ନେଇ ଓ୍ବାର୍ଡ ସଭ୍ୟ ସୁନୀଲ ପିଇଓ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ କହିଥିଲେ। ଉକ୍ତ ସମୟରେ ବୁରୁପୋଡ଼ା ଞ୍ଚେଳର ଜଣେ ଯୁବକ ପଶିଆସି ଓ୍ବାର୍ଡ ସଭ୍ୟ ସୁନୀଲଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଥିଲେ। ଏହି ସମୟରେ ନାଏବ ସରପଞ୍ଚ ଓ ୫ ଓ୍ବାର୍ଡ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ। ସେମାନେ ଉତ୍ତ୍ୟକ୍ତ ଯୁବକଙ୍କ ଠାରୁ ସୁନୀଲଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ପଞ୍ଚାୟତରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅପର ଗୋଷ୍ଠୀ ପକ୍ଷରୁ ମଧ୍ୟ ଓ୍ବାର୍ଡ ସଭ୍ୟ ଓ ତାଙ୍କ ସମର୍ଥକମାନେ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।