ଚୋରିକୁ ପ୍ରତିବାଦ କରିବାରୁ ହାଣିଦେଇ ଚାଲିଗଲେ

କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ସାହିରେ ଶନିବାର ବିଳମ୍ବିତ ରାତିରେ ଭୁଜାଲି ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତର ଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବରପାଇ ସାହି ଲୋକ ଦୁର୍ବୃତ୍ତଙ୍କୁ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲେ। ଖବରପାଇ ଟାଉନ ଥାନା ପୋଲିସ ତଦନ୍ତ ଚଳାଇଛି। ଦୁର୍ବୃତ୍ତ ଚୋରି କରିବା ପାଇଁ ଆସିଥିବା ବେଳେ ପ୍ରତିବାଦ କରିବାରୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇ ଯାଇଥିବା କୁହାଯାଉଛି । ତେବେ ଚୋରି ନା ଆଉ କେଉଁ କାରଣରୁ ଏଭଳି ଆକ୍ରମଣ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ।