ସଙ୍ଘବଦ୍ଧ ଆକ୍ରମଣ: ମହିଳାଙ୍କ ସମେତ ୪ ଆହତ

ଛତ୍ରପୁର,୨୪ା୪: ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗାଁରେ ଶନିବାର ରାତି ପ୍ରାୟ ସାଢେ ୮ଟାରେ ସଂଘବଦ୍ଧ ଆକ୍ରମଣରେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଝୁନୁ ଗୌଡ଼, ବିନାୟକ ଗୌଡ଼, ନୀବାସୀ ଗୌଡ଼ ଓ ସୁକାନ୍ତ ନାହାକ। ଏମାନଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।