ଟିକସ ଫାଙ୍କିବା ନେଇ ୨ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ

ଟିଟିଲାଗଡ଼,୧୩।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଜିଏସ୍‌ଟି ଏବଂ ଏନଫୋର୍ସ ମେଣ୍ଟ ରେଞ୍ଜ ବିଭାଗ ପକ୍ଷରୁ ସହରର ଠିକାଦାରପଡାସ୍ଥିତ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଶୁକ୍ରବାର ଚଢ଼ାଉ ଜାରି ରହିଛି। ଟିକସ ଫାଙ୍କୁଥିବା ଅଭିଯୋଗ ପରେ ବିଭାଗର ୧୦ ଜଣିଆ ଅଧିକାରୀ, ଟିଟିଲାଗଡ଼ ପୋଲିସ ବାହିନୀ ଚଢ଼ାଉ ଜାରିରଖି ବିଭିନ୍ନ କାଗଜପତ୍ର ଯାଞ୍ଚ ଆରମ୍ଭ କରିଛି। କଳାହାଣ୍ଡି ଏନଫୋର୍ସମେଣ୍ଟ ରେଞ୍ଜର ଡେପୁଟି କମିଶନର ତପନ କୁମାର ପାଢ଼ୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଅତିରିକ୍ତ ଦ୍ରବ୍ୟ ଓ ସେବା କର ଅଧିକାରୀ ଭବାନୀଶଙ୍କର ପଟେଲ, ହରେକୃଷ୍ଣ ସାହୁ, ଆସିଷ୍ଟାଣ୍ଟ ଅଧିକାରୀ ନେମିସ କୁମାର ସାହୁ ସାମିଲ ଅଛନ୍ତି।